Road Accidents / ଦୁର୍ଘଟଣା ବଢ଼ାଉଛି କୁହୁଡ଼ି, ନେଉଛି ଜୀବନ...

Key Points
ପିକନିକ୍ ବସ୍ ଦୁର୍ଘଟଣା...ସୁବର୍ଣ୍ଣପୁର ଡୁଙ୍ଗୁରିପାଲି ଥାନା ସାଲେପାଲି ରାଇସମିଲ ନିକଟରେ ଦୁର୍ଘଟଣା । ଛାତ୍ରଛାତ୍ରୀଙ୍କୁ ନେଇ ପିକନିକ୍ ଯାଉଥିବା ବସ ଏକ ଧାନ ବୋଝେଇ ଟ୍ରାକ୍ଟରକୁ ପଛ ପଟୁ ଧକ୍କା ଦେଇଥିଲା । ଏକାଧିକ ସ୍କୁଲ ଛାତ୍ରଛାତ୍ରୀ ଆହତ ହୋଇ ଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ପୋଲିସ, ଅଗ୍ନିଶମ ବାହିନୀ ପହଁଚି ଉଦ୍ଧାର କରିଛନ୍ତି ।
ସେପଟେ ଭୁବନେଶ୍ୱର ଏଜି ଛକରେ ବଡ଼ଧରଣର ଦୁର୍ଘଟଣା । ପାସେଞ୍ଜର ଅଟୋକୁ ଧକ୍କା ଦେଲା ହାଇଓ୍ୱା । ଆହତମାନଙ୍କୁ ଉଦ୍ଧାର କରି କ୍ୟାପିଟାଲରେ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ଏକ ଯାତ୍ରୀବାହୀ ଅଟୋଟି ରେଲଓ୍ୱେ ଷ୍ଟେସନରୁ ଯାତ୍ରୀଙ୍କୁ ନେଉ ଯାଉଥିଲା। ବିପରୀତ ଦିଗରେ ଏକ ହାଇଓ୍ୱା ଟ୍ରକଟି ଆସୁଥିଲା । ଏହି ସମୟରେ ଅଟୋଟି ହଠାତ୍ ସାମ୍ନାକୁ ଚାଲିଆସିଥିଲା । ଅଟୋକୁ ରକ୍ଷା କରିବାକୁ ଯାଇ ଡିଭାଇଡରରେ ଉପରେ ଚଢାଇ ଦେଇଥିଲା ହାଇଓ୍ୱା ।
ସେହିପରି ଏକ ଅଟୋକୁ ଜୋରଦାର ଧକ୍କା ଦେଇଥିଲା ହାଇଓ୍ୱା। ଯାହାଫଳରେ କି ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି । ସେପଟେ କମିଶନରେଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ହାଇଓ୍ୱା ଚାଳକକୁ ଅଟକ ରଖିଛି ।
ଘନ କୁହୁଡ଼ି ହେଲା କାଳ । ୫୯ ନମ୍ବର ଜାତୀୟ ରାଜପଥରେ ଗଛକୁ ପିଟିଲା ପରିବା ବୋଝେଇ ପିକଅପ । ଦାରିଙ୍ଗବାଡ଼ି ଥାନା ଶ୍ରାନିକେତା ଗ୍ରାମ ନିକଟରେ ଘଟିଛି ଦୁର୍ଘଟଣା । ଘନ କୁହୁଡ଼ି ଯୋଗୁଁ ରାସ୍ତା ଦେଖା ନଯିବାରୁ ଘଟିଛି ଦୁର୍ଘଟଣା । ଘଟଣା ସ୍ଥଳରେ ଡ୍ରାଇଭର ଗାଡ଼ି ଭିତରେ ଚାପି ହୋଇ ମୃତ୍ୟୁ ହୋଇଛି । ହେଲପରେ ଆହତ ହୋଇଛନ୍ତି । ନବରଙ୍ଗପୁର ଜିଲ୍ଲା ଉମରକୋଟରୁ ବ୍ରହ୍ମପୁର ଯାଉଥିଲା ପରିବା ବୋଝେଇ ପିକଅପ । ମୃତ ଡ୍ରାଇଭର ଜଣକ ହେଲେ ଅଧିକାରୀ ଗୁଡ଼ା ଗ୍ରାମର ପ୍ରହଲ୍ଲାଦ ଗଣ୍ଡ ।
ଦାରିଙ୍ଗବାଡ଼ି ଥାନା ପୋଲିସ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିବା ସହିତ ଆହତ ହେଲପରକୁ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି ।
ଘନ କୁହୁଡି ଯୋଗୁଁ ଦୁର୍ଘଟଣା । ଗଞ୍ଜାମ ଜିଲ୍ଲା ଆସିକା ପାକଲାପଲ୍ଲୀ ଛକ ନିକଟରେ ଟ୍ରକକୁ ପଛପଟୁ ଧକ୍କା ଦେଲା ପରିବା ବୋଝେଇ ପିକଅପ୍ ଭ୍ୟାନ୍ । ଘଟଣା ସ୍ଥଳରେ ଡ୍ରାଇଭର ଗୁରୁତର ।
ଆହତ ଡ୍ରାଇଭର ଜଣଙ୍କ ହେଲେ ଡୁଙ୍ଗୁରିପଲ୍ଲୀ ର ୩୫ ବର୍ଷୀୟ ଗିରେଲା ରଥ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଆସିକା ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି । ପରିବା ବୋଝେଇ ପିକଅପ୍ ଭ୍ୟାନଟି ବରପାଲି ରୁ ବ୍ରହ୍ମପୁର ଯାଉଥିଲା ପିକଅପ୍ ଭ୍ୟାନଟି ଟ୍ରକକୁ ପଛପଟୁ ଧକ୍କା ଦେଇଥିବା ଫଳରେ ଦୁର୍ଘଟଣା ଘଟିଥିଲା ।
ତେବେ ଆଜି ସକାଳୁ ଘନ କୁହୁଡି ଥିବା ଯୋଗୁଁ ରାସ୍ତା ଘାଟ ଦେଖା ଯାଉନଥିଲା, ଅନେକ ସ୍ଥାନରେ ଘଟିଛି ଦୁର୍ଘଟଣା ।
📱 Get Argus News App
✨Related Topics
Explore more stories