ପାହାଡ ପାଇଁ ବିକାଶ ବାଧା ସାଜିଥିବା ବାହାନା

ଅର୍ଗସ ବ୍ୟୁରୋ: ଦିନେ ଏହି ଗାଁ ମାଓଗଡ଼ ଭାବେ ପରିଚୟ ଥିଲା। ପରେ ପ୍ରଶାସନ ତପ୍ତରତା ଦେଖାଇ ମୁଖ୍ୟସ୍ରୋତରେ ସାମିଲ କରିଲେ । କିରାଝଳା ଗାଁକୁ ଶାନ୍ତି ଫେରିଲା ସତ କିନ୍ତୁ ଆଜି ଯାଏଁ ଗଡି ପାରିଲାନି ବିକାଶର ରଥ। ଏ ହେଉଛି କୋରାପୁଟ ନାରାୟଣପାଟଣା ବ୍ଲକ୍ ଅଫିସ୍ ତେନ୍ତୁଳିପଦର ପଞ୍ଚାୟତର କିରାଝଲା। ଗାଁରେ ପାଖାପାଖି 60 ଆଦିବାସୀ ପରିବାର ବସବାସ କରୁଛନ୍ତି । ହେଲେ ରାସ୍ତା କହିଲେ ଏଇ ପାହାଡି ରାସ୍ତା। ଚାରିଟି ପାହାଡ଼ ଜଙ୍ଗଲ ଚଢିକି ଯିବା ପରେ ପଡେ ଗାଁ। ରାସ୍ତା କହିଲେ ଏଇ ପଥୁରିଆ ପାହାଡିଆ ରାସ୍ତା।
2019 -2020 ମସିହାରେ ପଣସ ଠାରୁ କିରାଝୋଲା ପର୍ଯ୍ୟନ୍ତ ପାଖାପାଖି 15 ରୁ 18 କିଲୋମିଟର ରାସ୍ତା କାମ ଆରମ୍ଭ କରାଯାଇଥିଲା। ପାହାଡ଼ କାଟି ରାସ୍ତା କରାଯିବ ବୋଲି ପାଖପାଖି 10 କୋଟିରୁ ଉର୍ଦ୍ଧ୍ବ ଟଙ୍କା ଆସିଥିଲା। କିନ୍ତୁ ପିଲାପଣସ ଠାରୁ ମାତ୍ର ତିନି କିଲୋମିଟର ଓ ଗାଁ ପାଖରେ ଦୁଇ କିଲୋମିଟର ପାହାଡ଼ କାଟି ଠିକାଦାର ଛୁ । ଏବେ ଗ୍ରାମବାସୀଙ୍କ ପାଇଁ ସ୍ଵପ୍ନ ପାଲଟିଛି ପକ୍କା ରାସ୍ତା। ବର୍ଷ ତମାମ ଏଇ ପାଦଚଲା ରାସ୍ତାରେ ବହୁ କଷ୍ଟରେ ଯିବା ଆସିବା କରୁଛନ୍ତି ଞ୍ଚଳବାସୀ ।
କିରାଝଲା ଗ୍ରାମବାସୀ ମୌଳିକ ସମସ୍ୟାର ସମାଧାନ ପାଇଁ ପଞ୍ଚାୟତର ଠାରୁ ଆରମ୍ଭ କରି ବ୍ଲକ୍, ଜିଲ୍ଲାପାଳ , ପୂର୍ବତନ ବିଧାୟକ ଓ ସାଂସଦ ପର୍ଯ୍ୟନ୍ତ ଦ୍ବାରସ୍ଥ ହେଇଛନ୍ତି। ସମସ୍ତେ ରାସ୍ତା କରି ଦେବାର ପ୍ରତିଶ୍ରୁତି ଦେଇଛନ୍ତି। ମାତ୍ର ସବୁ ପ୍ରତିଶ୍ରୁତି ଏଇ ପାହାଡ ପରି ଗଦା ହୋଇ ରହିଛି। ଟଙ୍କା ଆସିଲା ହେଲେ ହୋଇ ପାରିଲାନି ରାସ୍ତା।
ଅଧିକ ପଢ଼ନ୍ତୁ ଓଡିଶା ଖବର: