ଏଣିକି ସୁରୁଖୁରୁରେ ଧାଡି ବାନ୍ଧି ଜଗାକୁ ଦେଖିପାରିବେ ଭକ୍ତ

ଏଣିକି ସୁବିଧାରେ ହେବ ଜଗା ଦର୍ଶନ। ସୁରୁଖୁରୁରେ ଧାଡି ବାନ୍ଧି ଜଗାକୁ ଦେଖିପାରିବେ ଭକ୍ତ। ଖୁବଶୀଘ୍ର ଭକ୍ତମାନଙ୍କ ପାଇଁ ନାଟମଣ୍ଡପରେ ଧାଡି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ । କିଛି ହୁଣ୍ଡି ସ୍ଥାନାନ୍ତରିତ ପାଇଁ ପରିଚାଳନା କମିଟିର ଅନୁମୋଦନ ଆବଶ୍ୟକ ।ଏଥିପାଇଁ ଖୁବଶୀଘ୍ର ପରିଚାଳନା କମିଟି ଗଠନ ହେବ ବୋଲି କହିଛନ୍ତି ଆଇନମନ୍ତ୍ରୀ । ପ୍ରବଳ ଖରାକୁ ଦୃଷ୍ଟିରେ ରଖି ସେଡ୍ କରାଯାଇଛି ଓ ଆଗକୁ ଦିବ୍ୟାଙ୍ଗ, ବରିଷ୍ଠ ନାଗରିକଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ସ୍ୱତନ୍ତ୍ର ଭାବେ କରାଯିବ । ରତ୍ନଭଣ୍ଡାର ପ୍ରସଙ୍ଗରେ ପୂର୍ବ ସରକାରଙ୍କୁ ଆଇନମନ୍ତ୍ରୀ ସମାଲୋଚନା କରିଛନ୍ତି।
ରତ୍ନଭଣ୍ଡାର ସ୍ଥିତି ଅତ୍ୟନ୍ତ ଦୁର୍ବଳ ଥିବା କହି ପୂର୍ବ ବିଜେଡି ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ଆଇନମନ୍ତ୍ରୀ। ଏଏସଆଇ ତରଫରୁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଜାରି ରହିଛି ଓ ମରାମତି ଶେଷ ହେଲେ ରତ୍ନ ଗଣତିମଣତି ଆରମ୍ଭ ହେବ ବୋଲି ଆଇନମନ୍ତ୍ରୀ କହିଛନ୍ତି। ଯେଉଁଭଳି ଭାବରେ ଦୂରଦୂରାନ୍ତରରୁ ଆସୁଥିବା ଭକ୍ତଗଣ ହଇରାଣ ହେଉଥିଲେ, ସେମାନଙ୍କୁ ଆଉ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବନାହିଁ।