ପାଣ୍ଡିଆନଙ୍କୁ ଧୋଇଲେ ସୂରଜ । କହିଲେ, ସ୍ଵାର୍ଥ ରଖିଲେ ଓଡ଼ିଶାରେ ରାଜନୀତି ଅସମ୍ଭବ

Key Points
- ମୁଁ ଜିତିଲେ ବି ସେବା କରିବି, ହାରିଲେ ବି ସେବା କରିବି
- ରାଜନୀତିରେ ହାରିବା ଜିତିବା ଲାଗିରହେ
- ଯିଏ ସ୍ଵାର୍ଥ ଦେଖି ରାଜନୀତି କରେ ସିଏ ଏମିତି କଥା ହିଁ କହେ
ଅର୍ଗସ ବ୍ୟୁରୋ: ଯିଏ କଥା କହେ ସେ କାମ କରେନି, ଆଉ ଯିଏ କାମ କରେ ସେ କଥା କହେନି । ଏକଥା ଆମେ ସେଇଥି ଲାଗି କହୁଛୁ କାରଣ ଏବେ ରାଜନୀତିରେ ନୂଆନୂଆ ପାଦ ଦେଇଥିବା ବାବୁ ପାଣ୍ଡିଆନ ଯେମିତି ମଂଚରେ ସୀମା ଉଲଙ୍ଘନ କରୁଛନ୍ତି ତାହାକୁ ନେଇ ଚର୍ଚ୍ଚା ଜୋର । କାରଣ ବ୍ରଜରାଜନଗରରେ ନିର୍ବାଚନୀ ସଭାରେ ବାବୁ କହିଲେ, ଯଦି ନବୀନ ବାବୁ ଏଥର ମୁଖ୍ୟମନ୍ତ୍ରୀ ହେବେ ନାହିଁ ତାହାଲେ ମୁଁ ରାଜନୀତିରୁ ସନ୍ୟାସ ନେବି । କିନ୍ତୁ ଜନତାଙ୍କ ପ୍ରଶ୍ନ, ଯଦି ୬ ମାସରେ ହାର ମାନିଯାଉଛ ତାହାଲେ ଆଗକୁ ରାଜନୀତି କରିବ କେମିତି ? ଦିନେ କହୁଥିଲେ ଲୋକଙ୍କ ସେବା କରିବାକୁ ମୁଁ ରାଜନୀତି କରୁଛି । ଏବେ ପୁଣି କେଉଁ ମୁହଁରେ କହୁଛନ୍ତି, ସନ୍ୟାସ ନେବି ? ଏ ଡବଲ ଷ୍ଟାଣ୍ଡର୍ଡ ଆକ୍ସନ କଣ ପାଇଁ ?
ଓଡ଼ିଆ ଢଗଢମାଳିରେ କୁହାଯାଏ, ରାଣୀ ଘୋଡ଼ାର ସିଂହ ନାହିଁ...ସିଂହ ଥିଲେ ସେ କିଛି ରଖନ୍ତା ନାହିଁ । ଆଉ ଏ ଢଗ ପାଣ୍ଡିଆନଙ୍କ ପାଇଁ ପୂରା ପ୍ରଯୁଜ୍ୟ । କାରଣ ମୂଳରୁ ରାଜନୀତିରେ ଅ, ଆ ପଢିନାହାନ୍ତି ହେଲେ ସନ୍ୟାସ ନେବା କଥା କହୁଛନ୍ତି । ଏ ସବୁ ଶୁଣିବା ପରେ ଗୋଟିଏ କଥା ସ୍ପଷ୍ଟ ପାଣ୍ଡିଆନ ନୁହେଁ କାହାର । କେବଳ ଓଡ଼ିଶାର ଧନ ସମ୍ପତ୍ତି ଉପରେ କେବଳ ଆଖି ତାଙ୍କର । ଏ କଥା ଆମେ ବିନା ତଥ୍ୟରେ କହୁନାହୁଁ ବରଂ ନିଜେ ମଂଚ ଉପରେ ଯେଉଁ ପରି ଢଙ୍ଗରେ ରାଜନୀତିରୁ ସେ ସନ୍ୟାସ ନେବେ ବୋଲି ପାଣ୍ଡିଆନ କହିଲେ ତାହାକୁ ନେଇ ଏବେ ହଟ୍ଟଚମଟ ।
ପାଣ୍ଡିଆନଙ୍କର କଥାରୁ ଗୋଟିଏ କଥା ସ୍ପଷ୍ଟ, ପଣ୍ଡିଆନ୍ ଜାଣି ସାରିଲେଣି ବିଜେଡି ହାରୁଛି ବୋଲି । ତେଣୁ ଏବେଠୁ ସନ୍ୟାସୀ ନେବା କଥା କହିଲେଣି । କାରଣ ପୂର୍ବରୁ ଯେତେଥର ବି ନିର୍ବାଚନୀ ସଭା କରିଛନ୍ତି ସବୁବେଳେ ଗୋଟିଏ କଥା କହିଛନ୍ତି, ଏଥର ବହୁମତରେ ବିଜେଡି ବିଜୟ ହେବ । ହେଲେ ଏବେ ଏମିତି କଣ ହେଲା ଯେ ପାଣ୍ଡିଆନ ହଠାତ୍ ମତ ପରିବର୍ତ୍ତନ କଲେ ? ଇଏ ଡରର କାରଣ ନାଁ ଆଉ କଣ ବୋଲି ପ୍ରଶ୍ନ କରୁଛନ୍ତି ସାଧାରଣ ଜନତା । ହେଲେ ଉତ୍ତର ଦେବାକୁ ନାରାଜ ପାଣ୍ଡିଆନ ।
