ଶ୍ରାବଣ ସୋମବାର ପାଇଁ କପିଳାସ ଚଳଚଞ୍ଚଳ
·1 year ago

ଢେଙ୍କାନାଳ: ପବିତ୍ର ଶ୍ରାବଣ ମାସ ପ୍ରଥମ ସୋମବାରରେ ଢ଼େଙ୍କାନାଳ ଜିଲ୍ଲା କପିଳାସ ଚଳଚଞ୍ଚଳ ହୋଇପଡିଛି । ଆସନ୍ତାକାଲି ପ୍ରଭୁ ଶ୍ରୀ ଶ୍ରୀ ଚନ୍ଦ୍ରଶେଖରଙ୍କ ଠାରେ ଜଳ ଲାଗି କରିବା ପାଇଁ ବିଭିନ୍ନ ସ୍ଥାନରୁ କାଉଡ଼ିଆ ମାନେ କପିଳାସରେ ପହଞ୍ଚୁ ଥିବାବେଳେ ଶାନ୍ତି ଶୃଙ୍ଖଳା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ୍ ବ୍ୟବସ୍ଥା କରାଯାଇଛି ।
ସେହିଭଳି ଜିଲ୍ଲାର ପ୍ରତ୍ୟେକ ଶୈବପୀଠକୁ ପଲିଥିନ ମୁକ୍ତ କରାଇବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । କପିଳାସରେ ମାଜିଷ୍ଟ୍ରେଟଙ୍କ ସହ ପୋଲିସ ଓ ବନ ବିଭାଗ ମିଳିତ ଭାବେ ଦୋକାନକୁ ଦୋକାନ ବୁଲି ସଚେତନତା କରାଉଥିବା ଦେଖିବାକୁ ମିଳିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: