ଅସୁରାଳୀରୁ ଆରଡି ଯିବାକୁ ହେଲିକପ୍ଟର କଣ ଦରକାର ?

Key Points
- ଧନ୍ୟବାଦ ସଭା ନକଲେ ତା'କୁ ରାଜନୀତି କରିବ ?
- ବିଜେଡି ପାଖରେ କଳାଟଙ୍କା, ବଡ ସଭା କରୁଛି
- ପ୍ରତିଶ୍ରୁତି ଦେଇ ପ୍ରତାରଣା କରିବା ମୁଖ୍ୟମନ୍ତ୍ରୀଙ୍କ ଅଭ୍ୟାସ
- ଅସୁରାଳୀରୁ ଆରଡି ଯିବାକୁ ହେଲିକପ୍ଟର କଣ ଦରକାର ?
ଅର୍ଗସ ବ୍ୟୁରୋ: ଧାମନଗର ଉପନିର୍ବାଚନରେ ବିଜେପିର ବଡ ବିଜୟ ପରେ ବିଜେଡି ସହ ପାରୁନି । କେମିତି ମିଛରେ ସ୍ଥାନୀୟ ବିଧାୟକଙ୍କୁ ବଦନାମ କରିବ ସେଇୟା ଚାହୁଁଛି । ବୋଧହୁଏ ସେଇଥି ଲାଗି ଗତକାଲି ଧାମନଗର ଗସ୍ତ ସମୟରେ କେବଳ ଡାହା ମିଛ କହିବାରେ ବ୍ୟସ୍ତ ରହିଗଲେ ପାଣ୍ଡିଆନ । ଆଉ ଲୋକଙ୍କୁ କହିଲେ, ବିକାଶ ପାଇଁ ରାତିରେ ମୁଖ୍ୟମନ୍ତ୍ରୀ ଶୁଆଇ ଦେଉନାହାନ୍ତି । ହେଲେ ବିକାଶ କେତେ କରିଛନ୍ତି ଧାମନଗରରେ ତାହା ଜଳଜଳ ହୋଇ ଦିଶୁଛି । ପାଣ୍ଡିଆନଙ୍କ ମନ୍ତବ୍ୟ ଅନୁସାରେ ଧାମନଗରର ବିକାଶ ସ୍ଥାନୀୟ ବିଧାୟକ କରୁନାହାନ୍ତି । ଯଦି ବିକାଶ ହୋଇନି ତାହାଲେ ସ୍ଵତନ୍ତ୍ର ପ୍ୟାକେଜ ଘୋଷଣା କରି ଉଦାହରଣ ସାଜିଲେନି କାହିଁକି ? କାରଣ ସିଏ ବି ଜାଣିଛନ୍ତି ଦିନରାତି ୨୪ ଘଂଟା ବିଧାୟକ ଲୋକଙ୍କ ସହ ଥିଲେ, ଅଛନ୍ତି ଆଉ ରହିବେ । ସେଇଥି ପାଇଁ ତ ମିଛ କହିଦେଲେ ପାଣ୍ଡିଆନ ।
ଗୋଟିଏ ପଟେ ରାଜ୍ୟ କହୁଛି, କେନ୍ଦ୍ର ଦେଉନି । ଯୋଜନା କାର୍ଯ୍ୟକାରୀ କରିବାକୁ ଅର୍ଥ ଅଭାବ ରହୁଛି । ହେଲେ ଏପଟେ ଆମ ଓଡ଼ିଶା ନବୀନ ଓଡ଼ିଶା ତଥା ଫାଇଭ-ଟି ଅଧ୍ୟକ୍ଷ ସାରା ରାଇଜକୁ ଦୁଇଥର ଲେଖାଏଁ ହେଲିକପ୍ଟରରେ ଚକ୍କର କାଟୁଛନ୍ତି । ଥରେ ହେଲିକପ୍ଟରରେ ବୁଲିଲେ କେତେ ଟଙ୍କା ଖର୍ଚ୍ଚ ହୁଏ ତାହା ସମସ୍ତଙ୍କୁ ଜଣା । କେବଳ ଏତିକି ନୁହେଁ ବରଂ କଳାଟଙ୍କା ଶଙ୍ଖ ଦଳ ପାଖରେ ଏତେ ପରିମାଣରେ ଅଛି ଯେ ଲୋକଙ୍କୁ ସଭାରେ ସାମିଲ ହେବାକୁ ଟଙ୍କା ବାଣ୍ଟିବାକୁ ପଛାଉନାହିଁ । ଯିଏ ବିକାଶ କରିଥିବ, ସିଏ ଟଙ୍କା ବାଣ୍ଟି ଲୋକଙ୍କୁ କିଆଁ ଆଣିବ ?
ଗତକାଲି ଫାଇଭ-ଟି ଅଧ୍ୟକ୍ଷଙ୍କର ଧାମନଗର ଗସ୍ତ ଥିଲା । ପୂର୍ବ କାର୍ଯ୍ୟସୂଚୀ ଅନୁସାରେ ଭୁବନେଶ୍ଵରରୁ ଧାମନଗର ହେଲିକପ୍ଟରରେ ଗଲେ । ହେଲେ ଆରଡିରେ ପହଞ୍ଚିବା ପରେ ମାତ୍ର କେହି ମିନିଟ୍ର ଦୂରତାକୁ ହେଲିକପ୍ଟରରେ ଉଡିଲେ ପାଣ୍ଡିଆନ । ଏଥିରୁ ଗୋଟିଏ କଥା ସ୍ପଷ୍ଟ ରାଜ୍ୟ ସରକାର କାମ ନୁହେଁ ବରଂ ପ୍ରଚାର ଓ ପ୍ରସାର କରିବାରେ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି ।
📱 Get Argus News App
✨ଗୁରୁତ୍ଵପୂର୍ଣ୍ଣ କଥା ହେଲା ରାଜ୍ୟ ସରକାରଙ୍କ ପାଖରେ ବିରୋଧୀ ଓ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବାକୁ ପ୍ରସଙ୍ଗ ହିଁ ନାହିଁ । ତେଣୁ ମିଛରେ ମନଇଚ୍ଛା ଗପୁଛନ୍ତି ପାଣ଼୍ଡିଆନ । ଯେଉଁ ବିରୋଧୀ ଦଳର ନେତା ଲୋକଙ୍କ ପାଖରେ ଅଛନ୍ତି ତାଙ୍କୁ ଗାଳି ଦେଉଛନ୍ତି । ଯଦି ପାଣ୍ଡିଆନ ଓ ନବୀନ ପଟ୍ଟନାୟକ ସାଢେ ଚାରିକୋଟି ଲୋକଙ୍କୁ ନିଜ ପରିବାର ଭାବୁଛନ୍ତି ତାହାଲେ ଧାମନଗରର ବିକାଶ କରିବାକୁ ତାଙ୍କୁ ମନା କରିଛି କିଏ ? କାହିଁକି ସ୍ଥାନୀୟ ବିଧାୟକଙ୍କୁ ଗାଳି ଦେଇ ହୀନ ରାଜନୀତି କରୁଛନ୍ତି ? କିଛି ଏମିତି ଅସମାୟିତ ପ୍ରଶ୍ନର ଉତ୍ତର ନିଶ୍ଚୟ ଦେବେ ଧାମନଗରବାସୀ ।

