Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦୁର୍ଗମରେ ବାଟ ହୁଡ଼ିଛି ବିକାଶ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଦୁର୍ଗମରେ ବାଟ ହୁଡ଼ିଛି ବିକାଶ

ଅର୍ଗସ ବ୍ୟୁରୋ:  ଅପହଞ୍ଚ ବିକାଶ । ରାସ୍ତା, ବିଦ୍ୟୁତ, ଶିକ୍ଷା, ଏବଂ ପାନୀୟ ଜଳଭଳି ଉତ୍କଟ ସମସ୍ୟା ଭିତରେ ଜିଉଁଛନ୍ତି ଦୁର୍ବିସହ ଜୀବନ । ଏ ହେଉଛି ନାରାୟଣପାଟଣା ବ୍ଲକର ଶୁଡେଶୁ ଗାଁ। ଜଙ୍ଗଲ ପାହାଡ଼ ଘେରା ସୁଡ଼େଶୁ ଗାଁ ଏହି ଗାଁରେ ଦିନେ ମାଓବାଦି ଗଡ଼ ବୋଲି ପରିଚୟ ଥିଲା। ମାଓବାଦି ମାନେ ଏହି ଗାଁରେ ରହି ଅନେକ ହିଂସାକାଣ୍ଡ ଘଟାଉଥିଲେ । ସେଥିପାଇଁ ସରକାର ଓ ପ୍ରଶାସନର ନଜର ପଡିଥିଲା  ସୁଡ଼େଶୁ ଉପରେ । ପ୍ରଶାସନିକ ତପ୍ତରତା ଯୋଗୁଁ ଗାଁକୁ ମାଓମୁକ୍ତ କରାଗଲା ସତ,  କିନ୍ତୁ  ସୁଡେଶୁ ଗାଁକୁ ପହଞ୍ଚି ପାରିନି ବିକାଶର ରଥ। ସୁଡ଼େଶୁ ଗାଁରେ ପାଖାପାଖି 60 ଘର ପରିବାର ଲୋକ ବସବାସ କରୁଛନ୍ତି । ମାତ୍ର ଗାଁକୁ ଯାତାୟତ ପାଇଁ ରାସ୍ତା କହିଲେ ପାଞ୍ଚଟି ପାହାଡ଼ ଚଢିକି ଯିବା ପାଇଁ ପଡ଼ିଥାଏ  । ପାହାଡର ଆବଡା ଖାବଡା ରାସ୍ତାରେ ପାଞ୍ଚ କିଲୋମିଟର ଚଢିବା ପାଇଁ ପୁରା ଦିନ ଲାଗିଯାଏ। ମାତ୍ର ବର୍ଷ ପରେ ବର୍ଷ ବିତି ଯାଉଥିଲେବି ରାସ୍ତା ସମସ୍ୟାର ସମାଧାନ ହୋଇନି। ସେହିପରି ପାନୀୟ ଜଳ କହିଲେ ଆଜିବି ଗାଁରୁ ମୁଣ୍ଡ ପାହାଡ଼ରୁ ଆସିଥିବା ଝରଣା ପାଣି ହିଁ ସାହା ଭରଷା। ଝରଣା ପାଣିକୁ ପାଇପ ଯୋଗେ ଆଣି ବ୍ୟବହାର କରୁଛନ୍ତି ଏହି ଞ୍ଚଳବାସୀ। ଏହି ପାଣି ପିଇ ବିଭିନ୍ନ ସମୟରେ ଲୋକେ ରୋଗଗ୍ରସ୍ତ ହେଉଥିବା ଅଭିଯୋଗ ମଧ୍ୟ ହୁଏ ମାତ୍ର ଜଳ ଯୋଗାଣ ର ବିକଳ୍ପ ନଥିବାରୁ ଏହି ପାଣିକୁ ବର୍ଷ ତମାମ ପାନୀୟ ଜଳ ଭାବେ ବ୍ୟବହାର କରନ୍ତି ଅଞ୍ଚଳବାସୀ।

ଗାଁରେ ପ୍ରାକ ଶିକ୍ଷା କଥା ନକହିଲେ ଭଲ। ନା ଭିତ୍ତି ଭୂମି ଅଛି ନା ଅଛନ୍ତି ଶିକ୍ଷାକ। ଖୋଲା ଆକଶ ତଳେ ଜରିପାଲ ପକାଇ ପାଠ ପଢୁଛନ୍ତି ଦେଶର ଭବିଶ୍ୟତ। ପ୍ରଶାସନ ମାଓ କବଳରୁ ସିନା ଗାଁକୁ ବଞ୍ଚାଇ ଦେଲା କିନ୍ତା ମୌଳିକ ସମସ୍ୟାର ସମାଧାନ କରିବାକୁ ଭୁଲିଗଲେ। ଆଜିବି ରାସ୍ତା ପାଣି ଶିକ୍ଷା ଯୋଗାଇ ଦେବାକୁ ଅଞ୍ଚଳବାସୀ ବାରମ୍ବାର ଦାବି କରି ଆସୁଥିଲେବି କେହି ଦାବି ପୁରଣ କରୁ ନଥିବା ଅଭିଯୋଗ ହୋଇଛି। ସରକାରୀ ଯୋଜନା ଅପେକ୍ଷାରେ ସୁଡ଼େଶୁବାସୀ। ମାଓ କବଳରୁ ମୁକ୍ତ କଲେ ମାତ୍ର ସମସ୍ୟାର ସମାଧାନ କଲେନି। ନୂଆ ସରକାର ସମସ୍ୟା ବୁଝିବେ ଓ ସମାଧ୍ନ କରିବେ ବୋଲି ଗ୍ରାମବାସୀ ଆଶାବାଦୀ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
develop has lost his way in the darkness | Argus News