Videos
|
Odisha

ଭରତପୁର ଘଟଣା ସମ୍ପର୍କରେ ଆଲୋଚନା ପାଇଁ ଡିସିପିଙ୍କୁ ଡାକିଲେ ଉପମୁଖ୍ୟମନ୍ତ୍ରୀ 

Smruti Parija
Browse all articles by Smruti Parija
·1 year ago·2 min read
ଭରତପୁର ଘଟଣା ସମ୍ପର୍କରେ ଆଲୋଚନା ପାଇଁ ଡିସିପିଙ୍କୁ ଡାକିଲେ ଉପମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର: ଭରତପୁର ଘଟଣାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା । ଘଟଣାକୁ ନେଇ ଡିସିପିଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଡାକରା । ଘଟଣା ସମ୍ପର୍କରେ ଆଲୋଚନା ପାଇଁ ଡାକିଲେ ଉପମୁଖ୍ୟମନ୍ତ୍ରୀ । ଡିସିପିଙ୍କ ସହିତ ଆଲୋଚନା ପରେ ମେଜରଙ୍କ ମହିଳା ବାନ୍ଧବୀ ମଧ୍ୟ ଉପମୁଖ୍ୟମନ୍ତ୍ରୀଙ୍କୁ ଭେଟିବ । ମେଜରଙ୍କ ମହିଳା ବାନ୍ଧବୀ ସହିତ କଥାବାର୍ତ୍ତା ପରେ ସବିଶେଷ ବିବରଣୀ ଗଣମାଧ୍ୟମ ସାମ୍ନାରେ ରଖିବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।

ଅନ୍ୟପଟେ ଚନ୍ଦକା ଥାନାରେ କ୍ରାଇମବ୍ରାଞ୍ଚ ଟିମ୍ । କ୍ରାଇମ ବ୍ରାଞ୍ଚ୍ ର ଜଣେ ମହିଳା ଡିଏସପିଙ୍କ ନେତୃତ୍ତ୍ୱରେ କରୁଛନ୍ତି ଛାନଭିନ୍ । ଥାନାରେ ମେଜର ଓ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ଶନିବାର ରାତିରେ ମେଜର ଓ ତାଙ୍କ  ବାନ୍ଧବୀଙ୍କୁ କମେଣ୍ଟ ମାରିଥିବା 7 ଜଣଙ୍କୁ ଅଟକ ରଖିଲା କ୍ରାଇମବ୍ରାଞ୍ଚ । ଚନ୍ଦକା ଥାନାରେ ଅଟକ ଯୁବକକୁ ପଚରା ଉଚରା ଜାରି ରଖିଛି କ୍ରାଇମ ବ୍ରାଞ୍ଚ୍ ।  

ଶନିବାର ରାତିରେ ଗାଡି ରେ ଫେରୁଥିବା ବେଳେ ଯୁବକ ମାନେ କମେଣ୍ଟ ମାରିଥିବା ନେଇ ଥାନାକୁ ଆସିଥିଲେ ମେଜର ଗୁରୁଵଂଶ ସିଂ ଓ ବାନ୍ଧବୀ । ଭରତପୁର ଥାନାରେ ମେଜରଙ୍କ ବାନ୍ଧବୀଙ୍କୁ ଯୌନ ନିର୍ଯାତନା ଦେଇଥିବା ପୋଲିସ ବାବୁଙ୍କ କିଏ ସେ ଗଡ଼ଫାଦର । 2022 ରେ କଟକ କ୍ୟାଣ୍ଟନମେଣ୍ଟ ଥାନାରେ ଥିବାବେଳେ ବାବୁ ବାଲିଯାତ୍ରା ଷ୍ଟାଣ୍ଡ ପାଇଁ ମାଗୁଥିଲେ ଲାଞ୍ଚ । ନ ଦେଲେ ମିଛ କେସରେ ଫଶାଇବେ ବୋଲି ଦି ଧମକାଉଥିଲେ । ଲାଞ୍ଚ ମାଗୁଥିବାର ଭିଡିଓ ଭାଇରାଲ୍ ପରେ ବି କାହିଁକି ଦୀନକୃଷ୍ଣ ମିଶ୍ରଙ୍କ ବିରୋଧରେ ହେଲା ନାହିଁ ଆକସନ୍ । 

ଓଲଟା ତାଙ୍କୁ ପୁରସ୍କାର ମିଳିଲା । 6 ମାସ ତଳେ ଭରତପୁର ମଡେଲ ଥାନାକୁ ଉଦଘାଟନ କରିଥିଲେ ସେତେବେଳର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲାଞ୍ଚୁଆ ପୋଲିସ ବାବୁ ବଦଳି ହୋଇ ଆସିଲେ ଏଇ ଥାନାକୁ । ତେବେ ବିଜେଡିର ଗେହ୍ଲାପୁଅଙ୍କୁ କିଏ ଆଣିଥିଲା ମଡେଲ୍ ଥାନା । ସେପଟେ ଆଦର୍ଶ ଥାନାରେ ସିସିଟିଭି ନଥିବା ନେଇ ବଡ଼ ପ୍ରଶ୍ନ । ସନ୍ଦେହ ଘେରରେ ପୂର୍ବ ନବୀନ ସରକାର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ଭରତପୁର ଥାନା ଘଟଣାରେ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ସରକାରଙ୍କ ପକ୍ଷରୁ କ୍ରାଇମ୍ ବ୍ରାଞ୍ଚକୁ ତଦନ୍ତ ଦାୟିତ୍ୱ ଦିଆଯାଇଛି । 4 ଜଣଙ୍କୁ ନିଲମ୍ବିତ କରାଯାଇଛି । ତାଙ୍କ ନାଁରେ ଏଫ୍ ଆଇ ଆର ମଧ୍ୟ କରାଯାଇଛି । କାର୍ଯ୍ୟାନୁଷ୍ଠାନ ନେବା କ୍ଷେତ୍ରରେ କେବେ ବି ସରକାର ପଛଘୁଞ୍ଚା ଦେବେ ନାହିଁ । ତେଣୁ କୌଣସି ପ୍ରକାର ବ୍ୟସ୍ତତା ହେବା ଦରକାର ନାହିଁ । ସରକାର ସଚେତନ ଅଛନ୍ତି, ଆଗାମୀ ଦିନରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । 

କାର୍ଯ୍ୟାନୁଷ୍ଠାନ ନେବା କ୍ଷେତ୍ରରେ ସରକାର ପଛଘୁଞ୍ଚା ଦେବେ ନାହିଁ- ମୁଖ୍ୟମନ୍ତ୍ରୀ