ବର୍ଷା ଆରମ୍ଭରୁ ଡରାଇଲାଣି ଡେଙ୍ଗୁ, ଚାଲିଗଲା ଜଣଙ୍କ ଜୀବନ
·1 year ago

Key Points
ବର୍ଷା ଆରମ୍ଭରୁ ଡରାଇଲାଣି ଡେଙ୍ଗୁ
ରାଜ୍ୟରେ ପ୍ରଥମ ଡେଙ୍ଗୁ ରୋଗୀ ମୃତ୍ୟୁ ଅଭିଯୋଗ
ବର୍ଷା ଆରମ୍ଭରୁ ଡରାଇଲାଣି ଡେଙ୍ଗୁ । ରାଜ୍ୟରେ ପ୍ରଥମ ଡେଙ୍ଗୁ ରୋଗୀ ମୃତ୍ୟୁ ଅଭିଯୋଗ । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା ମୃତ୍ୟୁର ରିପୋର୍ଟ ନେଇ କରାଯାଉଛି ତଦନ୍ତ । ସେପେଟ ଡେଙ୍ଗୁ ନେଇ ବିଭିନ୍ନ ସ୍ଥାନରେ କରାଯାଉଛି ଜନ ସଚେତନତା । ଆସନ୍ତା ଜୁନ 1ରୁ ଭୁବନେଶ୍ୱରରେ ବଡ଼ ଧରଣର ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ହେବ ।
ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି ରହିଥିବାବେଳେ ଆଗକୁ ଆହୁରି ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଯାହାଦ୍ୱାରା ଡେଙ୍ଗୀ ରୋଗୀଙ୍କ ସଂଖ୍ୟା ବଢ଼ିପାରେ। ଯାହାକୁ ନେଇ ସମସ୍ତେ ଭୟଭୀତ ଥିବାବେଳେ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନେବାକୁ ପରାମର୍ଶ ଦିଆଯାଇଛି। ଏହାସହ ଯଦି କୌଣସି ସମସ୍ୟା ଦେଖାଯାଏ, ତେବେ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: