Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସରକାରୀ କାର୍ଯ୍ୟକ୍ରମରେ ରାଜନୈତିକ ବୟାନବାଜି କେତେ ଦୂର ଠିକ୍‌ ?

Odisha

ସରକାରୀ କାର୍ଯ୍ୟକ୍ରମରେ ରାଜନୈତିକ ବୟାନବାଜି କେତେ ଦୂର ଠିକ୍‌ ?

Sarbeswar Mohapatra
Browse all articles by Sarbeswar Mohapatra
·2 years ago·1 min read
ସରକାରୀ କାର୍ଯ୍ୟକ୍ରମରେ ରାଜନୈତିକ ବୟାନବାଜି କେତେ ଦୂର ଠିକ୍‌ ?

ଅର୍ଗସ ବ୍ୟୁରୋ: ପାୱାର ପାଇଛନ୍ତି ବୋଲି ଇନ୍ଦ୍ରଚନ୍ଦ୍ର ମାନୁନାହାନ୍ତି ପାଣ୍ଡିଆନ । ଯେଉଁ ଆଡ଼େ ଯାଉଛନ୍ତି ସିଆଡେ ବିବାଦୀୟ ହେଉଛନ୍ତି । ପଲିଟିକ୍ସ କରିବାକୁ ଏତେ ଇଚ୍ଛା ଥିଲା ଯେ ସ୍ଵେଚ୍ଛାକୃତ ଅବସର ନେଇଗଲେ । କିନ୍ତୁ ଲୋକ ଗ୍ରହଣ କଲେ ତ ? ସ୍ଥିତି ଏମିତି ହେଲାଣି କି ସଭାକୁ ଲୋକ ଯାଉନାହାନ୍ତି । ସେଇଥି ପାଇଁ ତ  ଗାନ୍ଧିମୁଣ୍ଡ ଦେଇ ଲୋକ ଗୋଟାଉଛନ୍ତି ପାଣ୍ଡିଆନ । ଆଉ ଲୋକଙ୍କୁ ଦେଖି ଏତେ ଉତଫ୍ରୁଲ୍ଲିତ ହେଉଛନ୍ତି ଯେ କଣ କହୁଛନ୍ତି ନିଜେ ଭୁଲିଯାଉଛନ୍ତି ।

କାର୍ଯ୍ୟକ୍ରମ ଥିଲା- ସରକାରୀ । ଗସ୍ତର ସବୁ ଖର୍ଚ୍ଚ ରାଜ୍ୟ ସରକାରଙ୍କ ପକେଟରୁ ଗଲା । ହେଲେ ସେଠାରେ ସେ ଯେମିତି ହୀନରାଜନୀତି କଲେ ତାହାକୁ ନେଇ ଏବେ ସବୁଠି ନିନ୍ଦା କରାଯାଉଛି । କାରଣ ସିଧାସିଧା ସ୍ଥାନୀୟ ବିଧାୟକଙ୍କୁ ଟାର୍ଗେଟ୍‌ କରି ନିଜ ହାତରୁ ଦୋଷ ଝାଡିବାକୁ ଚେଷ୍ଟା କଲେ । ପାଣ୍ଡିଆନଙ୍କ ସରକାରୀ କାର୍ଯ୍ୟକ୍ରମରେ ଏମିତି ରାଜନୈତିକ ଆକ୍ରମଣରେ କିନ୍ତୁ ଜମାରୁ ବ୍ୟତିବ୍ୟସ୍ତ ନଥିଲେ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ । ସେଇଥି ପାଇଁ ତ ସିଏ କଣ କରିଛନ୍ତି କଣ କରିନାହାନ୍ତି ତାହାର ଗୋଟି ଗୋଟି କରି ଉତ୍ତର ଦେଲେ ପୂରା ଧୈର୍ଯ୍ୟ ଓ ଦକ୍ଷତାର ସହ ।

ରାଜନୀତି ପାଇଁ ଜଣେ କେତେ ତଳସ୍ତରକୁ ଖସିଯାଏ ତାହା ଗତକାଲି ପାଣ୍ଡିଆନ କରି ଦେଖାଇଦେଲେ । ମିଛ କହିବାର ସବୁସୀମା ଟପିଗଲେ । କିନ୍ତୁ ବିକାଶ କେତେ ହୋଇଛି ? ତାହା ଧାମନଗରବାସୀ ଭଲରେ ଜାଣିଛନ୍ତି । ସେଇଥି ପାଇଁ ତ ନିଜର ବିଧାୟକ ସୂର୍ଯ୍ୟବଂଶୀ ସୂରଜଙ୍କୁ ହିଁ ବାଛିଛନ୍ତି । ଆପଣଙ୍କର ମନେଥିବ ନିଶ୍ଚୟ ଧାମନଗର ଉପନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ କହିଥିଲେ ଆଜିଠୁ ଧାମନଗର ଦାୟିତ୍ଵ ମୋର । ହେଲେ ଗତ ବନ୍ୟାରେ ଜଳଜଳ ହୋଇ ଦିଶିଲା କେତେ ପ୍ରତିଶ୍ରୁତି ରକ୍ଷା କରିଛନ୍ତି ନବୀନ । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Argus Whatsapp Channel Mobile Top
Sponsored
Dhamnagar MLA | Argus News