Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଡିଜିପି ସମ୍ମିଳନୀ ଭଣ୍ଡୁର କରିବାକୁ ଅଡିଓ କଲ୍‌ରେ ଚେତାବନୀ

Rashmita Mishra
Browse all articles by Rashmita Mishra
·1 year ago·1 min read
ଡିଜିପି ସମ୍ମିଳନୀ ଭଣ୍ଡୁର କରିବାକୁ ଅଡିଓ କଲ୍‌ରେ ଚେତାବନୀ

ଅର୍ଗସ ବ୍ୟୁରୋ: ଦେଶର ନିରାପତ୍ତା ପାଇଁ ଗୁରୁତ୍ବପୂର୍ଣ୍ଣ ଡିଜି-ଆଇଜିପି ସମ୍ମିଳନୀ ଭୁବନେଶ୍ବରର ଲୋକସେବା ଭବନରେ ଚାଲିଥିବା ବେଳେ ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂହ ପନ୍ନୁ ନାମରେ ଏକ ଇମେଲ ଓଡ଼ିଶାର ସାମ୍ବାଦିକ ଅକ୍ଷୟ ସାହୁ ଓ ଲିଙ୍ଗରାଜ ମହାନ୍ତିଙ୍କ ପାଖକୁ ଆସିଛି। ଏଥିରେ ଏକ ଅଡିଓ ମେସେଜ୍ ଆସିଛି। ଏଥିରେ ଡିଜି-ଆଇଜିପି ସମ୍ମିଳନୀକୁ ୧ ତାରିଖରେ ଭଣ୍ଡୁର କରିବା ଲାଗି ଧମକ ଦିଆଯାଇଛି। ଭୁବନେଶ୍ବର ବିମାନବନ୍ଦରରେ ଉଡ଼ାଣ ବନ୍ଦ ପାଇଁ ମଧ୍ୟ ଧମକ ଦିଆଯାଇଛି । ଲୋକସେବା ଭବନ ଉପରେ ଯିଏ ଖାଲିସ୍ତାନୀ ପତାକା ଉଡ଼ାଇବ, ତାକୁ ୨୫ ଲକ୍ଷ ଟଙ୍କ‌ା ପୁରସ୍କାର ଦିଆଯିବ ନେଇ ଅଡିଓରେ ଉଲ୍ଲେଖ କରାଯାଇଛି । ଏନେଇ ଅକ୍ଷୟ ସାହୁ ପୁଲିସ କମିଶନରଙ୍କୁ ଜଣାଇଛନ୍ତି। ଏନେଇ ସେ ଥାନାରେ ଏତଲା ଦେଇଛନ୍ତି। କ୍ରାଇମବ୍ରାଞ୍ଚ ଟିମ୍ ଅକ୍ଷୟ ସାହୁଙ୍କ ଅଫିସରେ ପହଞ୍ଚି ମେଲେ ଚେକ କରିବା ଶହ କେଉଁଠୁ ଆସିଥିଲା ତାଙ୍କୁ ନେଇ ଯାଞ୍ଚ ଚଲାଇଛି।

ତେବେ ଏହି ମେଲ୍ ପରେ ଅନେକ ପ୍ରଶ୍ନବାଚୀ ଛିଡ଼ା ହୋଇଛି । ପନ୍ନୁ ନାଁରେ ଆସିଥିବା  ଅଡିଓ ଧମକ ଉପରେ ଓଡ଼ିଆରେ ଅକ୍ଷର ଲେଖାଯାଇଥିବା ଦେଖିବାକୁ ମିଳିଛି । ଫଳରେ ଖଲିସ୍ତାନୀ ସ୍ଲିପର ସେଲ୍ ଓଡ଼ିଶାରେ ଅଛନ୍ତି କି ବୋଲି ପ୍ରଶ୍ନ ଉଠିଛି । ପନ୍ନୁର ସ୍ଲିପିଂ ସେଲ୍ ଓଡ଼ିଶାରେ ଥିବା ଚର୍ଚ୍ଚା ଭିତରେ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ରାଜଧାନୀରେ ଅତିରିକ୍ତ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଟାର୍ଗେଟରେ ଭୁବନେଶ୍ବର ବିମାନବନ୍ଦର ଥିବାରୁ ବିମାନବନ୍ଦର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏୟାରପୋର୍ଟରେ CISF ଯବାନ ମୁତୟନ ହେବା ସହ ଡଗ୍ ସ୍କ୍ବାଡ୍ ପହଁଚିଲେ । ପ୍ରତ୍ୟେକ ଯାତ୍ରୀଙ୍କୁ ତନତନ କରି ଯାଞ୍ଚ କରାଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
DGP warns in audio call to disrupt conference | Argus News