Dharmendra Pradhan / ୪ ନୂଆ ବନ୍ଦେ ଭାରତ ଟ୍ରେନ୍ ପାଇଁ ଉଠାଇଲେ ଦାବି

Key Points
ସମ୍ବଲପୁରୀ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ।
ପୂର୍ବତଟ ରେଳବାଇର ସମ୍ବଲପୁର ଡିଭିଜନର ଉଚ୍ଚସ୍ତରୀୟ ବୈଠକ । ଯାତ୍ରୀ ପରିବହନ ସୁବିଧା ପାଇଁ ଅଧିକ ନୂଆ ଟ୍ରେନ ଚଳାଇବା ଦିଗରେ ଆଲୋଚନା । ଶ୍ଚିମାଞ୍ଚଳରୁ ବିଶାଖାପାଟଣା, ରାୟପୁର, ରାଞ୍ଚି ଏବଂ ଉପକୂଳ ଓଡ଼ିଶାକୁ ୪ଟି ବନ୍ଦେ ଭାରତ ଟ୍ରେନ ଚଳାଇବା ପାଇଁ ବୈଠକରେ ଦାବି ହୋଇଛି। ଆଗାମୀ ଦିନରେ ସମ୍ବଲପୁରର ମାନେଶ୍ୱରରେ ରେଳ କୋଚ୍ ସର୍ଭିସିଂ ସେଣ୍ଟର କରାଯିବ । ଆସନ୍ତା ମାସରୁ ସମ୍ବଲପୁର ରେଳ ଷ୍ଟେସନ କାମ ଆରମ୍ଭ ହୋଇଯିବ । ଏହାସହ ବଲାଙ୍ଗୀର, କେସିଙ୍ଗା, ବରଗଡ଼ ରେଳ ଷ୍ଟେସନ କାମ ମଧ୍ୟ ଖୁବଶୀଘ୍ର ପୂର୍ଣ୍ଣାଙ୍ଗ ହେବାକୁ ଯାଉଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ସେପଟେ ଅନ୍ୟାନ୍ୟ ପ୍ରକଳ୍ପ ନେଇ ହୋଇଛି ଆଲୋଚନା ।
ସମ୍ୱଲପୁର ବନିବ ରାଜ୍ୟର ନଲେଜ୍ ହବ୍ । ସମ୍ୱଲପୁରରେ ବିବିତ୍ସା ୱର୍ଲ୍ଡ ସ୍କୁଲର ଉଦଘାଟନୀ ଉତ୍ସବରେ ଯୋଗଦେଇ ଏମିତି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ବିବିତ୍ସା ୱର୍ଲ୍ଡ ସ୍କୁଲର ଶୁଭ ଉଦ୍ଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମ୍ବଲପୁରକୁ ଶିକ୍ଷା ଓ ବୈଷୟିକ କ୍ଷେତ୍ରରେ ଷ୍ଟାନଫୋର୍ଡ ଏବଂ ସିଲିକନ ଭ୍ୟାଲି ଠାରୁ ମଧ୍ୟ ଅଧିକ ଶକ୍ତିଶାଳୀ ଭାବେ ଗଢ଼ି ତୋଳିବା ଆହ୍ଵାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହି ସ୍ୱପ୍ନକୁ ସାକାର କରିବା ପାଇଁ ମାତୃଭାଷାକୁ ଅଗ୍ରାଧିକାର ଦେବା ସହ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ 'କ୍ରିଟିକାଲ ଥିଙ୍କିଂ'ର ବିକାଶ କରିବା ଏକାନ୍ତ ଆବଶ୍ୟକ ।
ସାରା ବିଶ୍ୱରେ ପ୍ରଗତିର ମୂଳ ମନ୍ତ୍ର ହେଉଛି ଭାଷା । ବ୍ୟକ୍ତିର ବୁଦ୍ଧିମତ୍ତା ବଢ଼ିଆବା ପାଇଁ ଭାଷା ଠିକ୍ କରିବାକୁ ପଡ଼ିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ମାଆ ସମାଲେଇଙ୍କ ଆଶୀର୍ବାଦରୁ ସମ୍ବଲପୁର ବାସୀଙ୍କ ସେବା କରିବାର ସୁଯୋଗ ଏହା ସୌଭାଗ୍ୟ ବୋଲି କହିଛନ୍ତି ଧର୍ମେନ୍ଦ୍ର । ଝାରସୁଗୁଡ଼ା ବିମାନ ବନ୍ଦର ହେଲା ପରେ ସମ୍ବଲପୁର ଆଗାମୀ ଦିନରେ ଜ୍ଞାନ ଆଧାରିତ ଅର୍ଥନୀତିରେ ପରିଣତ ହେବ ବୋଲି ବିଶ୍ୱାସ ଅଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।
ସେପଟେ ୫ମ ଜାତୀୟ ସମ୍ବଲପୁରୀ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ସାଂସ୍କୃତିକ ଧରୋହରକୁ ଉଦ୍ଜିବିତ କରି ରଖିବା ଏହା ହିମାଳୟ ସଦୃଶ । ସମ୍ବଲପୁରୀ ମାଦଳ ବାଜିବ ବିକଶିତ ଭାରତ ହେବ ବୋଲି କହିଥିଲେ ଧର୍ମେନ୍ଦ୍ର ।
📱 Get Argus News App
✨Related Topics
Explore more stories