Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଚନ୍ଦ୍ରଭାଗାରେ ବୁଡ଼ ପକାଇବାକୁ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼

Sushanta Sahoo
Browse all articles by Sushanta Sahoo
·1 year ago·1 min read
ଚନ୍ଦ୍ରଭାଗାରେ ବୁଡ଼ ପକାଇବାକୁ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼

କାକଟପୁର: ପବିତ୍ର ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ଼ ପକାଇବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି । ଭୋର ୪ଟା ୩୭ରେ ଠାକୁରଙ୍କ ମହାସ୍ନାନ ନୀତିକାନ୍ତି ପରେ ଶ୍ରଦ୍ଧାଳୁ ବୁଡ଼ ପକାଉଛନ୍ତି । ମାଧିପୁରର ତ୍ରିବେଣୀଶ୍ଵର, ସନ୍ତପୁରର ଐଶାନେଶ୍ଵର ଓ କୁରୁଜଙ୍ଗର ଦକ୍ଷିନେଶ୍ଵର ମହାଦେବଙ୍କ ସ୍ଵତନ୍ତ୍ର ପୂଜା ପରେ ମହାସ୍ନାନ ହୋଇଥିଲା ।


ନିଷ୍ପତ୍ତି ଅନୁଯାୟୀ, ମାଘ ଶୁକ୍ଳ ଷଷ୍ଠୀ ରାତି ୯ଟା ୪୫ରୁ ତିନି ଠାକୁର ନିଜ ନିଜ ଆସ୍ଥାନରୁ ବାହାରି ବିମାନ ବିଜେ କରିଥିଲେ । ଶୋଭାଯାତ୍ରାରେ ତିନି ଠାକୁରଙ୍କୁ ନଗର ପରିକ୍ରମା ପରେ ଚନ୍ଦ୍ରଭାଗାରେ ପହଞ୍ଚି ଥିଲେ । ବିଶ୍ଵାସ ରହିଛି ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ଅସାଧ୍ୟ ରୋଗ ଦୂର ହୋଇଥାଏ । ପଞ୍ଜିକା ଅନୁଯାୟୀ, ମାହେନ୍ଦ୍ର ବେଳାରେ ତିନି ଠାକୁରଙ୍କ ଶୋଭାଯାତ୍ରା ଓ ସ୍ନାନ ନୀତି ନିର୍ଦ୍ଧାରଣ କରା ଯାଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ମାହେନ୍ଦ୍ର ବେଳା ୪ଟା ୩୭ ମଧ୍ୟରେ ପବିତ୍ର ତୀର୍ଥ ଜଳରେ ତିନି ଠାକୁର ସ୍ନାନ କରା ଯାଇଥିଲା । ପରେ ରାତି ୪ଟା ୪୧ରୁ ସାଧୁସନ୍ଥ ଓ ଅପେକ୍ଷାରତ ଶ୍ରଦ୍ଧାଳୁମାନେ ସ୍ନାନ କରିବାର ସୁଯୋଗ ପାଇଥିଲେ । ପୁରୀ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୁରକ୍ଷା ଦାୟିତ୍ଵରେ ୩୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ୬ ଜଣ ଅତିରିକ୍ତ ଏସ୍‌ପିଙ୍କ ସହ ୧୩ ଡିଏସ୍‌ପି, ୩୯ ଇନ୍ସପେକ୍ଟର ନିୟୋଜିତ ଅଛନ୍ତି । ବୁଡ଼ ସ୍ଥାନ ଓ ସମୁଦ୍ର କୂଳରେ ଲାଇଫ୍ ଗାର୍ଡ ମୁତୟନ କରାଯାଇଛି ।

Sponsored
Devotees Take Holy Dip In Chandrabhaga | Argus News