Videos
|
Odisha

`ବିକଶିତ ଗାଁ, ବିକଶିତ ଓଡ଼ିଶା' ଯୋଜନାର ହେଲା ଶୁଭାରମ୍ଭ

Rashmita Mishra
Browse all articles by Rashmita Mishra
·1 year ago·2 min read
`ବିକଶିତ ଗାଁ, ବିକଶିତ ଓଡ଼ିଶା' ଯୋଜନାର ହେଲା ଶୁଭାରମ୍ଭ

Key Points

ଗାଁର ବିକାଶ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଅଭିଯାନ
`ବିକଶିତ ଗାଁ, ବିକଶିତ ଓଡ଼ିଶା' ଯୋଜନାର ହେଲା ଶୁଭାରମ୍ଭ
ଭିତ୍ତିଭୂମି ବିକାଶ ସହ ଗ୍ରାମୀଣ ଯୋଗାଯୋଗ ବ୍ୟବସ୍ଥାର ହେବ ସୁଦୃଢ଼ୀକରଣ
ବିଜେଡି ସରକାରରେ ଧୂଆଁବାଣ ଥିଲା - ଆମ ଗାଁ ଆମ ବିକାଶ
୭୫ ବର୍ଷରେ ବଡ଼ ସମସ୍ୟାରେ ଗାଁର ଭିତ୍ତିଭୂମି ଓ ନାଗରିକ ସୁବିଧା
ମୁଖ୍ୟମନ୍ତ୍ରୀ କହିଲେ, ଗ୍ରାମସଭାରେ ଆଲୋଚନା ହୋଇ ନିଆଯିବ ସବୁ ନିଷ୍ପତ୍ତି
5 ବର୍ଷରେ ଖର୍ଚ୍ଚ ହେବ 5 ହଜାର କୋଟି

ବଦଳିବ ଗାଁର ଚିତ୍ର । ବିକାଶର ଦୌଡ଼ରେ ସହର ସହ ତାଳ ଦେଇଁ ଧାଇଁବ ଗ୍ରାମାଞ୍ଚଳ। ରାସ୍ତା, ପାନୀୟ ଜଳ ଭଳି ମୌଳିକ ସୁବିଧାରୁ ନେଇ ଗୋଷ୍ଠୀ ଉନ୍ନୟନ ଓ ଶିକ୍ଷା, ସବୁ କ୍ଷେତ୍ର ପ୍ରତି ଦିଆଯିବ ଗୁରୁତ୍ବ। ସାମାଜିକ ଜୀବନ ସହ ଆର୍ଥିକ ସ୍ଥିତି ହେବ ଉନ୍ନତ । ଏସବୁକୁ ନଜରରେ ରଖି ଆଜିଠାରୁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ମହତ୍ବାକାଂକ୍ଷୀ ଯୋଜନା, ବିକଶିତ ଗାଁ ବିକଶିତ ଓଡ଼ିଶା । ଖୋର୍ଦ୍ଧା ଜିଲ୍ଲା ଜଙ୍କିଆରେ ଯାହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରାୟ 15 ହଜାରରୁ ଅଧିକ ଜନତାଙ୍କ ଉପସ୍ଥିତିରେ ପଡ଼ିଛି ଗ୍ରାମାଞ୍ଚଳ ବିକାଶର ଭିତ୍ତିଭୂମି।


ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ପିଚୁ ରାସ୍ତା, କଂକ୍ରିଟ୍ ରୋଡ଼ ଓ ପେଭର ବ୍ଲକ୍ ରାସ୍ତା ତିଆରି ହେବ। ଆବଶ୍ୟକ ସ୍ଥାନରେ ଡ୍ରେନ୍ ନିର୍ମାଣ ହେବ । ପ୍ରତି ବ୍ଲକରେ ରିଡିଂ ରୁମ୍ ବ୍ୟବସ୍ଥା କରାଯିବ । ଏଠି ପଢ଼ା ବହି ସାଙ୍ଗକୁ ରହିବ ମାଗଣା ଇଣ୍ଟରନେଟ୍ ସୁବଧା । ପଞ୍ଚାୟତରେ କଲ୍ୟାଣ ମଣ୍ଡପ, କମ୍ୟୁନିଟି ସେଣ୍ଟର, ଗାଧୁଆ ତୁଠ, ପୋଖରୀ ଓ ନଦୀ କୂଳରେ ଚେଞ୍ଜିଂ ରୁମ୍, ମର୍କେଟ୍ ସେଡ୍ ତିଆରି ପାଇଁ ଟଙ୍କା ମିଳିବ । ଭୋଗ ମଣ୍ଡପ, ଭାଗବତ ଟୁଙ୍ଗୀ ତିଆରି ହେବ । ସବୁ ଧର୍ମର ଉପାସନା ସ୍ଥଳୀ ବା ଧାର୍ମିକ ପୀଠର ବିକାଶ ପାଇଁ ପାଣ୍ଠି ଖର୍ଚ୍ଚ ହେବ । ଧାର୍ମିକ ସ୍ଥଳ ପାଖରେ ଶୌଚାଳୟ ଓ ପିଇବା ପାଣି ସୁବିଧା କରାଯିବ। ପଞ୍ଚାୟତରେ ଥିବା ଛୋଟ ଛୋଟ ପର୍ଯ୍ୟଟନସ୍ଥଳୀର ବିକାଶ କରାଯିବ । ଶିକ୍ଷା ଭିତ୍ତିଭୂମିର ପାଇଁ ମଧ୍ୟ ଏହି ଯୋଜନାରୁ ପାଣ୍ଠି ମିଳିବ । ସ୍କୁଲ ଆଧୁନିକୀକରଣ ସହ ପ୍ରତି ଗାଁରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ କରାଯିବ । ଏଥିପାଇଁ ବର୍ଷକୁ 1 ହଜାର କୋଟି ହିସାବରେ 5 ବର୍ଷରେ 5 ହଜାର କୋଟି ଖର୍ଚ୍ଚ କରିବେ ସରକାର ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପୂର୍ବ ସରକାରର ବହୁ ପ୍ରଚାରିତ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାର ବିଫଳତାକୁ ନେଇ ବିଜେଡି ଉପରେ ଜୋରଦାର ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ। 5T ନାଁରେ କେବଳ ଭୋଟ୍ ବ୍ୟାଙ୍କ ତିଆରି କରିବା ସହ ରାଜନୀତି କରିବା ପାଇଁ ସାଢ଼େ 4 କୋଟି ଲୋକଙ୍କୁ ଧୋକା ଦେଇଥିଲେ ବିଜେଡି ସରକାର । ନିର୍ବାଚନ ପୂର୍ବରୁ ଆରମ୍ଭ କରୁଥିଲେ ବହୁ ନୂଆ ଯୋଜନା, ଆଉ ନିର୍ବାଚନ ସରିଲେ କରିଦେଉଥିଲେ ବନ୍ଦ। ତେବେ ମୋହନ ମାଝୀ ପ୍ରତିଶ୍ରୁତି ଦେଇଛନ୍ତି ପୂର୍ବ ସରକାରର ଯେଉଁ ପ୍ରକଳ୍ପ ଗୁଡ଼ିକ 20 ପ୍ରତିଶତ କାମ ହୋଇଥିବ, ସେଗୁଡିକୁ ବି ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନରେ ସଂପୂର୍ଣ୍ଣ କରାଯିବ।


ଖୋର୍ଦ୍ଧା ଜଙ୍କିଆଠାରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ହୋଇଥିବା ବେଳେ ସବୁ ଜିଲ୍ଲା ସଦର ମହକୁମାରେ ମନ୍ତ୍ରୀ, ବିଧାୟକ ଓ ଜିଲ୍ଲାପାଳ ମାନେ ଭିସି ଜରିଆରେ ଯୋଡ଼ି ହୋଇଥିଲେ ।


ଅନ୍ୟପଟେ ସାମ୍ବାଦିକ ସମ୍ମିଳନୀ କରି ବିକଶିତ ଗାଁ, ବିକଶିତ ଓଡ଼ିଶା କାର୍ଯ୍ୟକ୍ରମର ସଫଳତାକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି । ଯାହା ଉପରେ କଡ଼ା ଜବାବ ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ।


ବିଜେଡି ସରକାରରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ବିଫଳତାର ପର୍ଦ୍ଦାଫାସ୍ କରିଛି ଏହି ବିଧାନସଭା ତଥ୍ୟ। ଏବେ ବି ରାଜ୍ୟର ୮୩୦୦ ଗାଁକୁ ନାହିଁ ସବୁ ଦିନିଆ ପକ୍କା ରାସ୍ତା । ସେହିପରି ୩୦ ହଜାର ୬୧୫ ଗାଁରେ ଏଯାଏଁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ହୋଇପାରିନାହିଁ ।