Debasnana Purnima / ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦେବସ୍ନାନ ପୂର୍ଣ୍ଣିମା... ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି

Key Points
ରତ୍ନବେଦୀ ଛାଡ଼ି ସ୍ନାନବେଦୀରେ ମହାବାହୁ ...
୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି
ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା... ବର୍ଷକ ଅପେକ୍ଷାର ଅନ୍ତ ଘଟାଇ ରତ୍ନ ସିଂହାସନ ଛାଡ଼ି ବାହାରକୁ ଆସିଛନ୍ତି ଶ୍ରୀଜିୟୁ । ସ୍ନାନ ବେଦିରେ ଭକ୍ତଙ୍କୁ ଦୁର୍ଲଭ ଦର୍ଶନ ଦେବେ ମହାପ୍ରଭୁ । ଯେଉଁଥି ଲାଗି ଭକ୍ତମୟ ପାଲଟିଯାଇଛି ଶ୍ରୀକ୍ଷେତ୍ର ପୁରୀ । ସ୍ନାନ ପୂର୍ଣ୍ଣିମାକୁ ନଜରରେ ରଖି ପୁରୀରେ କଡ଼ାକଡ଼ି ହୋଇଛି ସୁରକ୍ଷା ବ୍ୟବସ୍ଥା ।
ଭିଡ଼ ନିୟନ୍ତ୍ରଣ ଲାଗି ମଧ୍ୟ ଟ୍ରାଫିକ୍ କଟକଣା ଲଗା ଯାଇଛି । ଭୋର୍ ୫ଟାରୁ ୭ଟା ମଧ୍ୟରେ ପହଣ୍ଡି ହୋଇଛି, ଦିନ ୧୨ଟାରୁ ୨ଟା ମଧ୍ୟରେ ଜଳ ବିଜେ ଓ ସ୍ନାନ ନୀତି, ଅପରାହ୍ନ ୪ଟାରୁ ୫ଟା ମଧ୍ୟରେ ହାତୀବେଶ, ସଂଧ୍ୟା ୭ଟା ୩୦ରୁ ୯ଟା ୩୦ ଯାଏ ସାହାଣମେଲା ଦର୍ଶନ, ରାତି ୧୧ରୁ ୨ଟା ମଧ୍ୟରେ ହେବ ବାହୁଡ଼ା ପହଣ୍ଡି ।
ଦେବସ୍ନାନ ପୂର୍ଣ୍ଣିମା: କେତେବେଳେ କ’ଣ
୧- ମଙ୍ଗଳାର୍ପଣ ପ୍ରାତଃ- ୪ଟା ୩୦
୨- ଡୋରଲାଗି ଓ ପୁଷ୍ପାଞ୍ଜଳୀ ହୋଇ ପହଣ୍ଡି ଆରମ୍ଭ- ୫ ଟା ରୁ ୭ଟା
୩- ମଙ୍ଗଳଆଳତି- ସକାଳ ୯ ଟା
୪- ମଇଲମ- ୯ଟା ୧୫
୫- ତଡପ ଲାଗି- ୯ଟା ୨୫
୬- ଅଧର ପୋଛା – ୯ଟା ୪୫
୭- ଅବକାଶ- ୧୦ଟା ୨୦
୮- ରୋଷହୋମ – ୧୦ଟା ୨୦
୯- ସୂର୍ଯ୍ୟ ପୂଜା – ୧୦ଟା ୩୦
୧୦- ଦ୍ଵାରପାଳ ପୂଜା – ୧୦ଟା ୫୫
୧୧- ବେଶ ଶେଷ- ୧୧ଟା ୧୦
୧୨- ଜଳ ବିଜେ, ପୂଜା, ସ୍ନାନ – ଦିବା ୧୨ଟା ୨୦ ରୁ ୧ଟା ୪୫
୧୩- ମଇଲମ, ମେକାପ ସର୍ବାଙ୍ଗ, ନୂଆଲୁଗା ଲାଗି ବେଶ – ୨ଟା ୫୦
୧୪- ଛେରା ପହଁରା – ୩ଟା ୩୦
୧୫- ହାତୀ ବେଶ – ୪ଟା ୩୦
୧୬- ମହନ୍ତଶାଢ଼ୀବନ୍ଧା- ୪ଟା ୩୦
୧୭- ଘଣ୍ଟଛତା ସକାଳ ଧୂପ – ୫ଟା ୪୫ ରୁ ୭ଟା ୨୦
୧୮- ଦକ୍ଷିଣିଘର ଭୋଗ- ସନ୍ଧ୍ୟା ୬ଟା ୩୦
