Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ରାଜସ୍ବ ଗାଁ ମାନ୍ୟତା ପାଇବାରୁ ବଞ୍ଚିତ

Odisha

ରାଜସ୍ବ ଗାଁ ମାନ୍ୟତା ପାଇବାରୁ ବଞ୍ଚିତ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ରାଜସ୍ବ ଗାଁ ମାନ୍ୟତା ପାଇବାରୁ ବଞ୍ଚିତ

ଅର୍ଗସ ବ୍ୟୁରୋ:  ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଂଚାୟତର ପେରୁଆମାଲ ଗାଁ । ଦୀର୍ଘ ବର୍ଷରୁ ଏହି ଅଞ୍ଚଳରେ ଗାଁ ସ୍ଥାପନ ହୋଇଥିବା ବେଳେ , ଏବେ ବି ଗାଁକୁ ମିଳି ପାରିନି ରାଜସ୍ବ ମାନ୍ୟତା ।  ଫଳରେ ଗାଁରେ ସରକାରୀ ସୁବିଧା ପହଞ୍ଚି ପାରିନଥିବା ଅଭିଯୋଗ ହୋଇଛି। ପେରୁଆମାଲ କୁ ଯିବାକୁ ହେଲେ ଜଙ୍ଗଲ ଘେରା ପାଦଚଲା ରାସ୍ତାରେ ଯିବାକୁ ପଡେ । ଗ୍ରୀଷ୍ମ ରୁତୁ ରେ କିଛି ମାସ ସୁରୁ ଖୁରୁରେ ଚଲିଯାଏ । ବର୍ଷା ମାସରେ ତ କଥା ସରିଲା । ରାସ୍ତା ନ ଥିବାରୁ ଗାଁକୁ ୪ ଚକିଆ ଆସିପାରୁନି ଏମିତିକି ଗାଁକୁ ଆମ୍ବୁଲାନ୍ସ ଆସିପାରୁ ନଥିବା ଅଭିଯୋଗ କରନ୍ତି ଗ୍ରାମବାସୀ।

ଗାଁର ଶିକ୍ଷାବ୍ୟବସ୍ଥା କଥା ନକହିଲେ ଭଲ। ଗାଁରେ ସ୍କୁଲ ଟିଏ କରିଥିଲେ ସରକାର। ହେଲେ ପରବର୍ତ୍ତି ସମୟରେ କମ ଛାତ୍ରଛାତ୍ରୀ ହେବାରୁ ଏହି ସ୍କୁଲକୁ ଉଠାଇ ନେଇଛନ୍ତି । ଏବେ ବିଦ୍ୟାଳୟ ନଥିବାରୁ ପୁଅ ଝିଅ ମାନେ ୫ କି ମି ଦୁରରେ ଥିବା ସ୍କୁଲକୁ ଯାଉଛନ୍ତି । ପେରୁଆମାଲରେ ଫେଲ ମାରିଛି ବସୁଧା ଯୋଜନା।   ପିଇବା ପାଣି ପାଇଁ ୩ଟି ନଳକୂପ ଅଛି ସତ ମାତ୍ର ଏଥିରୁ ବାହାରୁଛି ହଳଦିଆ ପାଣି। ଏହି ପାଣି ବ୍ୟବହାର କରି ଲୋକେ ବିଭିନ୍ନ ରୋଗରେ ପଡୁଥିବା ଅଭିଯୋଗ ହୋଇଛି । ମାତ୍ର ଜଳ ଯୋଗାଣର ଅନ୍ୟଯ ଉତ୍ସ ନଥିବାରୁ ଏହି ପାଣଇ ପିଇବାକୁ ବାଧ୍ୟ ହେଉଛନ୍ତି ଅଞ୍ଚଳବସାୀ ।

ଗ୍ରାମାଞ୍ଚଳ ପାଇଁ ଅନେକ ଯୋଜନା କରିଥିଲେ ପୂର୍ବ ସରକାର ମାତ୍ର ପ୍ରଶାସନିକ ଅବହେଳା ଓ ପତରଅନ୍ତର ନୀତି ପାଇଁ ଏହି ଯୋଜନା ଲୋକଙ୍କ କାମରେ ଆସି ପାରୁନି। ପେରୁଆମାଲ ଗାଁ ଭଳି ଅନେକ ଗାଁ ଏବେବି ମୌଳିକ ସୁବିଧା ପାଇବାରୁ ବଞ୍ଚିତ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Deprived of getting revenue village status | Argus News