Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ବଡ଼ ସୂଚନା, କହିଲେ...

Odisha

ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ବଡ଼ ସୂଚନା, କହିଲେ...

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·1 min read
ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ବଡ଼ ସୂଚନା, କହିଲେ...

ସୁଭଦ୍ରା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ବଡ଼ ସୂଚନା । ମାର୍ଚ୍ଚ ୬ରେ ମିଳିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା । ଏଥିରେ ଏକ ଲକ୍ଷ ୭୦ହଜାର ମହିଳା ଉପକୃତ ହେବେ । ଏବେ ସୁଦ୍ଧା ୯୮ ଲକ୍ଷରୁ ଅଧିକ ମହିଳାଙ୍କୁ ସୁଭଦ୍ରା ମିଳି ସାରିଥିବାବେଳେ ଆସନ୍ତା ୬ ତାରିଖରେ କୋଟିଏରୁ ଉର୍ଦ୍ଧ୍ବ ମ୍ୟାଜିକ ନମ୍ବରକୁ ଛୁଇଁବ ଏହି ସଂଖ୍ୟା । ମାର୍ଚ୍ଚ ୮ ତାରିଖ ଆନ୍ତର୍ଜାତିକ ମହିଳା ଦିବସରେ ଦ୍ବିତୀୟ କିସ୍ତି ଦିଆଯିବ ।

ମାର୍ଚ୍ଚ ୩୧ ତାରିଖ ସୁଭଦ୍ରା ଆବେଦନର ଶେଷ ତାରିଖ । ଯେଉଁମାନେ ମାର୍ଚ୍ଚ ୩୧ରେ ଆବେଦନ କରିଥିବେ ସେମାନେ ରକ୍ଷାବନ୍ଧନ ବେଳକୁ ୩ଟି କିସ୍ତିର ଟଙ୍କା ଏକାଥରକେ ପାଇବେ । ୮ ମାସରେ ଯୋଜନା ହେବା, କୋଟିଏ ମହିଳାଙ୍କ ଆପ୍ଲିକେସନ୍ ଆସିବା ଏବଂ ସୁଭଦ୍ରା ଟଙ୍କା ମିଳିବା, ଇଏ ଗୋଟିଏ ଇତିହାସ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ।

ଏସବୁ ପ୍ରକ୍ରିୟାରେ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କଠୁ ଆରମ୍ଭ କରି ସୁଭଦ୍ରା ଟିମ୍, ମହିଳା, ଶିଶୁ ବିଭାଗ ସହିତ ଗ୍ରାସରୁଟରେ କାମ କରୁଥିବା ଅଙ୍ଗନୱାଡି କର୍ମୀ, ବ୍ୟାଙ୍କ ମିତ୍ର ଲଗାତାର ପ୍ରୟାସ କରିଥିଲେ । ଆନ୍ତର୍ଜାତିକ ମହିଳା ଦିବସ ପୂର୍ବରୁ ସୁଭଦ୍ରା ମହିଳାଙ୍କ ସଂଖ୍ୟା କୋଟିଏରେ ପହଞ୍ଚିବା ପ୍ରଧାନମନ୍ତ୍ରୀଙ୍କ ମହିଳା ସଶକ୍ତିକରଣର ଯେଉଁ ସ୍ୱପ୍ନ ଦେଖିଛନ୍ତି, ତାକୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ସାକାର କରାଯିବ କହିଛନ୍ତି ପ୍ରଭାତୀ ପରିଡା ।

ଅନ୍ୟପଟେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରାକୁ ନେଇ କହିଛନ୍ତି, ସମସ୍ତ ମହିଳା ଏହାର ଲାଭ ଉଠାଇ ପାରିବେ। ଏଥିସହିତ ଯେଉଁ ହିତାଧିକାରୀମାନଙ୍କର ଛୋଟମୋଟ ସମସ୍ୟା ରହିଛି ସେମାନେ ତୁରନ୍ତ ବ୍ୟାଙ୍କ ଯାଇ ସମାଧାନ କରନ୍ତୁ। ଫେବୃଆରୀରେ ଯଦି କେହି ବଞ୍ଚିତ ହୁଅନ୍ତି ତେବେ ଯାଞ୍ଚ କରିବା ପାଇଁ ମାସେ ସମୟ ଧାର୍ଯ୍ୟ କରାଯାଇଛି। ମାର୍ଚ୍ଚ ୮ ସୁଦ୍ଧା ଯାଞ୍ଚ କରି ତଥ୍ୟ ଦାଖଲ କଲେ ଉକ୍ତ ମହିଳମାନେ ମଧ୍ୟ ସୁଭଦ୍ରା ଟଙ୍କା ପାଇପାରିବେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Deputy Chief Minister Pravati Parida's big information about Subhadra | Argus News