ଦୁର୍ଗମରେ ଝୁଣ୍ଟିଛି ବିକାଶ

ନାଁ ଅଛି ପକ୍କା ରାସ୍ତାର ସୁବିଧା ..ନା ମିଳୁଛି ପାନୀୟ ଜଳ । ଜୀବନ ଜୀଇବା ପାଇଁ ଜୀବିକା ବି ନାହିଁ। ବାଧ୍ୟ ହୋଇ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ସେବୁକୁ ଅନ୍ୟ ଗାଁ ରେ ବିକ୍ରି କରି ସେଥିରୁ ନିଜର ଗୁଜୁରାଣ ମେଣ୍ଟାନ୍ତି ଦୁର୍ଗମବାସୀ। ଏ ହେଉଛି ବୋରିଗୁମ୍ମା ବ୍ଲକର ପଟାରାଙ୍ଗିଣି ଗାଁ। ପଞ୍ଚାୟତ ସଦର ମୋହକୁମ୍ମା ଠାରୁ ୭ କିମି ଦୂରରେ ଅବସ୍ଥାପିତ ଏହି ଗାଁ। ହରଡ଼ା ଗୁଡା ଠାରୁ ୬କିଲୋ ମିଟର ଘଞ୍ଚ ଜଙ୍ଗଲ ମଝିରେ ଅଙ୍କା ବଙ୍କା ସଂକୀନ୍ନ ରାସ୍ତା ଦେଇ ଗଲେ ପଡେ ।ସ୍ୱାଧିନତା ର ୭୭ବର୍ଷ ପରେ ବି ଏଠି ବିକାଶ ତ ଦୁରର କଥା ମୌଳିକ ସୁବିଧାବି ଅପହଞ୍ଚ।
ଗାଁ ରେ ୩୭ପରିବାର ୨୦୦ ରୁ ଉର୍ଦ୍ଧ ସଦସ୍ୟ ବସବାସ କରନ୍ତି। ଜଙ୍ଗଲ ମଧ୍ୟରେ ସକୀର୍ଣ୍ନ ରାସ୍ତା ହି ଏମାନଙ୍କ ଗମନାଗମନ ର ମାଧ୍ୟମ। ସ୍କୁଲ ପିଲା ଠୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ପଥରିଆ ରାସ୍ତା ରେ ୬କିମି ଯିବାକୁ ପଡେ। ଗାଁ ରେ ପାନୀୟ ଜଳ ଯୋଗାଣର ଭି ସେଭଳି ବ୍ୟବସ୍ଥା ନାହିଁ । ବହୁ ବର୍ଷତଳେ ଏକ ନଳ କୂପ ସ୍ଥଆପନ କରା ଯାଇଥିଲା। ମାତର ସେଥିରୁ ଏବେ ପାଣି ବାହାରୁନି। ଫଳରେ ଗାଁ ଲୋକ ନଦୀ ପାଣି ଭରସାରେ ଦିନ କାଟୁଛନ୍ତି । ମାତ୍ର ଖରା ଦିନେ ଏହି ନଦୀ ପାଣି ବି ସୁଖୀ ଯାଉଛି।
ସେଭଳି ଗାଁରେ କେବଳ ୬ଟି ପରିବାରଙ୍କୁ ହିଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିଛି। ମାତ୍ର ସବୁ ଘର ଅଧା ଦରପନ୍ତରୀୟା ହୋଇପଡିଛି। ଗାଁ ରେ ଅଙ୍ଗନୱାଡି କେନ୍ଦ୍ର ପାଇଁ ଉପଯୁକ୍ତ ଭିତ୍ତିଭୂମି ନାହିଁ ଫଳରେ ଅଙ୍ଗନ ବାଡ଼ି କର୍ମୀଙ୍କ ଘରେ ହିଁ ଚାଲୁଛି କେନ୍ଦ୍ର। ଗାଁ ରେ ସ୍କୁଲ ନାହିଁ ଫଳରେ ପିଲା ମାନେ ପାଠ ପଡିବା ପାଇଁ ହରଡ଼ା ଗୁଡା କିମ୍ବା ଚମ୍ପପଦର ସ୍କୁଲକୁ ଯାଉଛନ୍ତି।
ପଟାରାଙ୍ଗିଣି ଗାଁ କୁ ରାସ୍ତା ସଂଯୋଗ ହୋଇ ନଥିବାରୁ ଏଠି ସରକାରୀ ଯୋଜନା ପହଞ୍ଚି ପାରୁନଥିବା ଅଭିଯୋଗ ହୋଇଛି । ଏମିତିକି ରାସ୍ତା ସମସ୍ୟା ପାଇଁ ବର୍ଷବର୍ଷ ଧରି କୌଣସି ସରକାରୀ ବାବୁଙ୍କର ପାଦ ପଡୁନି ଏହି ଗାଁ ରେ । ତେବେ ନୂଆ ପିଜେପି ସରକାର ଗାଁ ଲୋକଙ୍କ ନିବେଦନ ସୁଣିବେ ଓ ସମସ୍ୟାର ସମାଧାନ କରିବେ ବୋଲି ଲୋକେ ଏବେ ଆଶା ବାନ୍ଧିଛନ୍ତି।