Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗଞ୍ଜାମ SPଙ୍କ ସହ କଥା ହେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଗଞ୍ଜାମ SPଙ୍କ ସହ କଥା ହେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

Key Points

ଗୋପାଳପୁର ବେଳାଭୂମି ଗଣଦୁଷ୍କର୍ମ ଘଟଣାରେ ସମସ୍ତ ୧୦ ଅଭିଯୁକ୍ତ ଗିରଫ
୨୪ ଘଣ୍ଟା ନ ପୂରୁଣୁ ପିଶାଚଙ୍କୁ ବାନ୍ଧିଲା ପୋଲିସ
ଅପରାଧ ପ୍ରତି ରାଜ୍ୟ ସରକାରଙ୍କ ଜିରୋ ଟଲରାନ୍ସ
ଗଞ୍ଜାମ SPଙ୍କ ସହ କଥା ହେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
ମାମଲାରେ ହସ୍ତକ୍ଷେପ କରି ନିଜ ଆଡୁ ମାମଲା ରୁଜୁ କଲେ ଜାତୀୟ ମହିଳା କମିଶନ
ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ DGPଙ୍କୁ ଦେଲେ ନିର୍ଦ୍ଦେଶ

ଜଘନ୍ୟ, ଲଜ୍ଜାଜନକ । 4 ଜଣ ନାବାଳକ ଆଉ ଏଇ 6 ଜଣ ଯୁବକ ଯେଉଁ ଜଘନ୍ୟ କାଣ୍ଡ ଭିଆଇଛନ୍ତି ତାହା ଓଡ଼ିଶାକୁ କରିଛି ଲଜ୍ଜିତ । ବ୍ରହ୍ମପୁର ଗୋପାଳପୁର ବେଳାଭୂମିରେ ଜଣେ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଅକଥନୀୟ ନିର୍ଯାତନା ଘଟଣାରେ ଏମାନଙ୍କୁ ବାନ୍ଧିଛି ପୋଲିସ । ଗିରଫ 6 ଯୁବକ ହେଲେ, ପୁରୁଷୋତ୍ତମପୁର ଥାନା ହିଣ୍ଡୁଳା ଗାଁର ପ୍ରମୋଦ ନାୟକ। ହିଞ୍ଜିଳି ଥାନା ବୋରୁପଡ଼ା ଗାଁର ବାବୁରାମ ଦଳାଇ ଓ ଲକ୍ଷ୍ମଣ ପ୍ରଧାନ, ସିକରି ଗାଁର ଓମ୍ ପ୍ରଧାନ ଓ ଦୀପକ ତରାଇ। ବେଲଗାଁ ଥାନା ପାଟପୁର ଗାଁର କୁନାଲ ପ୍ରଧାନ, ବୟସ ।

ରବିବାର ସଂଧ୍ୟାରେ ପୁରୁଷ ବନ୍ଧୁଙ୍କ ସହ ବେଳାଭୂମିକୁ ବୁଲିବାକୁ ଯାଇଥିଲେ ଯୁବତୀ । ପାନ୍ଥନିବାସ ପଛପଟ ବେଳାଭୂମିରେ ଉଭୟେ ବସିଥିବାବେଳେ ସେମାନଙ୍କୁ ଘେରି ଯାଇଥିଲେ ଏ 10 ଜଣ ଦୁର୍ବୃତ୍ତ। 3 ଜଣ ଯୁବତୀଙ୍କୁ ଦୁଷ୍କର୍ମ କରିଥିବାବେଳେ ବାକି 7 ଜଣ ସହଯୋଗ କରିଥିଲେ। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହ ତଦନ୍ତ କରିଛି ପୋଲିସ।

ରବିବାର ରାତି ପ୍ରାୟ ପ୍ରାୟ ସାଢେ ୧୦ଟାରେ ଥାନାରେ ଅଭିଯୋଗ କରିଥିଲେ ସମ୍ପୃକ୍ତ ଯୁବକ ଓ ଯୁବତୀ। ତୁରନ୍ତ ଆକ୍ସନ ମୋଡକୁ ଆସିଥିଲା ପୋଲିସ। 24 ଘଣ୍ଟା ମଧ୍ୟରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଘଟଣା ସମ୍ପର୍କରେ ବ୍ରହ୍ମପୁର ଏସପିଙ୍କ ସହ କଥା ହୋଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। କହିଛନ୍ତି ଅଭିଯୁକ୍ତଙ୍କ ଉପରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଏହି ଘଟଣାରେ ହସ୍ତକ୍ଷେପ କରିଛନ୍ତି ଜାତୀୟ ମହିଳା କମିଶନ। ନିଜ ଆଡୁ ମାମଲା ରୁଜୁ କରିଛନ୍ତି। ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଯୁବତୀଙ୍କୁ ନିର୍ଦ୍ଧାରିତ ସମୟରେ ନ୍ୟାୟ ଦେବାକୁ ରାଜ୍ୟ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଘଟଣାରେ କାର୍ଯ୍ୟାନୁଷ୍ଠାନ ୩ ଦିନ ଭିତରେ ଏହି ରିପୋର୍ଟ ଦେବାକୁ କହିଛନ୍ତି NCW ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
deputy-chief-minister-pravati-parida-spoke-to-ganjam-sp | Argus News