କେନ୍ଦ୍ର ସରକାରଙ୍କ କ୍ରୁଜ୍ ଭାରତ ମିଶନ ଯୋଜନାରେ କରାଯିବ ବିକାଶ

Key Points
ଓଡ଼ିଶାରେ ରିଭର କ୍ରୁଜ୍ ସର୍କିଟ୍
ଜାହାଜ ଆଧାରିତ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବାକୁ କେନ୍ଦ୍ର ସରକାରଙ୍କ ବଡ଼ ଯୋଜନା
ଓଡ଼ିଶାରେ ଖୁବଶୀଘ୍ର ୪ଟି ରିଭର କ୍ରୁଜ୍ ସର୍କିଟ୍
ଭିତରକନିକା, ଯୋବ୍ରା, ଲଳିତଗିରି-ଉଦୟଗିରି-ରତ୍ନଗିରି ଓ ବାଲେଶ୍ବର ହିଡେନ୍ ବିଚ୍
ଓଡ଼ିଶାରେ କ୍ରୁଜ ବା ଜାହାଜ ଆଧାରିତ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଯୋଜନା । ଓଡ଼ିଶାରେ ହେବ 4ଟି river cruise circuit । ଭିତରକନିକା ଜଙ୍ଗଲ, ଯୋବ୍ରା, ଲଳିତଗିରି - ଉଦୟଗିରି - ରତ୍ନଗିରି ଏବଂ ବାଲେଶ୍ଵର ହିଡେନ ବିଚ୍ କୁ ନେଇ ହେବ ଏହି 4ଟି କ୍ରୁଜ ସର୍କିଟ । କେନ୍ଦ୍ର ସରକାରଙ୍କ କ୍ରୁଜ ଭାରତ ମିଶନ ଯୋଜନାରେ ଏଗୁଡ଼ିକ ବିକଶିତ କରାଯିବ ବୋଲି ରାଜ୍ୟସଭାରେ ମୌଖିକ ପ୍ରଶ୍ନର ଉତ୍ତର ରଖି ଏହି ସୂଚନା ଦେଇଛନ୍ତି କେନ୍ଦ୍ର ବନ୍ଦର, ଜାହାଜ ଏବଂ ଜଳପଥ ବିଭାଗ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ।
ବୈତରଣୀ ନଦୀରେ ଯାଇଥିବା 14 ନମ୍ବର ଜାତୀୟ ଜଳପଥ ଅନ୍ତର୍ଗତ ଭିତରକନିକା ଜଙ୍ଗଲ, ମହାନଦୀରେ ଯାଇଥିବା 64 ନମ୍ବର ଜାତୀୟ ଜଳପଥ ଅନ୍ତର୍ଗତ ଯୋବ୍ରା, ବିରୂପା - ବଡି ଗେଙ୍ଗୁଟି - ବ୍ରାହ୍ମଣୀ ନଦୀରେ ଯାଇଥିବା 22 ନମ୍ବର ଜାତୀୟ ଜଳପଥ ଅନ୍ତର୍ଗତ ଲଳିତଗିରି - ଉଦୟଗିରି - ରତ୍ନଗିରି ଏବଂ ବୁଢ଼ାବଳଙ୍ଗ ନଦୀରେ ଯାଇଥିବା ଜାତୀୟ ଜଳପଥ 23 ଅନ୍ତର୍ଗତ ବାଲେଶ୍ଵର ହିଡେନ ବିଚ୍ କୁ ନେଇ 4ଟି river cruise circuit ତିଆରି କରିବାକୁ ଯୋଜନା ରଖିଛନ୍ତି କେନ୍ଦ୍ର ସରକାର ।