Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Football Player: ଫୁଟବଲ ଖେଳୁଥିବା ବେଳେ ପଡ଼ିଆରେ ଚାଲିଗଲା ଖେଳାଳିଙ୍କ ଜୀବନ

Sushanta Sahoo
Browse all articles by Sushanta Sahoo
·10 months ago·1 min read
Football Player: ଫୁଟବଲ ଖେଳୁଥିବା ବେଳେ ପଡ଼ିଆରେ ଚାଲିଗଲା ଖେଳାଳିଙ୍କ ଜୀବନ

Key Points

ଖେଳୁ ଖେଳୁ ପଡ଼ିଆରେ ଟଳି ପଡ଼ିଲେ ଖେଳାଳି । ଫୁଟବଲ ଖେଳୁଥିବା ବେଳେ ଜଣେ ଖେଳାଳିଙ୍କ ମୃତ୍ୟୁ ହୋଇଛି ।

ଦେବଗଡ଼: ଏମିତି ବି ଆସେ ମୃତ୍ୟୁ । ଖେଳୁ ଖେଳୁ ପଡ଼ିଆରେ ଟଳି ପଡ଼ିଲେ ଖେଳାଳି । ଫୁଟବଲ ଖେଳୁଥିବା ବେଳେ ଜଣେ ଖେଳାଳିଙ୍କ ମୃତ୍ୟୁ ହୋଇଛି । ଦେବଗଡ଼ା ଇନ୍ଦିରାଗାନ୍ଧୀ ଷ୍ଟାଡିୟମରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଚାଲିଥିବା ବେଳେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ମୃତକ ଦେବଗଡ଼ ସହର ଭୂୟାଁସାହିର ପ୍ରକାଶ ନାୟକ ।


ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ଦେବଗଡ଼ ପୌର ପ୍ରଶାସନ ପକ୍ଷରୁ କାଉନସିଲର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା । ଜିଲ୍ଲା ଆଥେଲେଟିକ ଆସୋସିଏସନ କାର୍ଯ୍ୟକ୍ରମକୁ ପରିଚାଳନା କରୁଥିଲା । ପଡ଼ିଆରେ ଖେଳୁଥିବା ବେଳେ ପ୍ରକାଶ ନାୟକ ତଳେ ପଡ଼ି ଯାଇଥିଲେ । ତାଙ୍କୁ ତୁରନ୍ତ ଦେବଗଡ଼ ଡାକ୍ତରଖାନା ନିଆ ଯାଇଥିଲା ।


ସେଠାରେ ଡାକ୍ତର ପ୍ରକାଶଙ୍କୁ ମୃତ ଘୋଷଣା କରିଥିଲେ । ତେବେ ପ୍ରକାଶଙ୍କ ମୃତ୍ୟୁ ହୃଦଘାତ ଜନିତ ହୋଇଥାଇପାରେ ବୋଲି ଅନୁମାନ କରୁଛନ୍ତି ଡାକ୍ତର । ଶବ ବ୍ୟବଚ୍ଛେଦ ପରେ ସ୍ପଷ୍ଟ ହେବ ପ୍ରକାଶଙ୍କ ମୃତ୍ୟୁ କେମିତି ଓ କେଉଁ ପରିସ୍ଥିତିରେ ହେଲା । ପ୍ରକାଶଙ୍କ ଦେହାନ୍ତକୁ ନେଇ ଖେଳାଳି ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିବା ବେଳେ ଡାକ୍ତରଖାନାରେ କିଛି ସମୟ ପାଇଁ ଉତେଜନା ପ୍ରକାଶ ପାଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Footballer Dies While Playing in Deogarh | Argus News | Argus News