Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଘଞ୍ଚ ଜଙ୍ଗଲରେ ପର୍ଯ୍ୟଟକଙ୍କ ମନ କିଣୁଛି ଦେଓଝର ଜଳପ୍ରପାତ

Smruti Parija
Browse all articles by Smruti Parija
·1 year ago·2 min read
ଘଞ୍ଚ ଜଙ୍ଗଲରେ ପର୍ଯ୍ୟଟକଙ୍କ ମନ କିଣୁଛି ଦେଓଝର ଜଳପ୍ରପାତ

Key Points

ସବୁଜ ଗଛଲତା ଦେଇ କୁଳୁକୁଳୁ ନାଦରେ ବୋହିଯାଉଛି ଝରଣା । ଆଉ ଏହାର ମନଭରି ଉପଭୋଗ କରୁଛନ୍ତି ପର୍ଯ୍ୟଟକ ।

କଟକ: ସବୁଜ ଗଛଲତା ଦେଇ କୁଳୁକୁଳୁ ନାଦରେ ବୋହିଯାଉଛି ଝରଣା । ଆଉ ଏହାର ମନଭରି ଉପଭୋଗ କରୁଛନ୍ତି ପର୍ଯ୍ୟଟକ । କିଏ ଭୋଜି କରୁଛି ତ କିଏ ଖୋଲା ଆକାଶ ତଳେ ଗାଧୋଉଛି..ତ ପୁଣି କିଏ ଫଟୋ ଉଠାଇ ପୁରୁଣା ବର୍ଷକୁ ବିଦାୟ ଦେଉଛି । କହିବାକୁ ଗଲେ ପରିବାର ସହିତ ହେଉ କିମ୍ବା ସାଙ୍ଗସାଥୀଙ୍କ ସହ ବୁଲାବୁଲି ପାଇଁ କଟକର ଦେଓଝର ଜଳପ୍ରପାତ ଏବେ ପର୍ଯ୍ୟଟକଙ୍କ ମନ କିଣୁଛି । ପର୍ଯ୍ୟଟନ ମାନଚିତ୍ରରେ କଟକ ଜିଲ୍ଲା ଏକ ନୂଆ ସ୍ଥାନ ନେଇଛି । ଶୀତଦିନ ଆସିବା ମାତ୍ରେ ଏଠାରେ ପିକନିକର ମଜା ନେବାକୁ ଛୁଟି ଆସନ୍ତି ଅନେକ ପର୍ଯ୍ୟଟକ । କଟକ ଓ ଭୁବନେଶ୍ୱର ମଧ୍ୟରେ ଏହି ଜଳପ୍ରପାତଟି ହେଉଛି ସବୁଠାରୁ ସର୍ବୋତ୍ତମ ।


ଦେଓଝର ଝରଣାଟି କଟକ ଜିଲ୍ଲା ନରସିଂହପୁର ବ୍ଲକର ଓଲବ ତାଳପୁଞ୍ଜି ଗାଁରେ ଅବସ୍ଥିତ । ଆଠଗଡ ନରସିଂହପୁର ମୁଖ୍ୟ ରାସ୍ତାର ଚମ୍ପେଶ୍ୱର ଛକ ନିକଟରୁ ମାତ୍ର ୧୨ କିଲୋମିଟର ଦୂରରେ ଅବସ୍ଥିତ ଏହି ପର୍ଯ୍ୟଟନ ସ୍ଥଳୀ । ନିକଟରେ ସେଠାରେ ରହିଛି ଏକ ପାର୍କ । ତେବେ ଏହି ଜଳପ୍ରପାତଟି କଟକ ଠାରୁ ୧୧୨ କିଲୋମିଟର, ଭୁବନେଶ୍ୱରରୁ ୧୩୨ କିଲୋମିଟର, ପୁରୀରୁ ୧୪୦ କିଲୋମିଟର ଆଉ ଅନୁଗୁଳରୁ ମାତ୍ର ୫୭ କିଲୋମିଟର ଦୂରରେ ଅବସ୍ତିତ। ପୂର୍ବରୁ ଏହା ଦିଅଁଝର ଭାବେ ଜଣାଥିଲା କିନ୍ତୁ ଏବେ ଏହା ଦେଓଝର ଭାବେ ସାରା ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ପ୍ରତିଷ୍ଠା ଲାଭ କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହି ଜଳପ୍ରପାତର ଉଚ୍ଚତା ୩୦ ଫୁଟ ରହିଥିବା ବେଳେ ଚତୁର୍ଦ୍ଦିଗରେ ଥିବା ଘଞ୍ଚ ଜଙ୍ଗଲ ଆଉ ସୁଉଚ୍ଚ ପାହାଡ ହେଉଛି ଏହାର ବିଶେଷ ମହତ୍ତ୍ୱ । ଜଙ୍ଗଲ ଘେରା ପାହାଡ ମଧ୍ୟରେ ଥିବା ଏହି ଜଳପ୍ରପାତଟି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ମନରେ ଏକ ଶାନ୍ତି ଭରି ଦିଏ । କିନ୍ତୁ ଏଠାରେ ନେଟୱର୍କ ସୁଵିଧା ନଥିବାରୁ ପର୍ଯ୍ୟଟକ ପ୍ରତ୍ୟେକ ସମୟ ରେ ନାହିଁ ନଥିବା ଅସୁବିଧାର ର ସମ୍ମୁଖୀନ ହେଉଛନ୍ତି। ଖୁବ ଶୀଘ୍ର ଏହାର ରୂପରେଖରେ ପରିବର୍ତ୍ତନ କରିବା ପାଇଁ ସରକାରୀ ପାଣ୍ଠିରୁ ୯ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ବିନିଯୋଗ କରାଯାଇ ପର୍ଯ୍ୟଟନ ବିକାଶ ପାଇଁ ଦିଆଯିବ ବୋଲି ସ୍ଥାନୀୟ ବିଧାୟକ ବିଜୟ ଦଳ ବେହେରା କହିଛନ୍ତି । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଓଡିଶା । ତେବେ ଆଉ ଡେରି କାହିଁକି କରୁଛନ୍ତି । ଚାଲନ୍ତୁ ଆଗ ଆମ ଓଡିଶାକୁ ଭଲଭାବଗେ ଦେଖିବା ବୁଲିବା...ଓଡିଶାର ଏହି ଅପାର ସମ୍ଭାବନାକୁ ଉପଭୋଗ କରିବା ।

Sponsored
deojhar-waterfall-best-picnic-place-in-odisha-athagarh | Argus News