ପାହାଡ଼ ଚଢ଼ିପାରିନି ବିକାଶ: ବିଗତ ସରକାରରେ ଆଦିବାସୀଙ୍କୁ ଧୋକା

ନାହିଁ ନାହିଁର ଗାଁ । କଳାହାଣ୍ଡି ଜିଲ୍ଲାର ପରାବାହାଳୀ ଗାଁକୁ ଭେଦ କରିପାରିନି ମୌଳିକ ସୁବିଧା। ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ ପାଇଁ ଲୋକଙ୍କ ସଂଘର୍ଷ, ୨୪ବର୍ଷ ଧରି ଶାସନରେ ଥିବା ବିଗତ ବିଜେଡି ସରକାରର ବହପକୁ ପ୍ରଶ୍ନ କରୁଛି। କାହିଁ କେଉଁ କାଳରୁ ବଣ ପାହାଡ ଭିତରେ ବସତି ସ୍ଥାପନ କରି ରହି ଆସୁଛନ୍ତି ୨୦ ଆଦିବାସୀ ପରିବାର। ଗାଁକୁ ଯିବାକୁ ହେଲେ ଜଙ୍ଗଲ ଦେଇ କଚ୍ଚା ରାସ୍ତାରେ ଯିବାକୁ ପଡେ । ଅସରାଏ ବର୍ଷାରେ ରାସ୍ତା ଅବସ୍ଥା ବେହାଲ । ପକ୍କା ରାସ୍ତା ନଥିବାରୁ ଯାତାୟାତର ଏକମାତ୍ର ମାଧ୍ୟମ ପାଲଟିଛି ଖଟିଆ । ସେପଟେ ଲୋକଙ୍କ ପାଖରେ ପହଁଚିଛି ପାନୀୟ ଜଳ କିନ୍ତୁ ବିଜୁଳି ଆଲୁଅର ଦେଖା ନାହିଁ । ନାହାନ୍ତି ଏମାନେ ମଧ୍ୟ ଟିଭି ଦେଖିବାକୁ ଚାହାନ୍ତି,ମୋବାଇଲ ଧରିବାକୁ ଚାହାନ୍ତି, ବିଜୁଳି ନାହିଁ କି ନେଟଓ୍ବାର୍କ ନାହିଁ।
ପରାବାହାଳୀ ଗାଁ ପାଇଁ କେବଳ ଏତିକି ସମସ୍ୟା ନୁହେଁ l ଆଜି ବି ଅଞ୍ଚଳବାସୀଙ୍କ ପାଇଁ ସ୍ବପ୍ନ ପାଲଟିଛି ମୋବାଇଲ ଓ ଟିଭି । ଗାଁରେ ସୌଭାଗ୍ୟ ଯୋଜନାରେ ସୋଲାର ମାଧ୍ୟମରେ ବିଜୁଳି ବ୍ୟବସ୍ଥା କରାଯାଇଥିଲା । କିଛି ଦିନ ପରେ ତାହା ବି ଖରାପ ଅବସ୍ଥାରେ ପଡିରହିଛି। ଅଙ୍ଗନବାଡ଼ି କି ସ୍କୁଲ ନଥିବାରୁ ଶିକ୍ଷାର ଆଲୁଅ ସେମାନଙ୍କୁ ଛୁଇଁ ପାରିନାହିଁ ।
📱 Get Argus News App
✨ବିଗତ ସରକାର କେବଳ ଆଦିବାସୀଙ୍କ ମିଛ ବିକାଶର ଡିଣ୍ଡିମ ପିଟୁଥିଲେ । ବାସ୍ତବରେ କିନ୍ତୁ ଲୋକଙ୍କ ପାଖରେ କୌଣସି ଯୋଜନା ପହଁଚି ପାରୁନଥିଲା । ନୂଆ ସରକାରରେ ପରାବାହାଳୀରେ ବିକାଶର ସୂର୍ଯ୍ୟ ଉଇଁବ ବୋଲି ଆଶା ରଖିଛନ୍ତି ଆଦିବାସୀ।