ଏକାଠି ହେଲେ ଭକ୍ତ ଓ ଭଗବାନ...ସୃଷ୍ଟି ହେଲା ଆଧ୍ୟାତ୍ମିକ ପରିବେଶ

Key Points
ଏକାଠି ହେଲେ ଭକ୍ତ ଓ ଭଗବାନ । ପ୍ରଭୁ ଜଗନ୍ନାଥଙ୍କ ଦୁର୍ଲଭ ବେଶ ଦେଖି ଭକ୍ତ ମନ ପୁଲକିତ । ୫୬ ଭୋଗକୁ ଦେଖି ଆନନ୍ଦିତ ହେଲା ଭକ୍ତର ମନ । ଭଜନ ଓ ସଙ୍କୀର୍ତ୍ତନରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଅନନ୍ୟ ଆଧ୍ୟାତ୍ମିକ ଚେତନାର ପରିବେଶ ।
ଭୁବନେଶ୍ୱର: ଏକାଠି ହେଲେ ଭକ୍ତ ଓ ଭଗବାନ । ପ୍ରଭୁ ଜଗନ୍ନାଥଙ୍କ ଦୁର୍ଲଭ ବେଶ ଦେଖି ଭକ୍ତ ମନ ପୁଲକିତ । ୫୬ ଭୋଗକୁ ଦେଖି ଆନନ୍ଦିତ ହେଲା ଭକ୍ତର ମନ । ଭଜନ ଓ ସଙ୍କୀର୍ତ୍ତନରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଅନନ୍ୟ ଆଧ୍ୟାତ୍ମିକ ଚେତନାର ପରିବେଶ । ଆଉ ଏଭଳି ଏକ ଅପୂର୍ବ ପରିବେଶ ସୃଷ୍ଟି କରିଛି ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ଚେତନା ମହୋତ୍ସବ । ଭକ୍ତିର ଭାବ ଡୋରିରେ ବନ୍ଧା ପ୍ରଭୁ ଜଗନ୍ନାଥ । ସେ ଅଣଚାଷ ପବନ ହେଉ କି ଝାଞ୍ଜି ଖରା ଭକ୍ତ ଆଉ ଭଗବାନଙ୍କର ସେହି ଭାବର ଡୋରିକୁ କେହି କାଟିପାରିବେ ନାହିଁ । ପ୍ରଭୁଙ୍କର ଲୀଳା ବଡ଼ ବିଚିତ୍ର । ଶ୍ରୀ ଜଗନ୍ନାଥଙ୍କ ମହିମା ଅପାର । ସେଥିପାଇଁ ତ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଧ୍ୱନିରେ ଆରମ୍ଭ ହେଲା ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ଚେତନା ମହୋତ୍ସବ ।
ଶ୍ରୀବିଗ୍ରହଙ୍କ ୨୪ ଦୁର୍ଲଭ ବେଶ ସହ ୫୬ ଭୋଗ କୁ ଦେଖିଲେ ଶ୍ରଦ୍ଧାଳୁ । କାଳିଆ ସାଆନ୍ତେ ର ଗଜାନନ ବେଶ,ସୁନା ବେଶ, ପଦ୍ମ ବେଶ, ନାଗାର୍ଜୁନ ବେଶ,ପ୍ରତିଦିନ ବେଶ, ବଡ ସିଂହାର ବେଶ,ଚାଚେରୀ ବେଶ ସହ ଘୋଡ଼ ଲାଗି ବେଶ ଦେଲା ଅପୂର୍ବ ଆନନ୍ଦ।
📱 Get Argus News App
✨ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ, ପୁରୀ ପକ୍ଷରୁ ତିନି ଦିନ ଧରି ଶ୍ରୀ ଜଗନ୍ନାଥଙ୍କ ଚେତନା ସମ୍ପର୍କିତ ଜ୍ଞାନ ସମ୍ପର୍କରେ ଆଲୋଚନା କରାଯିବା ସହ ସମ୍ମିଳନୀରେ ସାରା ପୃଥିବୀରୁ ପ୍ରାୟ ୫୦୦ରୁ ଅଧିକ ପ୍ରତିନିଧି ଯୋଗ ଦେବା ସହ ସାରା ଭାରତରେ ତଥା ଅନ୍ୟ ଦେଶରେ ଯେଉଁଠାରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରାଯାଇଛି ସେ ସବୁ ସ୍ଥାନରୁ ପ୍ରତିନିଧିମାନେ ଉପସ୍ଥିତ ରହି ଶ୍ରୀଜଗନ୍ନାଥ ଚେତନା ଓ ସଂସ୍କୃତି ସଂପର୍କରେ ପ୍ରଶିକ୍ଷଣ ନେବେ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହିମା, ସଂସ୍କୃତି, ନୀତି, କାନ୍ତି ଓ ଶ୍ରୀଜଗନ୍ନାଥ ଚେତନାକୁ ବିଶ୍ବ ସ୍ବରରେ ପ୍ରଚାର ଓ ପ୍ରସାର ପାଇଁ ଭୁବନେଶ୍ବର ସିଏସଆଇଆର ସଭାଗୃହରେ ଆନ୍ତର୍ଜାତୀୟ ଶ୍ରୀ ଜଗନ୍ନାଥ ଚେତନା ମହୋତ୍ସବର ମୁଖ୍ୟ ଲକ୍ଷ୍ୟ ବୋଲି କହିଛନ୍ତି ସଚ୍ଚିଦାନନ୍ଦ ଦାସ ବାବାଜୀ।
ପ୍ରବାସୀ ଭାରତୀୟ ଦିବସ ପାଇଁ ସାରା ଭୁବନେଶ୍ଵର ଚଳଚଞ୍ଚଳ ହୋଇ ଉଠି ଥିବାବେଳେ ଏହି ମହୋତ୍ସବ ଲୋକଙ୍କୁ ଭକ୍ତିମାର୍ଗକୁ ଆଉ ଦୁଇ ପାଦ ଟାଣିନେବ ।