Videos
|
Odisha

ବଙ୍ଗୋପସାଗରରେ ଗୁରୁଚାପ ବଳୟ: ବୁଧବାରଠୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ଆଲର୍ଟ

Ritu Das
Browse all articles by Ritu Das
·1 year ago·1 min read
ବଙ୍ଗୋପସାଗରରେ ଗୁରୁଚାପ ବଳୟ: ବୁଧବାରଠୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ଆଲର୍ଟ

ଅର୍ଗସ ବ୍ୟୁରୋ: ଆସନ୍ତା ବୁଧବାର ଠାରୁ ରାଜ୍ୟରେ କମିବ ଶୀତ । ବଙ୍ଗୋପସାଗର ଅଞ୍ଚଳରେ ଏକ ଗୁରୁଚାପ ବଳୟ ରହିବ । ଏହାର ପ୍ରଭାବରେ ରାଜ୍ୟକୁ ଉଷ୍ମ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଆସିବ । ଏହାଫଳରେ ରାତି ତାପମାତ୍ରା ବଢ଼ିବ ଓ ଶୀତ କମିଯିବ । ଏଭଳି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ ଉମା ଶଙ୍କର ଦାସ । ୨୨ ଓ ୨୩ ତାରିଖ ଦୁଇ ଦିନ ଗୁରୁଚାପ ବଳୟର ପ୍ରଭାବ ରହିବ। ବାୟୁମଣ୍ଡଳରେ ଜଳୀୟବାଷ୍ପର ମାତ୍ରା ବଢ଼ିଯିବ । ଏଥିପାଇଁ ଘନ କୁହୁଡ଼ି ଦୃଶ୍ୟମାନ ହୋଇପାରେ। ପଶ୍ଚିମା ଝଡ଼ର ପ୍ରଭାବ ରହିଲେ ଏଭଳି ସ୍ଥିତି ବଢ଼ିବ। ୨୧ ତାରିଖରୁ ଦେଶର ଉତ୍ତର ପଶ୍ଚିମ ଭାଗରେ ପଶ୍ଚିମା ଝଡ଼ର ପ୍ରଭାବ ରହିବା ସମ୍ଭାବନା ଥିବାରୁ ଓଡ଼ିଶାରେ ଶୀତର ପ୍ରକୋପ କମିବା ସହ କୁହୁଡ଼ିର ପ୍ରଭାବ ବଢ଼ିବ। ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ଶୀତ ଅନୁଭୂତ ହେଉଛି ।


ରବିବାର ରାତିରେ ୯ଟି ସହରରେ ପାରଦ ୧୦ ଡିଗ୍ରୀ ସେଲସିୟସ୍‌ ତଳେ ଥିଲା । ଜି ଉଦୟଗିରିରେ ପାରଦ ୪ ଡିଗ୍ରୀକୁ ଖସି ଆସିଥିଲା । ସିମିଳିଗୁଡ଼ାରେ ୪.୯ଡିଗ୍ରୀ, ଫୁଲବାଣୀରେ ୭, ରାଉରକେଲାରେ ୭.୨, ଝାରସୁଗୁଡ଼ାରେ ୭.୭, ଦାରିଙ୍ଗବାଡ଼ିରେ ୯, କିରେଇରେ ୯.୩, ଚିପିଲିମାରେ ୯.୮, ଭବାନୀପାଟଣାରେ ୯.୯, ସୁନ୍ଦରଗଡ଼ରେ ୧୦.୨, କେନ୍ଦୁଝରରେ ୧୦.୬, ବଲାଙ୍ଗିର ଓ କୋରାପୁଟରେ ୧୧, ସୋନପୁରରେ ୧୧.୬, ହୀରାକୁଦରେ ୧୧.୭ ଓ ରାୟଗଡ଼ାରେ ୧୨.୨ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Depression in Bay of Bengal: Winter will ease from Wednesday, two days thick fog alert | Argus News