Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Extortion Money / ମାଫିଆଙ୍କଠାରୁ ଉପ-ଜିଲ୍ଲାପାଳଙ୍କ ଡ୍ରାଇଭର କରୁଥିଲା ଚାନ୍ଦା ଆଦାୟ, ଏବେ...

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·2 min read
ମାଫିଆଙ୍କଠାରୁ ଉପ-ଜିଲ୍ଲାପାଳଙ୍କ ଡ୍ରାଇଭର କରୁଥିଲା ଚାନ୍ଦା ଆଦାୟ, ଏବେ...

Key Points

ବାଙ୍କୀ ଉପ ଜିଲ୍ଲାପାଳ ପ୍ରଣବ କୁମାର ବେହେରା କହିଛନ୍ତି ଅଭିଯୋଗ ପରେ ଉକ୍ତ ଡ୍ରାଇଭରକୁ ଚାକିରିରୁ ବାହାର କରାଯାଇଛି।

ବାଙ୍କୀ ଉପ-ଜିଲ୍ଲାପାଳଙ୍କ ଗାଡ଼ି ଚଳାଉଥିବା ଡ୍ରାଇଭର କରୁଛି ଚାନ୍ଦା ଆଦାୟ । ଏନେଇ ଆସିଛି ଅଭିଯୋଗ। ବାଙ୍କୀ ଉପ-ଜିଲ୍ଲାପାଳ ବ୍ୟବହାର କରୁଥିବା ଘରୋଇ ଗାଡିକୁ ମାସିକିଆ ଭଡ଼ା ସୂତ୍ରରେ ନିୟୋଜିତ କରାଯାଇଛି। ଏହି ଗାଡିର ଡ୍ରାଇଭର ଜଣକ ରାତ୍ରୀରେ ଉପ-ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ବିନା ଅନୁମତିରେ ଉପ-ଜିଲ୍ଲାପାଳଙ୍କ ନାମ ଫଳକ ଉପରେ କାଗଜ ଲଗାଇ ନାଲିବତି ଲଗାଇ ବାଙ୍କୀ ଥାନା ଅନ୍ତର୍ଗତ ଜାତମୁଣ୍ଡିଆ ଛକଠାରେ ବାଲି ବୋଝେଇ ହାଇୱା, ଟ୍ରକକୁ କାଗଜପତ୍ର ଚେକିଂ କରିବା ବାହାନାରେ ଚାନ୍ଦା ଆଦାୟ କରୁଥିବାର ଭିଡିଓ ଭାଇରାଲ ହେଉଛି।

ଏପରିକି ଡ୍ରାଇଭର ଜଣକ ହାତରେ ପ୍ଲାଷ୍ଟିକ ପାଇପ ଧରି ଗୋଟିଏ ପରେ ଗୋଟିଏ ହାଇୱା ଡ୍ରାଇଭରଙ୍କଠାରୁ ଚାନ୍ଦା ମାଗିବା ଘଟଣାର ଭିଡିଓ ମଧ୍ୟ ଭାଇରାଲ ହେଉଛି। ଏନେଇ ପୋଲିସ ନିକଟରେ ଅଭିଯୋଗ ହେବା ପରେ ଡ୍ରାଇଭର ଶ୍ରୀଧର ସାହୁ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ସେପଟେ ବାଙ୍କୀ ଉପ ଜିଲ୍ଲାପାଳ ପ୍ରଣବ କୁମାର ବେହେରା କହିଛନ୍ତି ଅଭିଯୋଗ ପରେ ଉକ୍ତ ଡ୍ରାଇଭରକୁ ଚାକିରିରୁ ବାହାର କରାଯାଇଛି।

ସେପଟେ ଟାଙ୍ଗୀ ଥାନା ଅଞ୍ଚଳରୁ ମଧ୍ୟ ଏକ ସାଂଘାତିକ ଘଟଣା ସାମ୍ନାକୁ ଆସିଛି । ଘର ସାମ୍ନାରୁ ସ୍କୁଟି ଡିକି ଭାଙ୍ଗି ୧୦ ଲକ୍ଷ ଟଙ୍କା ଲୁଟ ହୋଇଥିବା ନେଇ ଟାଙ୍ଗୀ ଥାନାରେ ଅଭିଯୋଗ ହୋଇଛି। ନପଙ୍ଗ ପଞ୍ଚାୟତ ଇଟୁଆ କୋରକର ଗ୍ରାମର ରବିନ୍ଦ୍ର ତ୍ରିପାଠୀ ବ୍ୟାଙ୍କରୁ ୧୦ ଲକ୍ଷ ଟଙ୍କା ଉଠାଇ ଘରକୁ ଆସିଥିଲେ।

ଗାଡ଼ି ରଖି ଘର ଭିତରକୁ ଯାଇ ବାହାରକୁ ଆସିବା ସମୟରେ ତାଙ୍କ ଘର ସାମ୍ନାରୁ ସ୍କୁଟି ଡିକି ତାଡି ୧୦ ଲକ୍ଷ ଲୁଟେରାମାନେ ନେଇଯାଇଥିଲେ। ଦୁଇଟି ବାଇକରେ ୪ଜଣ ଆସି ଏହି ଲୁଟ କରିଥିବା ଅଭିଯୋଗ ହୋଇଛି। ଏନେଇ ଟାଙ୍ଗୀ ଥାନାରେ ଅଭିଯୋଗ ହେବା ପରେ ପୋଲିସ ସିସିଟିଭି ଯାଞ୍ଚ ସହ ତଦନ୍ତ ଆରମ୍ଭ କରିଛି।

ଅନ୍ୟପଟେ ଆଉ ଏକ ଲୁଟ୍‌ ଘଟଣାର ୫ ମାସ ପରେ ଲୁଟେରାମାନେ ପୋଲିସ କବ୍‌ଜାରେ ଫସିଛନ୍ତି। ମାଲକାନଗିରିର ଏକ ସୁନା ଦୋକାନୀଙ୍କ ଠାରୁ ସୁନା ଲୁଟ ଘଟଣାରେ ୩ ଜଣ ଡକାୟତକୁ ଗିରଫ କରିବା ସହ ୧୨୦ ଗ୍ରାମ ସୁନା ଓ ୪ ଲକ୍ଷ ୫୦ ହଜାର ଟଙ୍କା ଜବତ କରାଯାଇଛି ବୋଲି ଏସପି ବିନୋଦ ପାଟିଲ ଏଚ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

ଗତ ଜୁନ ୩ ତାରିଖ ଦିନ ରାତି ପ୍ରାୟ ୯ଟା ବେଳେ ସୁନା ଦୋକାନୀ ସୁବାଷ ରାଜାରାମ ପାଟିଲ(୪୫) ଦୋକାନ ବନ୍ଦ କରିବା ପରେ ଦୁଇଟି ବ୍ୟାଗରେ ସୁନା ଧରି ଘରକୁ ଯାଉଥିଲେ। ହଠାତ୍ ଦୁଇ ଜଣ ଦୁର୍ବୃତ୍ତ ସୁବାଷଙ୍କ ଉପରେ ଆକ୍ରମଣ କରି ଗୋଟିଏ ବ୍ୟାଗ ଛଡାଇ ନେଇଯାଇଥିଲେ। ସେହି ବ୍ୟାଗରେ ସୁନା ଓ ଟଂକା ରହିଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Extortion Money | Deputy Collector's driver was collecting donations from mafia, now... | Argus News