Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବଡ଼ ଦାଣ୍ଡରେ ରସଗୋଲା ଯାହାକୁ ଯେତେ, କାଳିଆ ଠାକୁରଙ୍କୁ ଉପହାର ଦେଲେ ଭକ୍ତ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ବଡ଼ ଦାଣ୍ଡରେ ରସଗୋଲା ଯାହାକୁ ଯେତେ, କାଳିଆ ଠାକୁରଙ୍କୁ ଉପହାର ଦେଲେ ଭକ୍ତ

Key Points

ରତ୍ନ ସିଂହାସନକୁ ଫେରିବେ ଜଗତରନାଥ ଜଗନ୍ନାଥ ।

ଭକ୍ତମାନେ ବଡ଼ ବଡ଼ ଓଳି ଓ ହାଣ୍ଡିରେ ରସଗୋଲା କିଣି ମହାପ୍ରଭୁଙ୍କ ନିକଟରେ ସମର୍ପଣ କରୁଛନ୍ତି ।

ସାରା ରାଜ୍ୟରେ ପାଳନ ହେଉଛି ରସଗୋଲା ଦିବସ । ତିନିରଥରେ ମହାପ୍ରଭୁଙ୍କୁ ହାଣ୍ଡିରେ ରସଗୋଲା ଅର୍ପଣ କଲେ ହଜାର ହଜାର ଭକ୍ତ । ଭୁବନେଶ୍ବର ପାହାଳରେ ରସଗୋଲା ଦୋକାନରେ ଲୋକଙ୍କ ଭିଡ଼ । କିଣିଲେ ହଜାର ହଜାର ଟଙ୍କାର ମିଠା । ରାଜ୍ୟବାସୀଙ୍କୁ ରସଗୋଲା ଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ।

ଆଜି ରତ୍ନ ସିଂହାସନକୁ ଫେରିବେ ଜଗତରନାଥ ଜଗନ୍ନାଥ । କିନ୍ତୁ ମା ଲକ୍ଷ୍ମୀ ଶାଆନ୍ତାଣି ପରା ଅଭିମାନ କରିଛନ୍ତି । ଲକ୍ଷ୍ମୀ ଶାଆନ୍ତାଣିଙ୍କ ମାନଭଞ୍ଜନ କରିବା ପାଇଁ ମହାପ୍ରଭୁ ଜଗନ୍ନାଥ ଦେବେ ରସଗୋଲା । ଆଉ ଏହି ଆଧାରରେ ଆଜି ସାରା ରାଜ୍ୟରେ ପାଳନ ହୋଇଛି ରସଗୋଲା ଦିବସ । ନିଳାଦ୍ରୀବିଜେରେ ରସଗୋଲା ଦିବସ । କାହିଁକି ନା ରଥଯାତ୍ରା ଯେବେଠୁ, ରସଗୋଲା ସେବେଠୁ ।

ପୁରୀ ବଡ଼ ଦାଣ୍ଡରେ...ରସଗୋଲାର ପସରା ମେଲିଥିଲା । ଭକ୍ତମାନେ ବଡ଼ ବଡ଼ ଓଳି ଓ ହାଣ୍ଡିରେ ରସଗୋଲା କିଣି ମହାପ୍ରଭୁଙ୍କ ନିକଟରେ ସମର୍ପଣ କରୁଛନ୍ତି । ତିନି ରଥ ନିକଟରେ ବହୁ ସଂଖ୍ୟାରେ ଭକ୍ତ ଆଜି ରସଗୋଲା ଭୋଗ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ।

ସେହିଭଳି ଭୁବନେଶ୍ବର ପାହାଳ ଅଂଚଳରେ ରସଗୋଲା ଦୋକାନରେ ଭିଡ ଦେଖିବାକୁ ମିଳିଛି । ରସଗୋଲା ଦିବସ ମନେଇବା ପାଇଁ ଲୋକେ ରସଗୋଲା ବୋହି ନେଇଯାଉଛନ୍ତି । ଅନ୍ୟପଟେ ଅର୍ଗସ କାର୍ଯ୍ୟାଳୟରେ ମଧ୍ୟ ରସଗୋଲା ଦିବସର ସେଲିବ୍ରେସନ କରାଯାଇଛି । ସାମିଲ ହୋଇଥିଲେ ସମସ୍ତ କର୍ମକର୍ତ୍ତା । ସମସ୍ତେ ରସଗୋଲା ଖାଇ ପାଳନ କରିଥିଲେ ରସଗୋଲା ଦିବସ ।

୨୦୧୯ ମସିହାରେ ଓଡ଼ିଶାର ରସଗୋଲାକୁ ଜିଆଇ ଟ୍ୟାଗର ମାନ୍ୟତା ମିଳିସାରିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏକ୍ସ ହ୍ୟାଣ୍ଡେଲରେ ରାଜ୍ୟବାସୀଙ୍କୁ ରସଗୋଲା ଦିବସର ଶୁଭେଚ୍ଛା ଜଣାଇଛନ୍ତି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସୋସିଆଲ ମିଡିଆ ଏକ୍ସରେ ରାଜ୍ୟବାସୀଙ୍କୁ ରସଗୋଲା ଦିବସ ଉପଲକ୍ଷେ ଶୁଭେଚ୍ଛା ଜଣାଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Devotees gave gifts of rasagola to Lord Jagannath on the main street. | Argus News