Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୁଣି ଶ୍ରୀମନ୍ଦିର ଉପରକୁ ଭକ୍ତ ଚଢିବା ପରେ ସୁରକ୍ଷା ସମୀକ୍ଷା

Rashmita Mishra
Browse all articles by Rashmita Mishra
·10 months ago·2 min read
 ପୁଣି ଶ୍ରୀମନ୍ଦିର ଉପରକୁ ଭକ୍ତ ଚଢିବା ପରେ ସୁରକ୍ଷା ସମୀକ୍ଷା

Key Points

ଶ୍ରୀମନ୍ଦିର ଉପରକୁ ଭକ୍ତ ଚଢିବା ପରେ ସୁରକ୍ଷା ସମୀକ୍ଷା କରିଛନ୍ତି ପିନାକ ମିଶ୍ର ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ନିର୍ଦ୍ଦିଷ୍ଟ ଚିହ୍ନିତ ସ୍ଥାନରେ ଜଗିବେ ସେଣ୍ଟ୍ରିଂ।

ପୁଣି ଶ୍ରୀମନ୍ଦିର ଉପରକୁ ଚଢ଼ିବାକୁ ଉଦ୍ୟମ । ବେହରଣ ଦ୍ୱାର ଦେଇ ଶ୍ରୀମନ୍ଦିର ଉପରକୁ ଚଢ଼ୁଥିଲେ ଭକ୍ତ। ଉପରକୁ ଭକ୍ତ ଚଢ଼ୁଥିବା ଦେଖି କାବୁ କଲେ ସୁରକ୍ଷାକର୍ମୀ । ଯୁବକ ଜଣଙ୍କ ରାଜ୍ୟ ବାହାର ହୋଇଥିବା ସୂଚନା ମିଳିଛି । ଯୁବକଙ୍କ ଘର ଉତ୍ତରପ୍ରଦେଶ ଆଜଗଡ଼ର ହୋଇଥିବା ବେଳେ ଶ୍ରୀମନ୍ଦିର ଗାରଦରେ ଯୁବକଙ୍କୁ ଅଟକ ରଖାଯାଇଛି ।


ଶ୍ରୀମନ୍ଦିର ଉପରକୁ ଭକ୍ତ ଚଢିବା ପରେ ସୁରକ୍ଷା ସମୀକ୍ଷା କରିଛନ୍ତି ପିନାକ ମିଶ୍ର ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ନିର୍ଦ୍ଦିଷ୍ଟ ଚିହ୍ନିତ ସ୍ଥାନରେ ଜଗିବେ ସେଣ୍ଟ୍ରିଂ । ବିଭିନ୍ନ ପଏଣ୍ଟ, ଯେଉଁଠାରେ ଭକ୍ତଟିଏ ଚାହିଁଲେ ଚଢ଼ି ଯାଇପାରିବ, ସେଭଳି ସ୍ଥାନରେ ରହିବ କଡା ନଜର । ଆନନ୍ଦ ବଜାରରେ ହେବ ପୋଲିସ କଣ୍ଟ୍ରୋଲ ରୁମ୍ । CCTV FEEDରୁ ଭିତରେ ସୁରକ୍ଷା ନିୟନ୍ତ୍ରଣ କରିବ ପୋଲିସ୍ ।


ଏଥିସହିତ ବିଭିନ୍ନ ସ୍ଥାନରେ ଲାଗିବ ସାଇନେଜ୍, ରହିବ ସଚେତନତା ବାର୍ତ୍ତା । ୨ଟି ସ୍ଥାନରେ ଷ୍ଟ୍ରାଟେଜିକ୍ ପୋଲିସ ପୋଷ୍ଟ ରହିବ । କଣ କଣ କରିବାକୁ ବାରଣ ସେନେଇ ସାଇନେଜରେ ରହିବ ସୂଚନା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଲେ, ରାଜ୍ୟ ସରକାରଙ୍କ ବିଚାରଧୀନ ଅଛି ଶ୍ରୀମନ୍ଦିର ଆଇନ ସଂଶୋଧନ ପ୍ରସ୍ତାବ । ଆଇନ ଲାଗୁ ହେବାପରେ ଡ୍ରୋନ, ଚଷମା ଓ ଅନ୍ୟ ଡିଭାଇସ୍ ନେବା ବା ବ୍ୟବହାର କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ ।.

ଗତକିଛି ଦିନ ତଳେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା । ଜଣେ ଯୁବକ ବେହରଣ ଦ୍ଵାର ପଟରୁ ପ୍ରାୟ ୫ ରୁ୭ ଫୁଟ୍ ଚଢ଼ି ସାରିଥିବା ବେଳେ ଜଗନ୍ନାଥ ମନ୍ଦିର ପୋଲିସ JTP ହାତରେ ଧରାପଡିଲେ । ପରେ ତାଙ୍କୁ ସିଂହଦ୍ୱାର ପୋଲିସ ଜିମା ଦିଆଯାଇଛି । ଉକ୍ତ ବ୍ୟକ୍ତି ଜଣକ ବିହାରର ବୋଲି ଜଣାପଡ଼ିଛି । ଦକ୍ଷିଣ ଘର ବାଟରେ ବ୍ୟକ୍ତି ଜଣକ ଉପରକୁ ଚଢ଼ିବାକୁ ଚେଷ୍ଟା କରିଥିଲେ । ବ୍ୟକ୍ତି ଜଣଙ୍କର ମାନସିକ ସ୍ଥିତି ଠିକ୍ ନଥିବା କୁହାଯାଉଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


Sponsored
Devotee Climbs Jagannath Temple Again, Security Review Ordered | Argus News | Argus News