Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବିଜେଡି ମୁଲତବି ପ୍ରସ୍ତାବର ଉତ୍ତର ଦେଇ ପୋଲ୍ ଖୋଲିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା 

Odisha

ବିଜେଡି ମୁଲତବି ପ୍ରସ୍ତାବର ଉତ୍ତର ଦେଇ ପୋଲ୍ ଖୋଲିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା 

Rashmita Mishra
Browse all articles by Rashmita Mishra
·1 year ago·2 min read
ବିଜେଡି ମୁଲତବି ପ୍ରସ୍ତାବର ଉତ୍ତର ଦେଇ ପୋଲ୍ ଖୋଲିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା 

Key Points

  • ମିଶନ ଶକ୍ତି ସପୋର୍ଟ ଷ୍ଟାଫ୍ ଦରମା ପ୍ରସଙ୍ଗରେ ଖୋଲୁଛି 24 ବର୍ଷର ସରକାରର ମୁଖା
  • ଗତ ମାର୍ଚ୍ଚ ମାସରୁ ସରିଥିଲା CRP, MBK ମାନଙ୍କ ଚାକିରି
  • ଏଗ୍ରିମେଣ୍ଟ ରିନ୍ୟୁ କରାଯାଇପାରିବ ନାହିଁ ଜାଣିଥିଲା ବିଜେଡି
  • ଡାହାଣୀ ହୋଇ ଲାଗି, ଗୁଣିଆ ହୋଇ ଝାଡ଼ିବାକୁ ବାହାରିଛି ବିଜୁ ଜନତା ଦଳ 
  • ବିଜେଡି ମୁଲତବି ପ୍ରସ୍ତାବର ଉତ୍ତର ଦେଇ ପୋଲ୍ ଖୋଲିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା 

ଅର୍ଗସ ବ୍ୟୁରୋ: ମିଶନ ଶକ୍ତି କମ୍ୟୁନିଟି ଷ୍ଟାଫଙ୍କ ଆନ୍ଦୋଳନ ପ୍ରସଙ୍ଗରେ ପୁଣି କମ୍ପିଲା ବିଧାନସଭା । ମୁଲତବୀ ପ୍ରସ୍ତାବ ମାଧ୍ୟମରେ ବିଜେପି ସରକାରକୁ ଘେରିବା ପାଇଁ ବିଜେଡିର ପ୍ଲାନ୍ ପଣ୍ଡ ହୋଇଛି। ମୁଲତବୀ ପ୍ରସ୍ତାବ ଉପରେ ଜବାବ ରଖି ମହିଳାଙ୍କ ସହ ବିଜେଡି କରିଥିବା କାରସାଦିର ପର୍ଦ୍ଦାଫାସ୍ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । କହିଛନ୍ତି ଆନ୍ଦୋଳନରେ ବସିଥିବା ମହିଳା  ମିଶନ ଶକ୍ତିର ନିୟମିତ କର୍ମଚାରୀ ନୁହନ୍ତି। ଯେଉଁ ମାନଙ୍କର 5 ବର୍ଷ ଅବଧି ପୁରିଛି, ସେମାନେ ଦରମା ପାଇ ସାରିଛନ୍ତି । 5 ବର୍ଷ ଅବଧି ପୁରି ନ ଥିବା ଲୋକଙ୍କୁ ଦରମା ଦେବାକୁ ସରକାର ଗତ ନଭେମ୍ବର 4ରେ ନିର୍ଦ୍ଦେଶ ଦେଇ ସାରିଛନ୍ତି । ବିଜେଡି ସରକାରରେ ଫେଲ ହୋଇଥିଲା ମିଶନ ଶକ୍ତି । ମହିଳାଙ୍କୁ ଭୋଟ ବ୍ୟାଙ୍କ ପାଇଁ ବ୍ୟବହାର କରୁଥିଲା ବିଜେଡି । ମହିଳାଙ୍କ ସଶକ୍ତିକରଣର ଅଭିଯାନକୁ ପୂର୍ବତନ ସରକାର ହିଁ ଭଣ୍ଡୁର କରିଥିଲା । ନବୀନ ସରକାର ଚାହିଁଥିଲେ ନିର୍ବାଚନ ଆଚରଣ ବିଧି ଲାଗୁ ପୂର୍ବରୁ ଚୁକ୍ତି ନବୀକରଣ କରିପାରିଥାନ୍ତେ। କିନ୍ତୁ ସେମିତି ନ କରି ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଏପଟେ କମ୍ୟୁନିଟି ଷ୍ଟାଫ ମାନଙ୍କର ଜୀବନ ଜୀବିକା ପ୍ରତି ସରକାର ସଚେତନ ଅଛନ୍ତି ଓ ଦିଗରେ କାମ କରୁଛନ୍ତି ବୋଲି କହିଛି ବିଜେପି । 


(ଫାଭିଓ) ମିଶନ ଶକ୍ତି କମ୍ୟୁନିଟି ସପୋର୍ଟ ଷ୍ଟାଫ୍ଙ୍କ ଚୁକ୍ତି ନବୀକରଣ କରିନାହାନ୍ତି ପୂର୍ବ ସରକାର । ଷଡ଼ଯନ୍ତ୍ରର ଶିକାର ହୋଇଛନ୍ତି ସିଆରପି, ଏମବିକେ, ପ୍ରାଣୀ ମିତ୍ର, ବ୍ୟାଙ୍କ ମିତ୍ର ଓ କୃଷି ମିତ୍ର । ୧ ଏପ୍ରିଲ ୨୦୨୪ ରୁ CSSର ପ୍ରାୟ 34,441 ଜଣ 5 ବର୍ଷ ପୂରଣ କରିଛନ୍ତି । 2019 ନିର୍ଦ୍ଦେଶାବଳୀ ଅନୁସାରେ ସେମାନେ ଆଉ ସରକାରୀ ପାଣ୍ଠି ପାଇଁ ଯୋଗ୍ୟ ନୁହଁନ୍ତି । ପୂର୍ବ ସରକାର ଚଞ୍ଚକତା କରି ସେମାନଙ୍କ ଚୁକ୍ତି ନବୀକରଣ କରି ନଥିଲେ ।  ତେବେ ଚୁକ୍ତି ସରିବାର 19 ଦିନ ପୂର୍ବରୁ ସିଆରପିଙ୍କ ମାସିକ ଭତ୍ତା 3000ରୁ 5500 କରିଥିବା ବେଳେ ଏମବିକେଙ୍କ ଭତ୍ତା 6 ହଜାରରୁ 10 ହଜାର କରିଥିଲେ...  ସେତେବେଳେ ଅଭିଯୋଗ ହେଲା ନିର୍ବାଚନ କାମରେ ବ୍ୟବାହର ପାଇଁ ସିଆରପି ଓ ଏମବିକେଙ୍କ ଦରମା ବଢାଇଥିଲେ ପୂର୍ବ ସରକାର... ସାଧାରଣ ନିର୍ବାଚନ ଘୋଷଣାର 5 ଦିନ ପୂର୍ବରୁ ଏମାନଙ୍କ ଭତ୍ତା ବୃଦ୍ଧି ଘୋଷଣା କରି ପରେ ଚୁକ୍ତି ନବୀକରଣ ନ କରିବା ପଛର ଅସଲ ଉଦ୍ଦେଶ୍ୟ ଏବେ ଆସିଛି ସାମନାକୁ । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Deputy Chief Minister Parvathi Parida opens polls, responding to BJD's adjournment proposal | Argus News