ଟ୍ଵିନ୍ ସିଟି ସହ ରାଜ୍ୟର ଅନେକ ସ୍ଥାନରେ ଘନ କୁହୁଡ଼ି, ଯାତାୟାତ ବାଧାପ୍ରାପ୍ତ

Key Points
ରାଜ୍ୟରେ ଘନ କୁହୁଡ଼ିର ଆସ୍ତରଣ
ଦୃଶ୍ୟମାନ ହେଉ ନାହିଁ ୩୦ ମିଟରରୁ ଅଧିକ ଦୂର ରାସ୍ତା
ଭୁବନେଶ୍ଵର: ଦେଖା ଯାଉ ନାହାନ୍ତି ସୂର୍ଯ୍ୟ । ଛାଇ ରହିଛି ଘନ କୁହୁଡ଼ି । ଟ୍ଵିନ୍ ସିଟି କଟକ, ଭୁବନେଶ୍ଵର ସହ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି । ୩୦ ମିଟରରୁ ଅଧିକ ଦୂର ରାସ୍ତା ମଧ୍ୟ ଦୃଶ୍ୟମାନ ହେଉ ନାହିଁ । ଉପକୂଳ ଓଡ଼ିଶା ସମେତ ପାର୍ଶ୍ଵବର୍ତ୍ତୀ ଜିଲ୍ଲା ଗୁ଼ଡ଼ିକର ଅନେକ ସ୍ଥାନରେ ଘନରୁ ଅତିଘନ କୁହୁଡ଼ି ଜାରି ରହିଛି l
ରାତି ସାଢ଼େ ୧୧ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ସର୍ବନିମ୍ନ ଦୃଶ୍ୟମାନ ଦୂରତା ୩୦ ମିଟର ରହିଥିଲା । ସକାଳ ସମୟରେ ଦୃଶ୍ୟମାନ ଦୂରତା ଆହୁରି ହ୍ରାସ ପାଇଛି । ବାଲେଶ୍ଵର, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଗଞ୍ଜାମ ସହ ଅନ୍ୟ ଉପକୂଳ ଜିଲ୍ଲା ଏବଂ ଦକ୍ଷିଣ ଉପକୂଳ ଜିଲ୍ଲାରେ ମଧ୍ୟ ଘନ କୁହୁଡ଼ିର ଆସ୍ତରଣ ରହିଛି ।
📱 Get Argus News App
✨ପୂର୍ବ-ଉତ୍ତରପୂର୍ବ ଦିଗରେ ପଶ୍ଚିମା ଝଡ଼ ଅଗ୍ରସର ହେଉଥିବାରୁ ପ୍ରଭାବ କମିବ । ରାଜ୍ୟର ଉତ୍ତରପଶ୍ଚିମ ଭାଗରେ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଥଣ୍ଡା ବାୟୁର ପ୍ରଭାବ ସାମାନ୍ୟ ବୃଦ୍ଧି ହେବାର ସମ୍ଭାବନା ରହିଛି l ପ୍ରଭାବରେ ଧିରେ ଧିରେ ଗୁରୁଚାପ ବଳୟ ଦକ୍ଷିଣ ମୁହାଁ ହେବା ସହ ଦିନ ତାପମାତ୍ରା ସାମାନ୍ୟ ହ୍ରାସ ପାଇବ ।
ରାତ୍ରି ତାପମାତ୍ରା ଉତ୍ତର ତଥା ଉତ୍ତର ପଶ୍ଚିମ ଓଡ଼ିଶାର କିଛି ଅଞ୍ଚଳରେ ତଳ ମୁହାଁ ହେବାର ସମ୍ଭାବନା ରହିଛି । ଘନ କୁହୁଡ଼ିର ପ୍ରଭାବ ଧିରେ ଧିରେ ହ୍ରାସ ଘଟିବାର ସମ୍ଭାବନା ରହିଛି l ତେବେ ପାଣିପାଗ ବିଭାଗର ଆକଳନ ଅନୁସାରେ, ଏଭଳି କୁହୁଡ଼ି ଆଉ ୨ ଦିନ ଲାଗି ରହିବ । ମୟୂରଭଞ୍ଜ, ଢେଙ୍କାନାଳ, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, ଦେବଗଡ଼, ସୁନ୍ଦରଗଡ଼, ଅନୁଗୁଳ ଓ କୋରାପୁଟରେ ରହିବ କୁହୁଡ଼ିର ପ୍ରଭାବ ।