Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶ୍ରୀଚୈତନ୍ୟ ପ୍ରଭୁଙ୍କ ବ୍ୟବହୃତ କନ୍ଥାକୁ ଦର୍ଶନ କରି କୃତାର୍ଥ ହୋଇଛନ୍ତି ଭକ୍ତ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଶ୍ରୀଚୈତନ୍ୟ ପ୍ରଭୁଙ୍କ ବ୍ୟବହୃତ କନ୍ଥାକୁ ଦର୍ଶନ କରି କୃତାର୍ଥ ହୋଇଛନ୍ତି ଭକ୍ତ

Key Points

ଶ୍ରୀଚୈତନ୍ୟ ପ୍ରଭୁଙ୍କ ବ୍ୟବହୃତ କନ୍ଥାକୁ ଦର୍ଶନ କରି କୃତାର୍ଥ ହୋଇଛନ୍ତି ଭକ୍ତ
ଗୋଟିଏ ଦନ ପ୍ରଭୁ ଚୈତନ୍ୟଙ୍କ କନ୍ଥା ଭକ୍ତଙ୍କ ଦର୍ଶନ ପାଇଁ ରଖାଯାଇଥାଏ
ମନ୍ଦିରରେ ୫ ଶହ ବର୍ଷ ଧରି ପରମ୍ପରା ଚାଲିଆସୁଛି

ପବିତ୍ର ହେରାପଞ୍ଚମୀ ତିଥୀରେ ଶ୍ରୀଚୈତନ୍ୟ ପ୍ରଭୁଙ୍କ ବ୍ୟବହୃତ କନ୍ଥାକୁ ଦର୍ଶନ କରି କୃତାର୍ଥ ହୋଇଛନ୍ତି ଭକ୍ତ। ବର୍ଷକରେ ଏହି ଗୋଟିଏ ଦନ ପ୍ରଭୁ ଚୈତନ୍ୟଙ୍କ କନ୍ଥା ଭକ୍ତଙ୍କ ଦର୍ଶନ ପାଇଁ ରଖାଯାଇଥାଏ। ଭଦ୍ରକର ସନ୍ଥିଆର ମଦନ ମୋହନ ମନ୍ଦିରରେ ୫ ଶହ ବର୍ଷ ଧରି ଏହି ପରମ୍ପରା ଚାଲିଆସୁଛି। ଏହି ପବିତ୍ର କନ୍ଥା ଦର୍ଶନ ପାଇଁ କେବଳ ଭଦ୍ରକ ନୁହେଁ ରାଜ୍ୟର ବିଭିନ୍ନ ସ୍ଥାନ ସମେତ ପଡୋଶୀ ପଶ୍ଚିମବଙ୍ଗରୁ ବହୁ ବୈଷ୍ଣବ ଧର୍ମାବଲମ୍ବୀଙ୍କ ଭଡ ଲାଗିଥିଲା ସନ୍ଥିଆ ମଦନମୋହନ ମନ୍ଦିରରେ। ଏହି କନ୍ଥା ବସ୍ତ୍ରକୁ ଦର୍ଶନ କଲେ ସମସ୍ତ ମନସ୍କାମନା ପୂରଣ ହୁଏ ବୋଲି ବିଶ୍ୱାସ ରହିଛି। ତେଣୁ ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ଦର୍ଶନ ସହ ନାମ କୀର୍ତ୍ତନ ମଧ୍ୟ ଅନୁଷ୍ଠିତ ହୋଇଛି।


1514 ମସିହାରେ ପ୍ରଭୁ ଶ୍ରୀଚୈତନ୍ୟ ପୁରୀରୁ ବୃନ୍ଦାବନ ଯିବା ବାଟରେ ଏହି ମନ୍ଦିରରେ ୫ ଦିନ ଅବସ୍ଥାନ କରିଥିଲେ। ଗଲା ବେଳକୁ ମନ୍ଦିରର ମହନ୍ତଙ୍କୁ ନିଜର ବ୍ୟବହୃତ କନ୍ଥାଟି ଦେଇଯାଇଥିଲେ ଚୈତନ୍ୟ ମହାପ୍ରଭୁ। ସେବେଠାରେ ଏଠାରେ ଏହି କନ୍ଥା ଏଠାରେ ପୂଜା ପଇ ଆସୁଛି। କିନ୍ତୁ ବେଳଳ ହେରାପଞ୍ଚମୀ ତିଥୀରେ ହିଁ ଏହି କନ୍ଥା ଭକ୍ତଙ୍କୁ ପ୍ରଦର୍ଶିତ କରାଯାଇଥାଏ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଭଦ୍ରକର ସନ୍ଥିଆର ମଦନ ମୋହନ ମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୂଭଦ୍ରାଙ୍କ ସହ ଶ୍ରୀଚୈତନ୍ୟ ପ୍ରଭୁ ବି ପୂଜା ପାଉଛନ୍ତି। ଏଠାରେ ମଧ୍ୟ ଶ୍ରୀମନ୍ଦିର ରୀତିନୀତିକୁ ଅନୁସରଣ କରାଯାଇ। ଗଛର ପତ୍ରରୁ ପ୍ରସ୍ତୁତ ରଙ୍ଗରେ ଚତୁର୍ଦ୍ଧା ମୂରତ୍ତିଙ୍କ ଶୃଙ୍ଗାର କରାଯାଇଥାଏ। ପୁଣି ଏଠାରେ ଶ୍ରୀ ଚୈତନ୍ୟଙ୍କ ପବିତ୍ର କନ୍ଥା ଦର୍ଶନ ପାଇଁ ଅପେକ୍ଷା କରିବାକୁ ପଡ଼ିବ ଆସନ୍ତା ବର୍ଷ ହେରା ପଞ୍ଚମୀକୁ।

Sponsored
devotees-have-attained-great-success-after-seeing-the-sacred-kantha-of-lord-chaitanya | Argus News