୧୯- ସାହାଣମେଲା – ୭ଟା ୩୦ ରୁ ୧୦ ଟା ୩୦
୨୦- ହାତୀବେଶ ମଇଲମ- ରାତ୍ର ୧୧ଟା
୨୧- ପୁଷ୍ପାଞ୍ଜଳୀ ଓ ଡୋରଲାଗି- ୧୧ଟା ୧୦
୨୨- ବାହୁଡା ପହଣ୍ଡି – ୧୧ଟା ୩୦ ରୁ ୨ ଟା
୨୩- ସୁନା ଚିତା ଓ ରାହୁ ରେଖା ମଇଲମ – ୨ଟା ୩୦
ସେପଟେ ଆସନ୍ତାକାଲି ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀକ୍ଷେତ୍ର ପୁରୀକୁ ଲକ୍ଷାଧିକ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଆଗମନ ହେବାକୁ ଥିବାରୁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସମସ୍ତ ଭକ୍ତ ଓ ପର୍ଯ୍ୟଟକମାନେ ପୋଲିସ, ଲାଇଫଗାର୍ଡ ଓ ସ୍ୱେଚ୍ଛାସେବୀମାନଙ୍କ ନିର୍ଦ୍ଦେଶକୁ ପାଳନ କରବାକୁ ଅପିଲ କରିଛି ପୁରୀ ପୋଲିସ । କେବଳ ନିର୍ଦ୍ଧାରିତ ସୁରକ୍ଷିତ ଅଞ୍ଚଳରେ ସମୁଦ୍ର ସ୍ନାନ କରିବାକୁ ପରାମର୍ଶ ଦିଆଯାଇଛି । ଛୋଟ ଶିଶୁମାନଙ୍କୁ ନିଜ ନଜରରେ ରଖନ୍ତୁ । ନିଜ ସାମଗ୍ରୀ ପ୍ରତି ସଚେତନ ରୁହନ୍ତୁ । ହାଲୁକା ପୋଷାକ ପିନ୍ଧନ୍ତୁ ଏବଂ ପର୍ଯ୍ୟାପ୍ତ ପାଣି ପିଇ ଶରୀରକୁ ହାଇଡ୍ରେଟେଡ୍ ରଖନ୍ତୁ । ଜରୁରୀ ସହାୟତା ପାଇଁ 112 କିମ୍ବା ଟୁରିଷ୍ଟ ହେଲ୍ପଲାଇନ 6370967100 ସହ ଯୋଗାଯୋଗ କରନ୍ତୁ ।
ସେହିପରି ଗଭୀର ସମୁଦ୍ର କିମ୍ବା ନିଷିଦ୍ଧ ଅଞ୍ଚଳକୁ ପ୍ରବେଶ କରନ୍ତୁ ନାହିଁ । ବେଳାଭୂମିରେ ମଦ୍ୟପାନ କରନ୍ତୁ ନାହିଁ । ସୁରକ୍ଷା ସମ୍ବନ୍ଧୀୟ ଘୋଷଣାକୁ ଅଣଦେଖା କରନ୍ତୁ ନାହିଁ । ଭକ୍ତମାନଙ୍କ ସାମଗ୍ରୀର ସୁରକ୍ଷିତ ସଂରକ୍ଷଣ ପାଇଁ ପୁରୀ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ସରକାରୀ ଲକର ବା ଡିପୋଜିଟ୍ କାଉଣ୍ଟର ବ୍ୟବସ୍ଥା କରାଯାଇଛି । ମନ୍ଦିର ଅଫିସ ପଛପଟ, ଉତ୍ତର ଦ୍ୱାର, ପଶ୍ଚିମ ଦ୍ୱାର, ଦକ୍ଷିଣ ଦ୍ୱାର, ସୂର୍ଯ୍ୟ କମ୍ପ୍ଲେକ୍ସ, ମରିଚିକୋଟ ଛକ, ଟାଉନ ଥାନା, ମାର୍କେଟ ଛକରେ ଲକର ବ୍ୟବସ୍ଥା ହୋଇଛି । ପୁରୀ ପୋଲିସର WhatsApp Chatbot ନମ୍ବର 8763199400 ରେ ମଧ୍ୟ ସହାୟତା ମିଳିପାରିବ ।
📱 Get Argus News App
✨Related Topics
Explore more stories
