Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Old Age Pension / ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ଅଜବ ଉତ୍ତର, 'ବାର୍ଦ୍ଧକ୍ୟ ଭତ୍ତା ପାଇଁ କାହା ମୃତ୍ୟୁକୁ ଅପେକ୍ଷା କର'

Sushanta Sahoo
Browse all articles by Sushanta Sahoo
·9 months ago·2 min read
ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ଅଜବ ଉତ୍ତର, 'ବାର୍ଦ୍ଧକ୍ୟ ଭତ୍ତା ପାଇଁ କାହା ମୃତ୍ୟୁକୁ ଅପେକ୍ଷା କର'

Key Points

କେହି ଜଣେ ମରିବା ପର୍ଯ୍ୟନ୍ତ ଆପଣ ପ୍ରତୀକ୍ଷା କରନ୍ତୁ । କେହି ଜଣେ ମଲେ ସୃଷ୍ଟି ହେବ ଖାଲି ସ୍ଥାନ ଆଉ ଆପଣ ପାଇବେ ଭତ୍ତା । ଏକଥା ଆମେ କହୁନୁ, ବରଂ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କରିଥିବା ଜଣେ ଆଶାୟୀଙ୍କୁ ଏଭଳି ପତ୍ର ଦେଇଛନ୍ତି ସରକାରୀ ଅଧିକାରୀ ।

ଭୁବନେଶ୍ଵର: ବାର୍ଦ୍ଧକ୍ୟ ଭତ୍ତା ପାଇବା ଲାଗି ଅପେକ୍ଷାରେ ଅଛନ୍ତି କି ଆପଣ ? ଯଦି ହଁ, ତେବେ ଆଉ ଟିକେ ଅପେକ୍ଷା କରନ୍ତୁ । କେହି ଜଣେ ମରିବା ପର୍ଯ୍ୟନ୍ତ ଆପଣ ପ୍ରତୀକ୍ଷା କରନ୍ତୁ । କେହି ଜଣେ ମଲେ ସୃଷ୍ଟି ହେବ ଖାଲି ସ୍ଥାନ ଆଉ ଆପଣ ପାଇବେ ଭତ୍ତା ।


ଆଜ୍ଞା ହଁ ଆମେ ଏମିତି କାହିଁକି ଲେଖିଲୁ ବୋଲି ଆପଣ ଭାବୁଥିବେ । ଏକଥା ଆମେ କହୁନୁ, ବରଂ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କରିଥିବା ଜଣେ ଆଶାୟୀଙ୍କୁ ଏଭଳି ପତ୍ର ଦେଇଛନ୍ତି ସରକାରୀ ଅଧିକାରୀ । ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କରି ଅପେକ୍ଷା କରିଥିବା ଜଣେ ବୃଦ୍ଧଙ୍କୁ ଭତ୍ତା ମିଳି ନଥିଲା ।


ଆଉ ଏନେଇ ରାଜ୍ୟ ସରକାରଙ୍କ ଜନଶୁଣାଣି ପୋର୍ଟାଲରେ ମୁଖ୍ୟ ଶାସନ ସଚିବଙ୍କ ନିକଟରେ ଅଭିଯୋଗ କରିଥିଲେ ଦେବଗଡ଼ ଜିଲ୍ଲା ବସାଇଲୋ ପଞ୍ଚାୟତ ଅସନନାଳି ଗାଁର ରାଶ ବିହାରୀ ସାମଲ । ଆଉ ଏହି ଆବେଦନରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଯାହା ଉତ୍ତର ଦେଇଛନ୍ତି ତାହା ସମସ୍ତଙ୍କ ମୁଣ୍ଡକୁ ଘୁରାଇ ଦେଉଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଜନଶୁଣାଣି ପାର୍ଟୋଲର ଟିକେଟ୍ ନମ୍ବର CS20151312453କୁ ଡିସପୋଜ୍ କରାଯାଇଛି । ଆଉ ଏନେଇ ଗତ ୬ ତାରିଖରେ ଦେବଗଡ଼ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଜାରି କରିଥିବା ଡିସପୋଜ୍ ଚିଠିରେ ଲେଖିଛନ୍ତି, 'ଆପଣଙ୍କ ବାର୍ଦ୍ଧକ୍ୟ ଭତ୍ତା ବର୍ତ୍ତମାନ ଉପ-ଜିଲ୍ଲାପାଳ ଦେବଗଡ଼ଙ୍କ ନିକଟରେ ବିଚାରାଧିନ ରହିଛି ।'


ଚିଠିରେ ଆହୁରି ଲେଖାଯାଇଛି, 'ବାରକୋଟ ବ୍ଲକର ସମସ୍ତ ଭତ୍ତା ଆବେଦନ ପତ୍ର ମଧ୍ୟରୁ ୯୬ କ୍ରମିକ ନମ୍ବରରେ ରହିଛି ଆପଣଙ୍କ ଆବେଦନ । ସାମାଜିକ ସୁରକ୍ଷା ଭତ୍ତା ଯୋଜନାରେ ମୃତ୍ୟୁଜନିକ ଖାଲି ସ୍ଥାନ ଉପୁଜିଲେ ଆବେଦନ କରିଥିବା ତାରିଖ ଭିତ୍ତିରେ ଆପଣଙ୍କ ବାର୍ଦ୍ଧକ୍ୟ ଭତ୍ତାକୁ ମଞ୍ଜୁର କରାଯିବ ।'


ଆଉ ଏହି ଚିଠିର ଏକକିତା ନକଲକୁ ଡେପୁଟି ଜିଲ୍ଲାପାଳ (ଅଭିଯୋଗ ବିଭାଗ), ଦେବଗଡ଼ଙ୍କ ଅବଗତି ନିମନ୍ତେ ପ୍ରରେଣ କରିଛନ୍ତି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଦେବଗଡ଼ । ଆଉ ଏହି ଚିଠିକୁ ଜନଶୁଣାଣି ପୋର୍ଟାଲରେ ମଧ୍ୟ ଅପଲୋଡ୍ କରାଯାଇଛି । ଆଉ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ଏଭଳି ଚିଠି ଏବେ ଲୋକଙ୍କ ଉତ୍କଣ୍ଠା ବଢ଼ାଇ ଦେଇଥିବା ବେଳେ ପରିଣତ ବୟସରେ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଅପେକ୍ଷାରେ ଥିବା ବୃଦ୍ଧଙ୍କୁ ହତବାକ୍ କରିଛି । ତେବେ ସରକାରୀ ପୋର୍ଟାଲରେ ଅପଲୋଡ୍ ଚିଠି ନେଇ ଦେବଗଡ଼ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

Related Topics

Explore more stories

Sponsored
Old Age Pension | Deogarh: Pension Only After Death Vacancy Sparks Row | Argus News | Argus News