ଆଖଣ୍ଡଳମଣିଙ୍କ ଶିବଗଙ୍ଗା ପୁଷ୍କରିଣୀରେ ବୁଡି ଜଣେ ମୃତ
·1 year ago·1 min read

Key Points
ଶିବଗଙ୍ଗା ପୁଷ୍କରିଣୀରେ ବୁଡିଗଲେ ଶ୍ରଦ୍ଧାଳୁ
ଶିବଗଙ୍ଗା ପୁଷ୍କରିଣୀରେ ଗାଧୋଉଥିବାବେଳେ ବୁଡିଗଲେ ଶ୍ରଦ୍ଧାଳୁ । ଆଜି ସକାଳୁ ବାବା ଆଖଣ୍ଡଳମଣିଙ୍କ ଦର୍ଶନ ପାଇଁ ଭଦ୍ରକ ଅଞ୍ଚଳରୁ ଆସିଥିବା ୪ ଜଣ ଭକ୍ତ ବାବାଙ୍କ ମନ୍ଦିର ସମ୍ମୁଖରେ ଥିବା ଶିବଗଙ୍ଗା ପୁଷ୍କରିଣୀରେ ଗାଧୋଉଥିଲେ । ହଠାତ ବୁଡିଯିବା ପରେ ଚିତ୍କାର ଶୁଣି ସ୍ଥାନୀୟ ଲୋକ ପୁଷ୍କରିଣୀକୁ ଯାଇ ଦୀର୍ଘ ସମୟ ପରେ ୪ ଜଣଙ୍କୁ ଉଦ୍ଧାର କରିଛନ୍ତି । ଏଥିରେ ଜଣଙ୍କର ଅବସ୍ଥା ଗୁରୁତର ହୋଇପଡିଥିଲା ।
ସମସ୍ତଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଗୁରୁତର ଥିବା ଦେବ୍ରବତ ମିଶ୍ରଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ର , ସକାଳୁ ବାବା ଆଖଣ୍ଡଳମଣିଙ୍କ ଦର୍ଶନ ପାଇଁ ୩ ଜଣ ସାଙ୍ଗଙ୍କ ସହ ଆରଡି ଆସିଥିଲେ । ବାବାଙ୍କ ଶିବଗଙ୍ଗା ପୁଷ୍କରିଣୀରେ ଗାଧୋଉଥିବା ସମୟରେ ଗୋଡ ଖସିଯିବାରୁ ମୃତ୍ୟୁ ଘଟିଛି । ମୃତ ଛାତ୍ରଙ୍କ ଘର ଧାମନଗର ଦୋବଲ ସୋହଡା ବାଲିପାଟଣା ବୋଲି ଜଣାପଡିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: