Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପ୍ରଥମ ଥର ପାଇଁ ଓଡିଶାରେ ହେଉଛି ଡିଜିପି ସମ୍ମିଳନୀ- ପ୍ରଧାନମନ୍ତ୍ରୀ

Smruti Parija
Browse all articles by Smruti Parija
·1 year ago·1 min read
ପ୍ରଥମ ଥର ପାଇଁ ଓଡିଶାରେ ହେଉଛି ଡିଜିପି ସମ୍ମିଳନୀ- ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ: ଗତ 100 ବର୍ଷ ଧରି ଦେଶରେ ଡିଜିପି ସମ୍ମିଳନୀ ହୋଇଆସୁଛି । କିନ୍ତୁ ପ୍ରଥମ ଥର ପାଇଁ ଏହା ଓଡିଶାରେ ହେଉଛି । ସମ୍ବୋଧନ କରିବା ସମୟରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶାର ବିକାଶ ପାଇଁ ଆମେ ଲଗାତାର କାମ କରୁଛୁ । ପୂର୍ବରୁ ମନ୍ତ୍ରି ପରିଷଦରେ ଓଡ଼ିଶାରୁ କେବେ ଏତେ ସଦସ୍ୟ ନଥିଲେ । ଓଡ଼ିଶା ଲୋକେ ହୃଦୟ ଖୋଲି ଆମକୁ ସମର୍ଥନ କରିଛନ୍ତି । ବିଦେଶକୁ ଗଲେ ଲଗାତାର ତୃତୀୟ ଥର ସରକାର ପାଇଁ ପ୍ରଶଂସା ପାଉଛୁ । 

ପିଏମ୍ ଆହୁରି ମଧ୍ୟ କହିଛନ୍ତି ଯେ,  ଡିସେମ୍ବର 4 ରେ ହେବାକୁ ଥିବା ନୌସନା ଦିବସ ପୁରୀର ବ୍ଲୁ ଫ୍ଲାଗ୍ ବିଚ୍ ରେ ହେବାକୁ ଯାଉଛି । ଜାନୁଆରୀ 8 ରୁ 10 ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସ ଅନୁଷ୍ଠିତ ହେବାକୁ ଯାଉଛି । ଏହା ଦ୍ୱାରା ଓଡିଶାର ଭରପୁର ପ୍ରଚାର, ପ୍ରସାର ହେବ । ପର୍ଯ୍ୟଟନର ସମ୍ଭାବନା ବଢିବ । ଖାଲି ଦେଶ ନୁହେଁ ବିଶ୍ୱ କହିବ ଓଡିଶା ଗାଥା । ଏନେଇ ସବୁ ପ୍ରସ୍ତୁତି ଚାଲିଛି । ଓଡିଶା ସ୍ୱଚ୍ଛ ହେଉ, ସୁନ୍ଦର ହେଉ । ଏହାର ସଂସ୍କୃତିର ପ୍ରଚାର ପ୍ରସାର ହେଉ । ସମସ୍ତେ ମିଶି ଓଡିଶାର ଗୌରବ କଥା କହିବା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
DGP summit is being held in Odisha for the first time | Argus News