Videos
|
Odisha

ଭିଜିଲାନ୍ସ ଜାଲରେ କେନ୍ଦୁଝର କେନ୍ଦୁଲିଫ୍ ଡିଭିଜନ୍ ର DFO ନିତ୍ୟାନନ୍ଦ ନାୟକ

Smruti Parija
Browse all articles by Smruti Parija
·1 year ago·1 min read
ଭିଜିଲାନ୍ସ ଜାଲରେ କେନ୍ଦୁଝର କେନ୍ଦୁଲିଫ୍ ଡିଭିଜନ୍ ର DFO ନିତ୍ୟାନନ୍ଦ ନାୟକ

Key Points

କୁବେର DFO ନିତ୍ୟାନନ୍ଦ ନାୟକଙ୍କର ୧୧୫ ପ୍ଲଟ୍‌ ଠାବ

କେନ୍ଦୁଝର କେନ୍ଦୁ ପତ୍ର ଡିଭିଜନ୍‌ DFO ନିତ୍ୟାନନ୍ଦ ନାୟକ

ନିଜ ନାଁରେ ୫୩, ପତ୍ନୀଙ୍କ ନାଁରେ ୪୨ ପ୍ଲଟ୍‌ ଠାବ

ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ କେନ୍ଦୁଝର କେନ୍ଦୁଲିଫ୍ ଡିଭିଜନ୍ ର DFO ନିତ୍ୟାନନ୍ଦ ନାୟକଙ୍କର ୭ଟି ଠିକଣାରେ ଭିଜିଲାନସ୍ ଚଢ଼ାଉ । ନିତ୍ୟାନନ୍ଦ ନାୟକଙ୍କର ଅନୁଗୁଳ, ନୟାଗଡ଼ ଓ କେନ୍ଦୁଝରର ୭ଟି ଠିକଣାରେ ଭିଜିଲାନସ୍ ଟିମ୍ ର ଚଢ଼ାଉ ।


କୁବେର DFO ନିତ୍ୟାନନ୍ଦ ନାୟକଙ୍କର ରହିଛି ୧୧୫ ପ୍ଲଟ୍‌ । ଡିଏଫଓଙ୍କର ନିଜ ନାଁରେ ୫୩, ପତ୍ନୀଙ୍କ ନାଁରେ ୪୨ ପ୍ଲଟ୍‌ ଠାବ । ସେହିପରି ୨ ପୁଅଙ୍କ ନାଁରେ ୧୬ ପ୍ଲଟ୍‌, ଝିଅ ନାଁରେ ୪ ପ୍ଲଟ୍‌ ଠାବ ହୋଇଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅନୁଗୁଳ ତୁରଙ୍ଗାରେ ୯ ହଜାର ବର୍ଗଫୁଟର ୪ ମହଲା କୋଠା । ନଗଦ ୧ ଲକ୍ଷ ୧୯ ହଜାର ଟଙ୍କା ଠାବ ହୋଇଥିବାବେଳେ ଯାଞ୍ଚ ଜାରି ରହିଛି ।

ଅନୁଗୁଳ, କେନ୍ଦୁଝର ଓ ନୟାଗଡ଼ର ୭ଟି ସ୍ଥାନରେ ରେଡ୍‌ କରୁଛି ଭିଜିଲାନ୍ସ । ଏଥିରେ ୩ଜଣ DSP, ୧୦ଜଣ ଇନ୍ସପେକ୍ଟର ଏବଂ ଅନ୍ୟ ୨ଜଣ କର୍ମଚାରୀ ସାମିଲ୍ ହୋଇଛନ୍ତି l ତାଙ୍କର ଅନୁଗୁଳଠାରେ ଥିବା ୪ମହଲା କୋଠା, ଅନୁଗୁଳ, ବନ୍ତଳାର ମଦନମୋହନପାଟଣା ଗାଁରେ ଥିବା ପୈତୃକ ଘର, ଅନୁଗୁଳ, ଜଗନ୍ନାଥପୁର ଠାରେ ଥିବା in-law ଙ୍କ ଘର, କେନ୍ଦୁଝର କେନ୍ଦୁଲିଫ୍ କାର୍ଯ୍ୟାଳୟ, କେନ୍ଦୁଝର ସରକାରୀ ବାସଭବନ, ନୟାଗଡ଼ ର କୋମଣ୍ଡ ରେ ଥିବା ତାଙ୍କ ପୁଅଙ୍କ ଘର, ପୁଅର ନୟାଗଡ଼ ଜିଲ୍ଲା ନୂଆ କୋମଣ୍ଡ ଠାରେ ଥିବା କାର୍ଯ୍ୟାଳୟରେ ଭିଜିଲାନସ୍ ପକ୍ଷରୁ ଚଢ଼ାଉ ଜାରି ରହିଛି ।


dfo-nityanand-nayak-of-keonjhar-kenduleaf-division-caught-in-the-vigilance-net | Argus News