Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Dharmendra Pradhan / ଦେବଗଡ଼ ବିକାଶରେ ଖର୍ଚ୍ଚ ହେବ ୬ କୋଟି

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·1 min read
ଦେବଗଡ଼ ବିକାଶରେ ଖର୍ଚ୍ଚ ହେବ ୬ କୋଟି

Key Points

ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ସାଂସଦ ହେବା ପରେ ୨୦୨୪-୨୫ ପଞ୍ଚଦଶ ଅର୍ଥ କମିଶନ ଟଙ୍କାକୁ ମଞ୍ଜୁରୀ ମିଳିଛି ।
ଦେବଗଡ଼ ପୌରାଞ୍ଚଳର ବିକାଶରେ ଏହି ଟଙ୍କା ବିନିଯୋଗ ହେବ।

ଦେବଗଡ଼ ପାଇଁ ଖୁସି ଖବର । ସହର ବିକାଶ ପାଇଁ ଖର୍ଚ୍ଚ ହେବ ୬ କୋଟି ଟଙ୍କା । ଅନୁଦାନ ରାଶିକୁ ମିଳିଛି ମଞ୍ଜୁରୀ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚେଷ୍ଟାରେ ଦେବଗଡ଼ ପୌରାଞ୍ଚଳର ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି ୬ କୋଟି ଟଙ୍କାର ଅନୁଦାନ ରାଶି । ଏଥିରେ ପଞ୍ଚଦଶ ଅର୍ଥ କମିଶନଙ୍କ ସ୍ୱତନ୍ତ୍ର ଅନୁଦାନ ରାଶିରୁ ୪ କୋଟି ଟଙ୍କା ଓ ସରକାରଙ୍କ ମୁଖ୍ୟମନ୍ତ୍ରୀ ସହର ବିକାଶ ଯୋଜନାରୁ ୨ କୋଟି ଟଙ୍କା ରହିଛି ।

ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ସାଂସଦ ହେବା ପରେ ୨୦୨୪-୨୫ ପଞ୍ଚଦଶ ଅର୍ଥ କମିଶନ ଟଙ୍କାକୁ ମଞ୍ଜୁରୀ ମିଳିଛି । ଦେବଗଡ଼ ପୌରାଞ୍ଚଳର ବିକାଶରେ ଏହି ଟଙ୍କା ବିନିଯୋଗ ହେବ। ଏଥିରେ ଦେବଗଡ଼ ସହରର ରାସ୍ତା, ଡ୍ରେନେଜ୍, ପରିମଳ, ବର୍ଜ୍ୟବସ୍ତୁ ପରିଚାଳନା ସହଜ ହେବ। ଏଥିସହ ସହରର ସୌନ୍ଦର୍ଯ୍ୟକରଣ, ରାସ୍ତା ଆଲୋକୀକରଣ, ସ୍ୱାସ୍ଥ୍ୟସେବା ଓ ବିଭିନ୍ନ ଭିତ୍ତିଭୂମି ଉନ୍ନତିକରଣ କାର୍ଯ୍ୟ କରାଯିବ ।

ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ମନ୍ତ୍ରୀ ମନୋହର ଲାଲଙ୍କୁ ଭେଟି ଆଲୋଚନା କରିଥିଲେ। ଦେବଗଡ଼ ଓ ସମ୍ବଲପୁରର ବିକାଶ ପାଇଁ ଦାବି କରିଥିଲେ । ଯାହା ଫଳରେ ମିଳିଛି ଏବେର ଏହି ଅନୁଦାନ । ଏହାକୁ ନେଇ ଦେବଗଡ଼ବାସୀ ଖୁସି ଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଦେଇଛନ୍ତି।

ରାଜ୍ୟରେ ଡବଲ୍ ଇଞ୍ଜିନ ସରକାର ଚାଲୁଥିବାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଓ ଉଦ୍ୟମ ଯୋଗୁଁ ସମ୍ବଲପୁର, ଦେବଗଡ଼ ସମେତ ରାଜ୍ୟର ବିଭିନ୍ନ ସ୍ଥାନର ବିକାଶ ମୂଳକ କାମ ପାଇଁ ଫିଟୁଛି ବାଟ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Dharmendra Pradhan | Deogarh Development Project To Cost Rs 6 Crore | Argus News