ପୂର୍ବ ସରକାରଙ୍କ ବିକାଶର ମୂକସାକ୍ଷୀ ଭଙ୍ଗା ଘର

ଅର୍ଗସ ବ୍ୟୁରୋ: ବିକାଶର ବାଟ ଚାହିଁ ବସିଛନ୍ତି କେନ୍ଦୁଛାଟିଆ ବାସୀ। ସରକାରୀ ଯୋଜନାରୁ କୋଷ ଦୂରରେ କେନ୍ଦୁଛାଟିଆ। ଆବାସ, ରାସ୍ତା, ପାନୀୟ ଜଳ ପରି ମୌଳିକ ସୁବିଧାରୁ ବଞ୍ଚିତ ଆଦିମ ଜନଜାତି। ସ୍ବାଧୀନତାର ୭୫ବର୍ଷ ପରେ ମଧ୍ୟ ବଦଳି ପାରିଲାନି ଆଦିମ ଜନଜାତିଙ୍କ ଭାଗ୍ୟ। ଆଜିବି ଆଦିମ ଜନଜାତିଙ୍କ ପାଖରେ ସରକାରୀ ଯୋଜନା ଅପହଞ୍ଚ। ବହୁ ପରିବାର ଆବାସ ଯୋଜନାରୁ ବଞ୍ଚିତ। ୨୪ବର୍ଷ ସ୍ଥିର ବିଜେଡ଼ି ଏକ ଛାତ୍ରାବାଦ ସରକାରର ବିକାଶର ମୁକସାଖି ଏଇସବୁ ଭଙ୍ଗା ଦଦରା ଘର। ଦେଖନ୍ତୁ କିଭଳି ଭଙ୍ଗା ଦଦରା ଘରେ ଦୟନୀୟ ଭାବରେ ଜୀବନଯାପନ କରୁଛନ୍ତି। ଏ ଚିତ୍ର ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଭାଲିଆଡ଼ିହା ପଞ୍ଚାୟତ କେନ୍ଦୁଛାଟିଆ ଗାଁର ।
ବସୁଧା ପ୍ରକଳ୍ପ ଭାବେ ଏଠାରେ ଲୋକଙ୍କୁ ମିଳିଛି ଧୋକା। ଗାଁ ମଝିରେ ଥିବା ପାଣିଟାଙ୍କି କାମ ଦିର୍ଘ ତିନିବର୍ଷ ହେବ ଚାଲିଛି ଯେ କାମ ଶେଷ ହେଉନି କି ଲୋକଙ୍କ ପାଖରେ ଶୁଦ୍ଧ ପାନୀୟ ଜଳ ପହଞ୍ଚି ପାରୁନି। ଗାଁରେ ପାଇପ ବିଛା ହୋଇଛି, ପାଣି ଖୁଣ୍ଟି ବି ଲାଗିଛି ହେଲେ ସବୁ ଲୋକ ଦେଖାଣିଆ। ଏପଟେ ଦେଖନ୍ତୁ କାମ ନ ସରୁଣୁ ଟାଙ୍କିରୁ ଅହରହ ଝରୁଛି ପାଣି। ସରକାରୀ ଅର୍ଥରେ ନିର୍ମିତ ପ୍ରକଳ୍ପ ଏବେ ବାଟବଣା। ଏ ହେଉଛି ପୂର୍ବ ସରକାରର ବିଫଳତାର ଆଉ ଏକ ମୁକ ସାକ୍ଷୀ। କେବେ ପ୍ରଶାସନ ତତ୍ପର ହେବ, କେବେ ଜନଜାତିଙ୍କ ପାଖରେ ସରକାରୀ ଯୋଜନା ପହଞ୍ଚିବ। ନା କାଗଜକଳମରେ ସିମୀତ ରହିଯିବ ସରକାରୀ ଯୋଜନା ତାହା ବଡ଼ ପ୍ରଶ୍ନ ?
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର: