ଭିଜିଲାନ୍ସ ଜାଲରେ ଦେବଗଡ଼ ମହିଲା ଜୁନିୟର କଲେଜ କିରାଣି ମଞ୍ଜୁଳା ପ୍ରଧାନ

ଭିଜିଲାନ୍ସ ଜାଲରେ ଦେବଗଡ଼ ମହିଲା ଜୁନିୟର କଲେଜ କିରାଣି ମଞ୍ଜୁଳା ପ୍ରଧାନ । ୫ ହଜାର ଟଙ୍କା ଲାଞ୍ଚ ନେଲାବେଳେ ମଞ୍ଜୁଳାଙ୍କୁ ଗିରଫ କରିଛି ଭିଜିଲାନ୍ସ । +2 ଛାତ୍ରଙ୍କୁ ବୋର୍ଡ଼ ସାର୍ଟିଫିକେଟ ନକଲ ଦେବା ଲାଗି ନେଉଥିଲେ ଲାଞ୍ଚ । ଲାଞ୍ଚ ଟଙ୍କା ଜବତ କରି ତଦନ୍ତ ଜାରି ରହିଛି ।
ଭିଜିଲାନ୍ସ ଜାଲ ଦେବଗଡ଼ କଲେଜର ମହିଲା ଜୁନିୟର କିରାଣି ମଞ୍ଜୁଳା ପ୍ରଧାନ । ୫ ହଜାର ଟଙ୍କା ଲାଞ୍ଚ ନେଲାବେଳେ ମଞ୍ଜୁଳା ପ୍ରଧାନଙ୍କୁ ଗିରଫ କରିଛି ଭିଜିଲାନ୍ସ । +2 ଛାତ୍ରଙ୍କୁ ବୋର୍ଡ଼ ସାର୍ଟିଫିକେଟ ନକଲ ଦେବା ଲାଗି ୫ହଜାର ଟଙ୍କା ଲାଞ୍ଚ ନେଉଥିଲେ ମହିଲା ଜୁନିୟର କିରାଣି । ତାଙ୍କରଠାନୁ ଲାଞ୍ଚ ଟଙ୍କା ଜବତ ହେଇଛି । ଭିଜିଲାନ୍ସ ହାତରେ ଧରା ପଡ଼ଲା ପରେ ମଞ୍ଜୁଲା ପ୍ରଧାନଙ୍କ ବିରୋଧରେ ଭିଜିଲାନ୍ସ ମାମଲା ରୁଜୁ ହେଇଥିବାର ଜଣାପଡିଛି । ମଞ୍ଜୁଳାଙ୍କ ଘରେ ଆଉ ଅଫିସରେ ମଧ୍ୟ ଭିଜିଲାନ୍ସ ଟିମ ତଦନ୍ତ ଜାରି ରଖିଥୁବା
📱 Get Argus News App
✨ସୂଚନା ରହିଛି । ଭିଜିଲାନ୍ସ ଡିଏସପି ଯୋଗେଶ ପଟେଲଙ୍କର ନେତୃତ୍ବରେ ତଦନ୍ତ ଜାରି ରହିଛି । ଦେବଗଡ଼ ଜିଲ୍ଲା ଭାଲିଆଡିହି ଗାଁ ଶକ୍ତିମାନ ରଣାଙ୍କର +2 ବୋର୍ଡ଼ ସାର୍ଟିଫିକେଟ ଖରାପ ହେଇଯାଇଥିଲା । ବୋର୍ଡ଼ ସାର୍ଟିଫିକେଟର ନକଲ ଦେବା ଲାଗି ଶକ୍ତିମାନ ଆବେଦନ କରିଥିଲେ।