ରାସ୍ତା ନଥିବା ଗାଁରେ ପହଞ୍ଚି ପାରୁନି ବିକାଶ

Key Points
ପାଣି ବନାମ ଚୁଆ
କଚ୍ଚା ଘର ବନାମ ପକ୍କାଘର
ସରକେରୀ ଅବହେଳାରେ ଧୋବାପଦର
ରାସ୍ତା ନଥିବା ଗାଁରେ ପହଞ୍ଚି ପାରୁନି ବିକାଶ
ବୋରିଗୁମ୍ମା ବ୍ଲକର ଧୋବାପଦର ଗାଁ । ପଞ୍ଚାୟତ ସଦର ମୋହକୁମ୍ମା ଠାରୁ ୧୩ କି.ମି ଦୂରରେ ଅବସ୍ଥାପିତ ଏହି ଗାଁକୁ ଯିବାକୁ ହେଲେ ଡମ୍ବତୁରୁଞ୍ଜି ଠାରୁ ୬କିଲୋମିଟର ଘଞ୍ଚ ଜଙ୍ଗଲ ମଝିରେ ସଂକୀର୍ଣ୍ଣ ମାଟି ରାସ୍ତା ଦେଇ ଯିବାକୁ ପଡେ। ଗାଁରେ ୨୦୦ ରୁ ଉର୍ଦ୍ଧ ଲୋକ ବସବାସ କରନ୍ତି। ଯେଉଁମାନଙ୍କ ପାଇଁ ଜଙ୍ଗଲ ମଧ୍ୟରେ ସଂକୀର୍ଣ୍ଣ ରାସ୍ତା ହି ଗମନାଗମନର ମାଧ୍ୟମ। ସ୍କୁଲ ପିଲାଠୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ମାଟି ରାସ୍ତାରେ ୫କିମି ଯିବାକୁ ପଡେ। ପ୍ରତି ମାସ ବୃଦ୍ଧା ,ବୃଦ୍ଧ ହିତାଧିକାରୀ ମାନେ ପଞ୍ଚାୟତ ରୁ ଚାଉଳ ଓ ବିଧବା ଭତା ଟଙ୍କା ଆଣିବା ପାଇଁ ୧୩ କିମି ଜାଆନ୍ତି ଆଉ ବହୁ କଷ୍ଟରେ ଗାଁକୁ ଫେରନ୍ତି।
ଗାଁରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ନିଲ୍ । ଆଜିବି ଚୁଆ ପାଣି ହିଁଏମାନଙ୍କ ଭରସା। ଗାଁ ପାଖରେ ଥିବା ଚୁଆ ପାଣି ଆଣି ବ୍ୟବହାର କରୁଛନ୍ତି ଅଞ୍ଚଳବାସୀ। ମାତ୍ର ଖରା ଦିନେ ଚୁଆ ପାଣି ବି ସୁଖୀ ଯାଉଛି ଫଳରେ ପାଣି ପାଇଁ ଲୋକେ ନାହିଁ ନଥିବା । ଗାଁ ରେ କୌଣସି ପରିବାର ଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ରେ ଘର ମିଳିନି। ଫଳରେ କଚ୍ଚା କୁଡିଆ ଘରେ ରହୁଛନ୍ତି ଗରିବ ହିତାଧିକାରୀ। ଗାଁ ରେ ସ୍କୁଲ ନାହିଁ କି ଅଙ୍ଗନୱାଡି କେନ୍ଦ୍ର ନାହିଁ। ଫଳରେ କୁନି କୁନି ଶିଶୁ ଓ ଗର୍ଭବତୀ ମହିଳାମାନେ ପୁଷ୍ଟି କର ଖାଦ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି। ବହୁ ଅସୁବିଧା ଭୋଗୁଛନ୍ତି।
ଧୋବା ପଦର ଗାଁ କୁ ରାସ୍ତା, ସଂଯୋଗ ହୋଇ ନଥିବାରୁ ଏଠି ସରକାରୀ ଯୋଜନା ପହଞ୍ଚି ପାରୁନି।ଅନେକ ଗରିବ ଆଦିବାସି ପରିବାର ପ୍ରଧାନ ମନ୍ତ୍ରୀ ଆଭାସ ଯୋଜନାରେ ଘର ପାଇପାରୁ ନାହାନ୍ତି। ବର୍ଷ ବର୍ଷ ଧରି କୌଣସି ସରକାରୀ ବାବୁଙ୍କର ପାଦ ଭି ପଡୁନି ଏହି ଗାଁ ରେ ।ଏସବୁ ସମସ୍ୟା କୁ ନେଇ ପ୍ରଶାସନ ଓ ରାଜ ନେତା ଙ୍କୁ ଗୁହାରି କଲେ ବି କେହି ଶୁଣୁ ନାହାନ୍ତି କେବଳ ଭୋଟ ସମୟ ରେ ଦେଖା ଦେଉଛନ୍ତି ପରେ ଭୁଲି ଯାଉଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।