Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଧାଡ଼ି ପହଣ୍ଡିରେ ଆସୁଛନ୍ତି ବଳଭଦ୍ର

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଧାଡ଼ି ପହଣ୍ଡିରେ ଆସୁଛନ୍ତି ବଳଭଦ୍ର

Key Points

ଧାଡ଼ି ପହଣ୍ଡିରେ ଆସୁଛନ୍ତି ବଳଭଦ୍ର,
ଘଣ୍ଟଘଣ୍ଟା, ହରିବୋଲରେ ପ୍ରକମ୍ପିତ ହେଲା ବଡ଼ଦାଣ୍ଡ

ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ବିଜେ ଆରମ୍ଭ । ଆଜି ପବିତ୍ର ରଥଯାତ୍ରା। ବର୍ତ୍ତମାନ ଆରମ୍ଭ ହେଲା ବଡ଼ଠାକୁର ବଳଭଦ୍ରଙ୍କ ପହଣ୍ଡି। ଧାଡ଼ି ପହଣ୍ଡିରେ ଆସୁଛନ୍ତି ବଳଭଦ୍ର। ପ୍ରଭୁଙ୍କୁ ଦେଖିବା ପରେ ଲାଗୁଛି, ସେ ମାଉସୀ ମାଆଙ୍କ ପାଖକୁ ଯିବା ଲାଗି ବହୁତ ଖୁସି ଅଛନ୍ତି। ଘଣ୍ଟଘଣ୍ଟା, ହରିବୋଲରେ ପ୍ରକମ୍ପିତ ହେଲା ବଡ଼ଦାଣ୍ଡ। ଏହା ପୂର୍ବରୁ ଆରମ୍ଭ ହୋଇଥିଲା ସୁଦର୍ଶନଙ୍କ ପହଣ୍ଡି। ଦର୍ପଦଳନ ରଥରେ ବିରାଜମାନ କରିଛନ୍ତି ସୁଦର୍ଶନ। ଘଣ୍ଟଘଣ୍ଟାରେ ଉଚ୍ଛୁଳି ପଡୁଛି ବଡ଼ଦାଣ୍ଡ। ଶ୍ରୀଜିଉଙ୍କ ପହଣ୍ଡି ବିଜେ ନୀତି ହୋଇସାରିଛି। କଡ଼ା ସୁରକ୍ଷାବଳୟରେ ଶ୍ରୀକ୍ଷେତ୍ର । AI ନଜରରେ ରହିଛି ପୁରୀ । ବିଭିନ୍ନ ସ୍ଥାନରେ ଲାଗିଛି 275 AI କ୍ୟାମେରା । ସିସିଟିଭି ନଜରରେ ଉତ୍ତରା ଛକରୁ ପୁରୀ ।


ସ୍ପେଶାଲ ଟେକଲିକାଲ ୟୁନିଟ ଭଳି ସୁରକ୍ଷା ବ୍ୟବସ୍ଥା କରାଯାଇଛି । 205 ପ୍ଲାଟୁନ ପୋଲିୟ ଫୋର୍ସ ମୁତୟନ ଅଛନ୍ତି । 21 ଆଇପିଏସ୍ ସହ 12ଶହ ଅଫିସର ଅଛନ୍ତି ନିୟୋଜିତ । ଆଜି ହେଉଛି ପବିତ୍ର ଆଷାଢ ଶୁକ୍ଳ ପକ୍ଷ ଦ୍ୱିତୀୟା । ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଦିନାତ୍ମକ ଯାତ୍ରା । ସିଂହଦ୍ବାର ଚକଡ଼ାରେ ତିନିରଥ ବିଜେ । ଭାଇଭଉଣୀଙ୍କୁ ସାଙ୍ଗରେ ଧରି ଯାତ୍ରାରେ ବାହାରି ପଡିବେ କାଳିଆ ସାଆନ୍ତେ । ନନ୍ଦିଘୋଷ, ଦର୍ପଦଳନ, ତାଳଧ୍ବଜ ରଥ ସବୁ ପ୍ରସ୍ତୁତ । ତିନି ରଥରେ ବିରାଜମାନ କରିବେ ଶ୍ରୀବିଗ୍ରହ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


Sponsored
dhadi-pahandi-of-lord-balabhadra | Argus News