Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବର୍ଷାରେ ଭିଜି ଭିଜି ବ୍ରହ୍ମାଣ୍ଡ ଠାକୁରଙ୍କ ଦିବ୍ୟ ସ୍ନାନ ଦେଖୁଛନ୍ତି ଶ୍ରଦ୍ଧାଳୁ

Smruti Parija
Browse all articles by Smruti Parija
·2 years ago·1 min read
ବର୍ଷାରେ ଭିଜି ଭିଜି ବ୍ରହ୍ମାଣ୍ଡ ଠାକୁରଙ୍କ ଦିବ୍ୟ ସ୍ନାନ ଦେଖୁଛନ୍ତି ଶ୍ରଦ୍ଧାଳୁ

ପୁରୀ: ଭାବରେ ଭିଜୁଛି ବଡଦାଣ୍ଡ । ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଆଜି ଭକ୍ତ ଆଗରେ ଗାଧୋଉଛନ୍ତି ଶ୍ରୀଜୀଉ । ଚର୍ମଚକ୍ଷରୁ ମହାପ୍ରଭୁଙ୍କ ଏହି ଅପୂର୍ବ ଦୃଶ୍ୟ ଦେଖିବାକୁ ଲାଗିଛି ଭକ୍ତଙ୍କ ଭିଡ । ବର୍ଷାରେ ଭିଜି ଭିଜି ବ୍ରହ୍ମାଣ୍ଡ ଠାକୁରଙ୍କ ଦିବ୍ୟ ସ୍ନାନଦେଖୁଛନ୍ତି ଶ୍ରଦ୍ଧାଳୁ ।  

ଭୋର ୫ଟାରୁ ଆରମ୍ଭ ହୋଇଥିଲା ପହଣ୍ଡି । ପ୍ରଥମେ ଧାଡ଼ି ପହଣ୍ଡିରେ ଆସି ସ୍ନାବେଦିରେ ବିରାଜିଲେ ବଡ଼ଠାକୁର । ବଡ଼ଠାକୁରଙ୍କ ପଛେପଛେ ପହଣ୍ଡିରେ ଆସି ରତ୍ନବେଦିରେ ବିରାଜିଛନ୍ତି ମହାପ୍ରଭୁ ଜଗନ୍ନାଥ । ଶେଷରେ ରତ୍ନବେଦି ଚାଡ଼ି ସ୍ନାନବେଦିରେ ବିରାଜିଛନ୍ତି ଦେବୀ ସୁଭଦ୍ରା ।

ଏହାପରେ ମହାପ୍ରଭୁଙ୍କ ଜଳ ବିଜେ, ପୂଜା ଓ ସ୍ନାନ ନୀତି ଅନୁଷ୍ଠିତ ହେଉଛି । ଅପରାହ୍ନ ୩ଟାରେ ଗଜପତି ମହାରାଜା ଛେରା ପହଁରା କରିବାପରେ ଅପରାହ୍ନ ୩ଟା ୪୦ରେ ଗଜବେଶ ଆରମ୍ଭ ହେବ । ରାତି ସାଢ଼େ ୭ଟାରୁ ଭକ୍ତଙ୍କ ସାହାଣମେଲା ଦର୍ଶନ ଆରମ୍ଭ ହେବ । ରାତି ସାଢ଼େ ୧୦ଟାରେ ସାହାଣମେଲା ଦର୍ଶନ ବନ୍ଦ ପରେ ରାତି ୧୧ଟାରେ ବେଶ ଓଲାଗି ଓ ସାଢ଼େ ୧୧ଟାରେ ବାହୁଡ଼ା ପହଣ୍ଡି ଆରମ୍ଭ ହେବ । ଗୋଟି ପହଣ୍ଡିରେ ଚତୁର୍ଦ୍ଧାବିଗ୍ରହ ଅଣସର ପିଣ୍ଡିକୁ ବିଜେ କରିବେ । ବାହୁଡ଼ା ପହଣ୍ଡି ରାତି ୨ଟା ଭିତରେ ଶେଷ ହେବ । ପରେ ରାତି ସାଢ଼େ ୨ଟାରେ ସୁନା ଚିତା ଓ ରାହୁରେଖା ମଇଲମ ନୀତି ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କେତେ ପାଣି ଗରାରେ ସ୍ନାନ କରନ୍ତି ଚତୁର୍ଦ୍ଧାମୂର୍ତ୍ତି ପଢନ୍ତୁ....

ଜଗନ୍ନାଥ-୩୫
ବଳଭଦ୍ର-୩୩
ସୁଭଦ୍ରା-୨୨
ସୁଦର୍ଶନ-୧୮
 

Sponsored
Devotees are watching the divine bath of mahaprabhu-in-rain | Argus News