Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦୀର୍ଘ ୧୫ ଦିନ ପରେ କାଳିଆକୁ ଦେଖି ଭାବବିହ୍ବଳ ଭକ୍ତ: ୪ଟାରେ ରଥଟଣା ଆରମ୍ଭ

Rashmita Mishra
Browse all articles by Rashmita Mishra
·1 year ago·1 min read
ଦୀର୍ଘ ୧୫ ଦିନ ପରେ କାଳିଆକୁ ଦେଖି ଭାବବିହ୍ବଳ ଭକ୍ତ: ୪ଟାରେ ରଥଟଣା ଆରମ୍ଭ

Key Points

ଚକା ଆଖିକୁ ଦେଖି ଭାବବିହ୍ବଳ ଭକ୍ତ

ସକାଳ ୯ଟାରେ ତିନି ରଥକୁ ପ୍ରତିଷ୍ଠା କରାଯିବ

୯ଟା ୧୫ରେ ମଙ୍ଗଳାର୍ପଣ ପରେ ୯ଟା ୩୦ରୁ ପହଣ୍ଡି ହେବ

ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ମହାବାହୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଚତୁର୍ଦ୍ଧାମୂର୍ତ୍ତି କାଲି ରତ୍ନବେଦି ଛାଡ଼ି ବଡ଼ଦାଣ୍ଡକୁ ଆସିବେ ଭକ୍ତଙ୍କୁ ତାଙ୍କର ଦିବ୍ୟ ଦର୍ଶନ ଦେବାକୁ। ଏନେଇ କାର୍ଯ୍ୟସୂଚୀ ଧାର୍ଯ୍ୟ କରାଯାଇଛି। କାଲି ସକାଳ ୯ଟାରେ ତିନି ରଥକୁ ପ୍ରତିଷ୍ଠା କରାଯିବ। ୯ଟା ୧୫ରେ ମଙ୍ଗଳାର୍ପଣ ପରେ ୯ଟା ୩୦ରୁ ପହଣ୍ଡି ହେବ। ମଧ୍ୟାହ୍ନ ୧୨ଟା ୩୦ ସୁଦ୍ଧା ଦାରୁବିଗ୍ରହ ରଥାରୂଢ଼ ହେବେ। ୨ଟା ୩୦ରୁ ୩ଟା ୩୦ ମଧ୍ୟରେ ଗଜପତି ମହାରାଜା ଛେରାପହଁରା କରିବାକୁ ଥିବାବେଳେ ଚାରମାଳ ଫିଟାଯାଇ ଅପରାହ୍ନ ୪ଟାରେ ରଥଟଣା ଅନୁଷ୍ଠିତ ହେବାକୁ ନିଷ୍ପତ୍ତି ନିଆଯାଇଛି।

ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀବିଗ୍ରହମାନେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଜ୍ୱରରେ ପୀଡ଼ିତ ହୋଇ ୧୫ ଦିନ ଅଣସରରେ ରହି ଗୁପ୍ତସେବା ହେବା ପରେ ଗୁରୁବାର ନେତ୍ର ଉତ୍ସବରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଅମାବାସ୍ୟା ଅବସରରେ ବୁଧବାର ଅଣସର ଘରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ବା ବନକଲାଗି କରାଯାଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
preparations-for-gandhinagar-rath-yatra-in-final-stages | Argus News