Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ତ୍ରିରଙ୍ଗା ରାଲିରେ ସାମିଲ ହେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

Banajyotshna Ray
Browse all articles by Banajyotshna Ray
·11 months ago·1 min read
ତ୍ରିରଙ୍ଗା ରାଲିରେ ସାମିଲ ହେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

Key Points

ଫି ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମ

ଭବାନୀପାଟଣା ସହରରେ ତ୍ରିରଙ୍ଗା ରାଲିରେ ସାମିଲ ହେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

ଫି ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମ । ଭବାନୀପାଟଣା ସହରରେ ତ୍ରିରଙ୍ଗା ରାଲିରେ ସାମିଲ ହେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । କଳାହାଣ୍ଡି ଭବାନୀପାଟଣାରେ ବିଜେପି ତରଫରୁ ଆୟୋଜିତ ହୋଇଛି ତ୍ରିରଙ୍ଗା ଯାତ୍ରା। ଏହି ରାଲିରେ ଉପମୁଖ୍ୟମନ୍ତ୍ରୀ ସାମିଲ ହେଇ ସହର ସାହା ବୁଲୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କର ହର ଘର ତ୍ରିରଙ୍ଗା ଯାତ୍ରା ଆହ୍ୱାନ । ତ୍ରିରଙ୍ଗା ଶୋଭାଯାତ୍ରା ସହରର ନକଟିଗୁଡା ବାବାସାହେବଙ୍କର ପ୍ରତିମୁର୍ତ୍ତିରେ ମାଲ୍ୟାର୍ପଣ ପରେ ତ୍ରିରଙ୍ଗା ଶୋଭାଯାତ୍ରାରେ ବାହାରି ସହର ବୁଲଲାରୁ ସ୍ଥାନୀୟ ସର୍କିଟ ହାଉସରେ ସଲାମୀ ଦିଆଯାଇଥିଲା ।


ବାଇକ ରାଲିରେ ହଜାର ହଜାର ସଂଖ୍ୟାରେ ବିଜେପି ନେତା, କର୍ମୀ, ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରେ କଳାହାଣ୍ଡି ଜିଲ୍ଲାପ୍ରଶାସନ ସଙ୍ଗେ ସଙ୍ଗେ ସମିକ୍ଷା ବୈଠକରେ ଭାଗ ନେଇଥିଲେ । ହର ଘର ତ୍ରିରଙ୍ଗା ପ୍ରତ୍ୟେକ ଭାରତୀୟଙ୍କୁ ଆହ୍ୱାନ କରୁଛି ଯେ ସେମାନେ ନିଜ ଘରକୁ ତ୍ରିରଙ୍ଗା ଆଣି ଗର୍ବର ସହ ଉଡ଼ାନ୍ତୁ। ଭାରତୀୟ ଜାତୀୟ ପତାକା କେବଳ ଏକ ପ୍ରତୀକ ନୁହେଁ, ଏହା ଆମର ସାମୂହିକ ଗର୍ବ ଏବଂ ଏକତାକୁ ଗଭୀର ଭାବେ ଦର୍ଶାଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଐତିହାସିକ ଦୃଷ୍ଟିକୋଣରୁ, ପତାକା ସହିତ ଆମର ସମ୍ପର୍କ ପ୍ରାୟତଃ ଆନୁଷ୍ଠାନିକ ଏବଂ ଦୂରରେ ରହିଆସିଛି, କିନ୍ତୁ ଏହି ଅଭିଯାନ ଏହାକୁ ଏକ ଗଭୀର ବ୍ୟକ୍ତିଗତ ଏବଂ ଆନ୍ତରିକ ସଂଯୋଗରେ ପରିଣତ କରିବାକୁ ଚାହୁଁଛି। "ହର ଘର ତ୍ରିରଙ୍ଗା" ପଦକ୍ଷେପ ପ୍ରତ୍ୟେକ ନାଗରିକଙ୍କ ମଧ୍ୟରେ ଦେଶପ୍ରେମର ଗଭୀର ଭାବନା ଜାଗ୍ରତ କରିବା ଏବଂ ଆମ ଜାତୀୟ ପତାକାର ମହତ୍ୱକୁ ଅଧିକରୁ ଅଧିକ ବୁଝିବା ପାଇଁ ପ୍ରୟାସ କରିଥାଏ।

Sponsored
deputy-chief-minister-pravati-parida-join-tiranga-rally-in-kalahandi-bhawanipatna | Argus News