୨୦୪୭ରେ ଭାରତକୁ ବିକଶିତ କରିବା ଏବଂ ୨୦୩୬ ସୁଦ୍ଧା ଓଡ଼ିଶାକୁ ବିକଶିତ କରିବା ଦୁଇଟି ବଡ଼ ଲକ୍ଷ୍ୟ: ଧର୍ମେନ୍ଦ୍ର ପ୍ରଧାନ

Key Points
ଖୋର୍ଦ୍ଧା ITBP କ୍ୟାମ୍ପସରେ କେନ୍ଦ୍ରୀୟ ବିଦ୍ୟାଳୟର ଉଦଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ
ଚଳିତ ବର୍ଷ ଏକକାଳୀନ ୮ଟି କେନ୍ଦ୍ରୀୟ ବିଦ୍ୟାଳୟ ଆରମ୍ଭ ହୋଇଛି
ମୋଟ ୭୫ଟି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯାଛି
୨୦୪୭ରେ ଭାରତକୁ ବିକଶିତ
୨୦୩୬ ସୁଦ୍ଧା ଓଡ଼ିଶାକୁ ବିକଶିତ କରିବା ଦୁଇଟି ବଡ଼ ଲକ୍ଷ୍ୟ
ଖୋର୍ଦ୍ଧା ITBP କ୍ୟାମ୍ପସରେ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଅସ୍ଥାୟୀ କୋଠାର ଉଦଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ସ୍ଥାୟୀ କ୍ୟାମ୍ପସର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଯୋଗଦେଇ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି- ଚଳିତ ବର୍ଷ ଏକକାଳୀନ ୮ଟି କେନ୍ଦ୍ରୀୟ ବିଦ୍ୟାଳୟ ଆରମ୍ଭ ହୋଇଛି । ଏସବୁକୁ ମିଶାଇ ଓଡ଼ିଶାରେ ମୋଟ ୭୫ଟି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିଛି । ସବୁ ସବଡିଭିଜନରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବାର ଆବଶ୍ୟକତା ଅଛି । ୪୫ଟି ସବଡିଭିଜନରେ ଖୋଲି ସାରିଲାଣି କେନ୍ଦ୍ରୀୟ ବିଦ୍ୟାଳୟ । ଆଉ ବାକି ସବଡିଭିଜନ ଗୁଡିକରେ ଖୁବଶୀଘ୍ର ଖୋଲିବ କେନ୍ଦ୍ରୀୟ ବିଦ୍ୟାଳୟ ।
ITBP କଲୋନୀର ପିଲା ମାନଙ୍କ ସମେତ ଖୋର୍ଦ୍ଧା ଅଞ୍ଚଳର ଅନ୍ୟ ସାଧାରଣ ନାଗରିକଙ୍କ ପିଲା ମଧ୍ୟ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢି ପାରିବେ । ଗୋଟିଏ ଲେଖାଏଁ ସେକ୍ସନରେ ୨୦୦ରୁ ଉର୍ଦ୍ଧ୍ବ ପିଲା ପଢ଼ିବେ । ଅସ୍ଥାୟୀ କ୍ୟାମ୍ପସରେ ସ୍କୁଲ ଖୋଲିଥିବା ବେଳେ ସ୍ଥାୟୀ କ୍ୟାମ୍ପସ କାମ ମଧ୍ୟ ୨ରୁ ୩ ବର୍ଷ ଭିତରେ ଶେଷ ହେବ । ୨୦୪୭ରେ ଭାରତକୁ ବିକଶିତ କରିବା ଏବଂ ୨୦୩୬ ସୁଦ୍ଧା ଓଡ଼ିଶାକୁ ବିକଶିତ କରିବା ଆମ ପାଇଁ ଦୁଇଟି ବଡ଼ ଲକ୍ଷ୍ୟ । ଏଥିପାଇଁ ଅଧ୍ୟବସାୟ କରିବାକୁ ପଡ଼ିବ । ତେଣୁ ପିଲା ମାନଙ୍କୁ ପାଠ ପଢ଼ାଇଲେ ହିଁ ଏହା ସମ୍ଭବ ।