Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୂର୍ବ ସରକାରକୁ ଦାବି କରି ଥକି ଯାଇଥିଲେ, ଏବେ ପୂରଣ କଲେ ଧର୍ମେନ୍ଦ୍ର

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ପୂର୍ବ ସରକାରକୁ ଦାବି କରି ଥକି ଯାଇଥିଲେ, ଏବେ ପୂରଣ କଲେ ଧର୍ମେନ୍ଦ୍ର

Key Points

କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ପଦକ୍ଷେପକୁ ଧନ୍ୟବାଦ ଦେଲେ ସହରବାସୀ ।
ବଡ଼ ବଡ଼ ସୁନ୍ଦର ଅକ୍ଷରରେ ଲେଖାଯାଇଛି Welcome To Sambalpur ।

ପୂର୍ବ ସରକାରରେ ବାରମ୍ବାର ଦାବି କରି ଥକିଯାଇଥିଲେ ଲୋକେ । ନୂଆ ସରକାର ଆସିବା ପରେ ଦାବି ପୁରଣ କଲେ ସମ୍ବଲପୁର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ । ସମ୍ବଲପୁର ସହରର ପ୍ରବେଶ ପଥରେ ସ୍ଵାଗତମ ତୋରଣ ସ୍ଥାପନ କରି ପ୍ରଥମ ପଦକ୍ଷେପ ନେଇଛନ୍ତି ଧର୍ମେନ୍ଦ୍ର । କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ପଦକ୍ଷେପକୁ ଧନ୍ୟବାଦ ଦେଲେ ସହରବାସୀ ।

ବଡ଼ ବଡ଼ ସୁନ୍ଦର ଅକ୍ଷରରେ ଲେଖାଯାଇଛି Welcome To Sambalpur । ସମ୍ବଲପୁରକୁ ଆପଣଙ୍କୁ ସ୍ବାଗତ । ସବୁଠାରୁ ବଡ଼ କଥା ହେଲା ସ୍ୱାଗତଂ ତୋରଣରେ ରହିଛି ସମ୍ବଲପୁରୀ ଛିଟା । ସମଲେଶ୍ଵରୀ ମନ୍ଦିର ଡିଜାଇନରେ କରାଯାଇଛି ଏହି ତୋରଣ । ଆଉ ସେଥିରେ ରହିଛିଶୀତଳ ଷଷ୍ଠୀର ଝଳକ ।

ନୂଆ ସରକାରରେ ସମ୍ବଲପୁର ସହର ସୌନ୍ଦଯ୍ୟକରଣ ଦିଗରେ ଆଉ ପାଦେ ଆଗକୁ ବଢ଼ିଛି । ପୂର୍ବ ସରକାର ସମୟରେ ଦାବି ହେଉଥିଲା । ନୂଆ ସରକାରରେ ଦାବି ପୂରଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମ୍ବଲପୁର ସହରର ପ୍ରବେଶ ପଥ ବରଗଡ଼-ସମ୍ଵଲପୁର ୫୩ ନମ୍ବର ଜାତୀୟ ରାଜପଥ କଟାପାଲି ଓ ଝାରସୁଗୁଡା - ସମ୍ବଲପୁର ରାଜ୍ୟ ରାଜପଥ ପରଧିଆପାଲିରେ ସ୍ବାଗତମ ତୋରଣ ସ୍ଥାପନ କରାଯାଇଛି । ଗତ ୪ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଉଦ୍‌ଘାଟନ କରିଛନ୍ତି । ଏଥିରେ ବ୍ୟୟ ହୋଇଛି ୨୨ ଲକ୍ଷ ୬ ହଜାର ଟଙ୍କା।

ସମ୍ଵଲପୁର ସହର ପଶ୍ଚିମ ଓଡ଼ିଶାର ପ୍ରାଣ କେନ୍ଦ୍ର । ଐତିହାସିକ ଓ ସାଂସ୍କୁତିକ ସହର । ସହରରେ ୫ଟି ପ୍ରବେଶ ପଥ ଦୁଆର ସ୍ଥାପନ ପାଇଁ ବିଜେଡି ସରକାର ସମୟରେ ଦାବି କରିଥିଲା ପଶ୍ଚିମାଂଚଳ ଏକତା ମଂଚ । ହେଲେ ସେହି ସମୟରେ କେହି ଶୁଣିଲେନି । ରାଜ୍ୟରେ ସରକାର ବଦଳିବା ପରେ ସମ୍ବଲପୁର ସାଂସଦ ତଥା କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨ଟି ରାସ୍ତାର ପ୍ରବେଶ ତୋରଣ ପ୍ରଥମ ପର୍ଯ୍ୟାୟରେ କରିଥିବାରୁ ପଶ୍ଚିମାଂଚଳ ଏକତା ମଂଚ ଧନ୍ୟବାଦ ଜଣାଇଛି ।

ଆଗକୁ ଅନ୍ୟ ପ୍ରବେଶ ପଥରେ ମଧ୍ୟ ତୋରଣ ଖୁବଶୀଘ୍ର ନିର୍ମାଣ ହେବ ବୋଲି ସୂଚନା ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Demands on previous government, now Dharmendra has fulfilled them | Argus News