Earthquake Tremors / ଦେବଗଡ଼ରେ ଭୂ-କମ୍ପ ଝଟକା…ଥରିଲା ସହର…ଘରୁ ଦୌଡ଼ିଲେ ଲୋକ
·43 mins ago

Key Points
ଦେବଗଡ଼ ଜିଲାରେ ଭୂମିକମ୍ପ
ରିଆମାଳ ବ୍ଳକ ଚଡେଇମରା ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି

ଦେବଗଡ଼ ଜିଲାରେ ଭୂମିକମ୍ପ । ରିଆମାଳ ବ୍ଳକ ଚଡେଇମରା ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ସୋମବାର ରାତି ପ୍ରାୟ ୧୦ଟା ୪୮ ମିନିଟ୍ ସମୟରେ ଏହି ଭୂକମ୍ପ ହୋଇଥିବା ବେଳେ ଏହା ତୀବ୍ରତା ରିକ୍ଟର ସ୍କେଲରେ ୩.୯ ରହିଥିଲା ।
ସେହିପରି ଉତ୍ପତ୍ତିସ୍ଥଳ ଭୂପୃଷ୍ଠରୁ ପ୍ରାୟ ୨୦ କିଲୋମିଟର ଗଭୀରରେ ରହିଥିଲା। ଭୂକମ୍ପର ଅକ୍ଷାଂଶ ୨୧.୧୭୯ ଡିଗ୍ରୀ ଉତ୍ତର ଏବଂ ଦ୍ରାଘିମା ୮୪.୭୭୪ ଡିଗ୍ରୀ ପୂର୍ବ ବୋଲି ଦେବଗଡ଼ ଜିଲା ଜରୁରୀକାଳୀନ ଅଧିକାରୀଙ୍କ ସୂଚନା ଦେଇଛନ୍ତି । ଦେବଗଡ଼ ସମେତ ଅନୁଗୋଳ ଜିଲାର ଛେଣ୍ଡିପଦା ଏବଂ ସମ୍ବଲପୁରର କିଛି ଅଞ୍ଚଳରେ ଲୋକେ ଏହି ମୃଦୁ କମ୍ପନ ଅନୁଭବ କରିଥିଲେ। ତେବେ ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ରିପୋର୍ଟ ସାମ୍ନାକୁ ଆସିନାହିଁ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories