Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Puri Illegal Building / ଇଞ୍ଚେ ବି ଜବରଦଖଲ କରିଥିଲେ ଭାଙ୍ଗିବ କୋଠା, ସେ ଘର ହେଉ କି ହୋଟେଲ !

Satyendu Sekhar Mishra
Browse all articles by Satyendu Sekhar Mishra
·6 months ago·2 min read
ଇଞ୍ଚେ ବି ଜବରଦଖଲ କରିଥିଲେ ଭାଙ୍ଗିବ କୋଠା, ସେ ଘର ହେଉ କି ହୋଟେଲ !
Sand Mafia

Key Points

ଚିହ୍ନଟ ଓ ଆକ୍ସନ ପାଇଁ ଗଠନ ହେଉଛି ଏନ୍ ଫୋର୍ସମେଣ୍ଟ ସ୍କ୍ୱାର୍ଡ ।
ଆକ୍ସନ ମୋଡ୍ ରେ ଜଙ୍ଗଲ ,ରାଜସ୍ୱ, ପୌରପାଳିକା ।

ଜବରଦଖଲକାରୀ ଓ ଜମି ମାଫିଆଙ୍କ ଲୋଲୁପ ଦୃଷ୍ଟିରେ ଜଙ୍ଗଲ ଜମି । ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛି ଜଙ୍ଗଲ ଓ ପରିବେଶ ବିଭାଗ । ଇକୋ ସେନସିଟିଭ ଜୋନ ସମ୍ପର୍କିତ ବୈଠକରେ ମାନସ ମନ୍ଥନ । ଅନୁମତି ନଥାଇ ନିର୍ମାଣ ହୋଇଥିଲେ ହେବ ଆକ୍ସନ ।

ବିଧାନସଭା ତଥ୍ୟ ଅନୁଯାୟୀ ଗତ ୨୪ ମାସରେ ପୁରୀ ବାଲୁଖଣ୍ଡକୁ ମିଶାଇ ରାଜ୍ୟରେ ସଂରକ୍ଷିତ ଜଙ୍ଗଲର ୧ କିଲୋମିଟର ମଧ୍ୟରେ ଗୋଟିଏ ବି ବାଲି ଖନନ ଲିଜ ଦିଆଯାଇନାହିଁ। ESZ ନିୟମ କଡାକଡି ପାଳନ କରିବା ଓ ବେଆଇନ ଦଖଲକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଗଠନ ହୋଇଛି ମିଳିତ ସ୍କ୍ୱାର୍ଡ। ପରିବେଶ ଅନୁକୁଳ ଓ ଘରୋଇ ନିର୍ମାଣ ପାଇଁ ଆବେଦନ କଲେ କମିଟି ନିଷ୍ପତି ପରେ ମିଳିବ ଅନୁମୋଦନ । ଇଏସଜେଡ କାଟାଗୋରିରେ ନଥିଲେ କୌଣସି ଅନୁମତି ଦିଆଯିବ ନାହିଁ ।

ଯେଉଁଠି ଜବରଦଖଲ ହେଉଛି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଇଏସଜେଡ କମିଟିକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ଜିଲାପାଳ । ତେବେ ସରକାରୀ ତଥା ଜନସାଧାରଣଙ୍କ ପାଇଁ ଉଦ୍ଧିଷ୍ଟ ମେଡିକାଲ କଲେଜ ଭଳି ନିର୍ମାଣକୁ ବି କରାଯାଉଛି ଭେରିଫିକେସନ୍ । ସମସ୍ତ କ୍ରାଇଟେରିଆ ପୂରଣ କଲେ ହିଁ ଅନୁମତି ମିଳିପାରିବ ।

ସେପଟେ ମ୍ୟୁନିସିପାଲଟି ମଧ୍ୟ ଅଭିଯାନରେ ସାମିଲ ହୋଇଛି । ଜମି ମାଫିଆଙ୍କୁ ଚେକ୍ ଦେବା ପାଇଁ ଆରମ୍ଭ ହୋଇଛି ଡ୍ରାଇଭ୍। କୌଣସି ବି ପ୍ରୋଗ୍ରାମ ବା ପ୍ରୋଜେକ୍ଟ ପାଇଁ ଅଗ୍ନିଶମ, ପୌରପାଳିକା, କଠିନ ବର୍ଜ୍ୟ ପରିଚାଳନା ଇତ୍ୟାଦିର ଅନୁମତି ଆବଶ୍ୟକ ବୋଲି ବିଚ୍ ମ୍ୟାନେଜମେଣ୍ଟ କମିଟି ସହ ଆଲୋଚନା ହୋଇଛି । ଅନ୍ୟପଟେ ଜଙ୍ଗଲ ଜମିରୁ ବେଆଇନ ଲଘୁ ଖଣିଜ ଚାଲାଣ ଉପରେ ମଧ୍ୟ ରହିଛି ନଜର। ବିଧାନସଭା ତଥ୍ୟ ଅନୁଯାୟୀ ରାଜ୍ୟରେ ରହିଛି ୬ଟି ଇକୋ ସେନ୍ସିଟିଭ ଜୋନ । ଗତ ୨୪ ମାସରେ ସଂରକ୍ଷିତ ଜଙ୍ଗଲର ଏକ କିଲୋମିଟର ପର୍ଯ୍ୟନ୍ତ ଦିଆଯାଇନାହିଁ ଗୋଟିଏ ବି ମାଇନିଂ ଲିଜ ବା ଅନୁମତି ।

ପୂର୍ବରୁ ବେଆଇନ ଭାଗରେ ବାଲି ଖୋଳି ନେଉଥିଲେ ଜମି ମାଫିଆ । ବେଆଇନ ଭାବେ ବାଲି ଲୁଟୁଥିବା ବାଲି ମାଫିଆଙ୍କ ଉପରେ ଆହୁରି କଡା ଆକ୍ସନ ପାଇଁ ଦାବି ହୋଇଛି । ଏବେ ଦେଖିବାକୁ ବାକି ରହିଲା, ସରକାରଙ୍କ ବାଲୁ ବଜ୍ର ଅପରେସନ୍‌ କେତେ ଫଳପ୍ରଦ ହେଉଛି । କାରଣ ଯେଉଭଳି ଖବର ଆସୁଛି, ସେଥିରୁ ସ୍ପଷ୍ଟ ଜଣାପଡ଼ୁଛି, ପୋଲିସ ଯେତେ ରେଡ୍‌ କରୁଛି ଅପରାଧର ଖୋଳପା ସେତେ ଖୋଲୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Puri Illegal Building | Demolish any building that has been encroached upon, be it a house or a hotel! | Argus News