Weather Update / କୁହୁଡ଼ି ଏତେ ଯେ ମୁହଁକୁ ମୁହଁ ଦିଶୁନି
·7 months ago·2 min read

Key Points
ରାଜ୍ୟରେ ବଢ଼ିଛି ଶୀତର ପ୍ରକୋପ ।
ରାତି ତାପମାତ୍ରା ୨ଦିନ ଭିତରେ ୨ରୁ ୩ ଡିଗ୍ରୀ ସେଲସିୟସ୍ କମିପାରେ ।
ବର୍ତ୍ତମାନ ପାଗ ମୁଖ୍ୟତଃ ଶୁଖିଲା ରହିବ ।
ରାଜ୍ୟରେ ବଢ଼ିଛି ଶୀତର ପ୍ରକୋପ । ରାତି ତାପମାତ୍ରା ୨ଦିନ ଭିତରେ ୨ରୁ ୩ ଡିଗ୍ରୀ ସେଲସିୟସ୍ କମିପାରେ । ବର୍ତ୍ତମାନ ପାଗ ମୁଖ୍ୟତଃ ଶୁଖିଲା ରହିବ । କଳାହାଣ୍ଡି, କନ୍ଧମାଳ, କୋରାପୁଟ, ଝାରସୁଗୁଡ଼ା, ବଲାଙ୍ଗିର, ସୋନପୁରରେ ଘନ କୁହୁଡ଼ି ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସତର୍କ କରାଇଛି । ୬ରୁ କୁହୁଡ଼ି ପ୍ରକୋପ ବି କମିଯାଇପାରେ ।
ବୁଧବାର ରାତିରେ ଦାରିଙ୍ଗିବାଡ଼ି ତାପମାତ୍ରା ୯ ଡିଗ୍ରୀ ସେଲସିୟସ୍, ଜି.ଉଦୟଗିରି ୧୦.୧, ଝାରସୁଗୁଡ଼ା ୧୦.୯, ଫୁଲବାଣୀ ୧୧, କିରେଇ ୧୧.୩, କୋରାପୁଟ ୧୧.୬, ରାଉରକେଲା ୧୨ ଡିଗ୍ରୀ ଥିଲା । କଟକ ଓ ଭୁବନେଶ୍ୱର ତାପମାତ୍ରା ୧୫ ଡିଗ୍ରୀ ଉପରେ ଥିଲା ।
ଶୁକ୍ରବାର ରାତିରେ କଟକ ଓ ଭୁବନେଶ୍ୱର ତାପମାତ୍ରା ଆହୁରି ୧-୨ ଡିଗ୍ରୀ ପାଖାପାଖି କମିପାରେ । ୬ ତାରିଖବେଳକୁ ଭୁବନେଶ୍ୱର ଓ କଟକରେ ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ପାଖାପାଖି ରହିପାରେ ।
ସେପଟେ ହାଡଭଙ୍ଗା ଶୀତରେ ଥରୁଛି ଶିମିଳିପାଳ । ସର୍ବନିମ୍ନ ତାପମାତ୍ରା ୪° ଡିଗ୍ରୀକୁ ଖସିଲା । ଶିମିଳିପାଳର ଆଭ୍ୟନ୍ତରୀଣ ଏବଂ ପାଦଦେଶରେ ଥିବା ଯଶିପୁର, ଠାକୁରମୁଣ୍ଡା, କରଞ୍ଜିଆ, ରରୁଆଁ ଓ ଶୁକୃଳି ବ୍ଲକ ଅଞ୍ଚଳରେ ଘନ କୁହୁଡି ସାଙ୍ଗକୁ ଶୀତର ଲହରୀ ଜାରି ରହିଛି ।
ଶିମିଳିପାଳ ଉପର ବାରାହା କାମୁଡାରେ ସର୍ବନିମ୍ନ ତାପମାତ୍ରା ୩° ଡିଗ୍ରୀକୁ ଖସିଲା, ଚହଲା ରେ ୬°ଡିଗ୍ରୀ, ବରେହିପାଣିରେ ୮°ଡିଗ୍ରୀ , ଗୁରୁଗୁଡିଆ ୯°ଡିଗ୍ରୀ, କିଆଝରି ୧୩°ଡିଗ୍ରୀ, ରାମତୀର୍ଥ ୧୩° ଡିଗ୍ରୀ ଓ ସାତକୋଶିଆ ଠାରେ ସର୍ବନିମ୍ନ ୧୩°ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ଏ ନେଇ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ଖାଲି ଶିମିଳିପାଳ ନୁହେଁ ଝାରସୁଗୁଡାରେ ମଧ୍ୟ ପ୍ରବଳ ଥଣ୍ଡା । ଶୀତରେ ଥରୁଛି ଝାରସୁଗୁଡା ଜିଲ୍ଲା । ଥଣ୍ଡା ପବନ ଲୋକଙ୍କୁ କଳବଳ କରୁଛି । ଥଣ୍ଡା ପବନ ଏବଂ ପ୍ରବଳ ଶୀତରେ କିଛିଦିନ ହେଲାଣି ଥରୁଛି ଝାରସୁଗୁଡା । ଫଳରେ ସକାଳ ୯ ଟା ଯାଏଁ ଲୋକେ ଘରୁ ବାହାରୁ ନଥିବା ଦେଖିବାକୁ ମିଳିଛି ।
ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ନିଆଁର ସାହାରା ନେଉଛନ୍ତି । ପୂର୍ବରୁ ଏତେ ମାତ୍ରାରେ ଥଣ୍ଡା ଅନୁଭୁତ ହୋଉନଥିଲା । ଅନ୍ୟପଟେ ଶୁକ୍ରବାର ଭୋରରୁ ଘନ କୁହୁଡି ପଡିଥିବାରୁ ସକାଳ ୭ ଟା ଯାଏଁ ଭିଜିବିଲିଟି କମ ରହିଥିଲା । କୁହୁଡି ଯୋଗୁଁ ରାସ୍ତାଘାଟ । ଦେଖା ନ ଯିବାରୁ ଲୋକଙ୍କ ଜାତାୟାତରେ ସମସ୍ୟା ଦେଖାଦେଇଥିଲା l
ଅଧିକ ପଢ଼ନ୍ତୁ ପାଣିପାଗ ଖବର...

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories