Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଦା ହେଲେ ଦେବଗଡ଼ ପୌରାଧ୍ୟକ୍ଷା ଶାନ୍ତିମଞ୍ଜରୀ ଦେଈ

Rashmita Mishra
Browse all articles by Rashmita Mishra
·1 year ago·1 min read
ବିଦା ହେଲେ ଦେବଗଡ଼ ପୌରାଧ୍ୟକ୍ଷା ଶାନ୍ତିମଞ୍ଜରୀ ଦେଈ

ଅର୍ଗସ ବ୍ୟୁରୋ: ବିଦା ହେଲେ ଦେବଗଡ଼ ପୌରାଧ୍ୟକ୍ଷା । ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ପଦରୁ ବିତାଡିତ ହେଲେ ପୌରାଧ୍ୟକ୍ଷା ଶାନ୍ତିମଞ୍ଜରୀ ଦେଇ। ଏନେଇ ଗୃହ ଓ ନଗର ବିଭାଗ ପକ୍ଷରୁ ଜାରି ହୋଇଛି ନୋଟିସ। ପୂର୍ବରୁ ତାଙ୍କ ନାଁରେ ବହୁ ଅନିୟମିତତା ଅଭିଯୋଗ ରହିଥିଲା। ପ୍ରତି ମାସରେ ପୌର ପରିଷଦ ବୈଠକ ନ ବସିବା, ପୌର ପରିଷଦର ବିନା ବୈଠକରେ ପ୍ରସ୍ତାବ ନଦେଇ ବିଭିନ୍ନ କାର୍ଯ୍ୟ ପାଇଁ ନିର୍ଦ୍ଦେଶ ଦେଉଥିଲେ। ସେହିପରି ବାର୍ଷିକ ଆକ୍ସନ ପ୍ଲାନ, ମୁକ୍ତା ଯୋଜନା ଏବଂ ବ୍ୟୟ ଅଟକଳ ପୌର ପରିଷଦ ବୈଠକରେ ଅନୁମୋଦନ କରାଯାଇ ନଥିବାର ଅଭିଯୋଗ ରହିଥିଲା।


ଏସବୁ ପ୍ରସଙ୍ଗରେ ସରକାର ପୌରାଧ୍ୟକ୍ଷାଙ୍କୁ ସ୍ପଷ୍ଟିକରଣ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଗତ ନଭେମ୍ବର 11 ତାରିଖରେ ଗୃହ ଓ ନଗର ବିଭାଗ ପକ୍ଷରୁ ନୋଟିସ ଜାରି ହୋଇଥିଲା। ପୌର ପରିଷଦ ଅଧ୍ୟକ୍ଷା ଜାଣିଶୁଣି ନୀତି ନିୟମ ଏବଂ ଆଇନ ଉଲଙ୍ଘନ କରିଥିବା ନେଇ ଜିଲାପାଳଙ୍କ ତଦନ୍ତ ରିପୋର୍ଟରୁ ସୂଚନା ମିଳିଥିଲା । ଫଳରେ ତାଙ୍କ ବିରୋଧରେ ଏଭଳି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


Sponsored
deogarh-municipal-corporation-mayor-shantimanjari-dey-leaves | Argus News