ଡ. ଦେବେନ୍ଦ୍ର ପ୍ରଧାନଙ୍କ ନାମରେ ଲୋକର୍ପିତ ହେଲା ଦେବେନ୍ଦ୍ର ମାର୍ଗ
·1 year ago

ଅନୁଗୁଳ ବ୍ଲକ ନନ୍ଦପୁର ପଞ୍ଚାୟତର ରାସ୍ତା ଉଦଘାଟିତ ହୋଇ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ ଡ. ଦେବେନ୍ଦ୍ର ପ୍ରଧାନଙ୍କ ନାମରେ ଦେବେନ୍ଦ୍ର ମାର୍ଗ ଭାବେ ଲୋକାର୍ପିତ ହୋଇଛି। ନନ୍ଦପୁର ପଞ୍ଚାୟତର ମୁଖ୍ୟ ରାସ୍ତାରୁ ମାଧପୁର ଅଙ୍ଗନବାଡି କେନ୍ଦ୍ର ପର୍ଯ୍ୟନ୍ତ ରାସ୍ତା ଦୀର୍ଘ 70ବର୍ଷ ଧରି ହୋଇ ପାରୁନଥିଲ। ରାଜ୍ୟରେ ବିଜେପି ସରକାର ଆସିବା ପରେ ଉକ୍ତ ରାସ୍ତା କାର୍ଯ୍ୟ ଯୁଦ୍ଧ କାଳୀନ ଭିତିରେ ସମ୍ପୂର୍ଣ୍ଣ ହୋଇ ଆଜି ଉଦଘାଟିତ ହୋଇଛି।
ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ସାଂସଦଙ୍କ ପ୍ରତିନିଧି ପ୍ରଭାତ କୁମାର ପ୍ରଧାନ ଉପସ୍ଥିତ ରହି ଉକ୍ତ ରାସ୍ତାକୁ ଉଦ୍ଘାଟନ କରିଥିଲେ ଏବଂ ଏହି ରାସ୍ତାକୁ ଡ଼ଃ ଦେବେନ୍ଦ୍ର ପ୍ରଧାନଙ୍କ ନାମରେ ଦେବେନ୍ଦ୍ର ମାର୍ଗ ନାମରେ ନାମିତ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ବିଜେପି ନେତା ସରୋଜ ଜେନା, ସରପଞ୍ଚ ଜଗବନ୍ଧୁ ସାହୁ ସମିତି ସଦସ୍ୟା ସୀତା ନାୟକଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: